Advertisment

ଆଇପିଏଲ୍ କାଉଣ୍ଟ୍ ଡାଉନ୍: ୩ ଦିନ ପରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ

ନୂଆଦିଲ୍ଲୀ: ପୁଣି ଫଟାଫଟ୍ କ୍ରିକେଟର ମଜା। ତିନି ଦିନ ପରେ ସୁଦୂର ୟୁଏଇରୁ ଟେଲିଭିଜନ୍ ପରଦାରେ ଆଇପିଏଲ୍-୧୨ର ଚମକ ଦେଖିବାକୁ ମିଳିବ। କରୋନା କଟକଣାକୁ ମାନି ଯୁଏଇର ତିନିଟି ସହର ଆବୁଧାବି, ଦୁବାଇ ଓ ସାରଜାର ଷ୍ଟାଡିଅମରେ ଏଥର ଇଣ୍ଡିଆନ୍ ପ୍ରମିଅର୍ ଲିଗ୍ ଆୟୋଜନ କରୁଛି ବିସିସିଆଇ। ଏହା ମଧ୍ୟରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜେ ସାରଜା ଷ୍ଟାଡିଅମ ବୁଲି ପ୍ରସ୍ତୁତିର ତଦାରଖ କରିଛନ୍ତି। ଚଳିତ ସିଜିନରେ ଖେଳାଯିବାକୁ ଥିବା […]

ଆଇପିଏଲ୍ କାଉଣ୍ଟ୍ ଡାଉନ୍: ୩ ଦିନ ପରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ମୁମ୍ବାଇ

IPL

Advertisment

ନୂଆଦିଲ୍ଲୀ: ପୁଣି ଫଟାଫଟ୍ କ୍ରିକେଟର ମଜା। ତିନି ଦିନ ପରେ ସୁଦୂର ୟୁଏଇରୁ ଟେଲିଭିଜନ୍ ପରଦାରେ ଆଇପିଏଲ୍-୧୨ର ଚମକ ଦେଖିବାକୁ ମିଳିବ। କରୋନା କଟକଣାକୁ ମାନି ଯୁଏଇର ତିନିଟି ସହର ଆବୁଧାବି, ଦୁବାଇ ଓ ସାରଜାର ଷ୍ଟାଡିଅମରେ ଏଥର ଇଣ୍ଡିଆନ୍ ପ୍ରମିଅର୍ ଲିଗ୍ ଆୟୋଜନ କରୁଛି ବିସିସିଆଇ। ଏହା ମଧ୍ୟରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜେ ସାରଜା ଷ୍ଟାଡିଅମ ବୁଲି ପ୍ରସ୍ତୁତିର ତଦାରଖ କରିଛନ୍ତି।

Advertisment

ଚଳିତ ସିଜିନରେ ଖେଳାଯିବାକୁ ଥିବା ସମୁଦାୟ ୫୬ଟି ମ୍ୟାଚରୁ ଦୁବାଇରେ ୨୪, ଆବୁଧାବିରେ ୨୦ଏବଂ ସାରଜାରେ ୧୨ଟି ମ୍ୟାଚ ଖେଳାଯିବ । ଉଦଘାଟନୀ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ ସହ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗସ୍ ମୁହାଁମୁହିଁ ହେବ।
publive-image

ଷ୍ଟାର୍ ବ୍ୟାଟସମ୍ୟାନ୍ ସୁରେଶ ରୈନା ଦଳ ଛାଡ଼ିବା ପରେ ମଧ୍ୟକ୍ରମ ସଙ୍କଟରେ ପଡ଼ିଥିବା ଚେନ୍ନଇ ତାଙ୍କ ବଦଳ ଖେଳାଳି ଭାବେ ଋୁତୁକାଜ ଗାଏକଓ୍ୱାର୍ଡଙ୍କୁ ଚୂଡ଼ାନ୍ତ କରିଥିଲେ ହେଁ ଋୁତୁରାଜଙ୍କ କୋଭିଡ୍ ପଜିଟିଭ୍ ଦଳୀୟ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ତେବେ ଭେଟେରାନ୍ ଅମ୍ବାତି ରାୟିଡୁ ରୈନାଙ୍କ ବିକଳ୍ପ ଭାବେ ଚିନି ନମ୍ବର ସ୍ଥାନରେ ଖେଳିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କଙ୍ଗାରୁ ବୋଲର ଜୋଶ୍ ହାଜେଲ୍ଉଡ୍ ଓ ସାମ୍ କୁରାନଙ୍କ ଭଳି ବିଦେଶୀ ଖେଳାଳି ଏଯାଏ ଦଳ ସହ ଯୋଗ ଦେଇନାହାନ୍ତି। ତେବେ ଦଳର ବ୍ୟାଟିଂ ମଙ୍ଗ ମୁଖ୍ୟତଃ ସେନ୍ ଓ୍ୱାଟସନ୍, ଫାଫ୍ ଡୁପ୍ଲେସିସ୍. କେଦାର ଯାଦବ୍, ରାୟିଡ଼ୁ ଓ ଧୋନି ସମ୍ଭାଳିବେ। ସେହିପରି ବୋଲିଂରେ ଲୁଙ୍ଗି ଏନଗିଡି, ସାର୍ଦୁଳ ଠାକୁର, ଡୁଆନ୍ ବ୍ରାଭୋ/ ଇମ୍ରାନ୍ ତାହିର୍ ଓ ରବୀନ୍ଦ୍ର ଜାଡେଜା ପ୍ରମୁଖ ଦାୟିତ୍ୱ ନେବେ।
publive-image

Advertisment

ସେପଟେ ଅଧିନାୟକ ରୋହିତ ଶର୍ମା, କ୍ୱିଣ୍ଟନ୍ ଡି କକ୍, କାଇରରନ୍ ପୋଲାର୍ଡ, କ୍ରିସ୍ ଲିନ୍, ପାଣ୍ଡ୍ୟା ବ୍ରଦର୍ସ, ସୂର୍ଯ୍ୟକୁମାର ଯାଦବ୍ ଓ ଯଶପ୍ରୀତ ବୁମ୍ରା ପ୍ରମୁଖଙ୍କ ପ୍ରଦର୍ଶନ ଉପରେ ମୁମ୍ବାଇ ଇଣ୍ଡିଆନ୍ ନିର୍ଭର କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe