Advertisment

ଆଇପିଏଲ୍ ବେଟିଂରେ ୯ ଛତିଶଗଡ଼ୀ ଗିରଫ

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର): ଲୁଚାଛପାରେ ଚାଲିଥିଲା ଆଇପିଏଲ୍ ବେଟିଂ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ। ଏକ ଟିମ୍ ଗଠନ କରି ଅଚାନକ କରିଥିଲା ଚଢ଼ାଉ। ବେଟିଂରେ ମାତିଥିବା ୯ ଜଣଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଗିରଫ ହୋଇଥିବା ସମସ୍ତ ଯୁବକ ହେଲେ ଛତିଶଗଡ ଦୁର୍ଗ ଜିଲ୍ଲାର I ପୋଲିସ ସୂଚନା ମୁତାବକ, ଏଠାରେ କିଛି ଦିନ ହେଲା ଚାଲିଥିଲା ଆଇପିଏଲ୍ ବେଟିଂ। […]

author-image
Niranjan Mishra
ଆଇପିଏଲ୍ ବେଟିଂରେ ୯ ଛତିଶଗଡ଼ୀ ଗିରଫ

IPL-BATTING

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର): ଲୁଚାଛପାରେ ଚାଲିଥିଲା ଆଇପିଏଲ୍ ବେଟିଂ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ। ଏକ ଟିମ୍ ଗଠନ କରି ଅଚାନକ କରିଥିଲା ଚଢ଼ାଉ। ବେଟିଂରେ ମାତିଥିବା ୯ ଜଣଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଗିରଫ ହୋଇଥିବା ସମସ୍ତ ଯୁବକ ହେଲେ ଛତିଶଗଡ ଦୁର୍ଗ ଜିଲ୍ଲାର I

Advertisment

ପୋଲିସ ସୂଚନା ମୁତାବକ, ଏଠାରେ କିଛି ଦିନ ହେଲା ଚାଲିଥିଲା ଆଇପିଏଲ୍ ବେଟିଂ। ଶନିବାର ରାତିରେ ବୀରମିତ୍ରପୁର ପୁଲିସ ଏବଂ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ନିକଟରେ ଏହି ଖବର ପହଞ୍ଚିଥିଲା। ଖବରକୁ ଆଧାର କରି ମିଳିତ ଚଢ଼ାଉ ହୋଇଥିଲା। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ବୟସ୧୯ରୁ ୨୫ ବର୍ଷ ଭିତରେ। ସେମାନେ ହେଲେ ମଲେତ ସିଂ, ଭିସାଲ ରାୟ, ହିଂମାଶୁ ଦେବଗନ, ବିକାଶ ଠାକୁର, ମିନୁ ସିଂ, ଦିନେଶ କୁମାର ସାହୁ, ବିକ୍ରମଜିତ୍ ସିଂ, ଯୋଗେନ୍ଦ୍ର ସିଂ।

ସେମାନଙ୍କ ଠାରୁ ୧୮ ଟି ମୋବାଇଲ, ଗୋଟିଏ ଲେଖାଏଁ ଲ୍ୟାପଟପ୍ ଓ ଟ୍ୟାବଲେଟ ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ବେଟିଂରେ ରାଜ୍ୟ ବାହାର ଲିଙ୍କ୍ ମିଳିଥିବାରୁ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

Advertisment