ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ, ୨୩ରୁ ମହିଳା ଟି-୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୨ର ଫାଇନାଲ ମ୍ୟାଚ। ବିସିସିଆଇର ସମ୍ପାଦକ ଜୟ ଶାହ ଏନେଇ ଆଜି ସୂଚନା ଦେଇଛନ୍ତି। ମେ’ ମାସ ୨୯ ତାରିଖରେ ଆଇପିଏଲ୍‌ ଫାଇନାଲ ଅନୁଷ୍ଠିତ ହେବ। ସେହିପରି କୋଲକାତା ଓ ଅହମଦାବାଦରେ ପ୍ଲେ-ଅଫ୍ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ୨୪ ତାରିଖରେ କ୍ୱାଲିଫାୟାର-୧ ମ୍ୟାଚ୍ କୋଲକାତାର ଇଡେନଗାର୍ଡ଼େନରେ ଖେଳାଯିବାକୁ ଥିବା ବେଳେ ୨୫ ତାରିଖରେ ଏଠାରେ ଏଲିମିନେଟର ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୭ ଓ ୨୯ […]

ipl

  • Published: Tuesday, 03 May 2022
  • , Updated: 03 May 2022, 11:00 PM IST

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୨ର ଫାଇନାଲ ମ୍ୟାଚ। ବିସିସିଆଇର ସମ୍ପାଦକ ଜୟ ଶାହ ଏନେଇ ଆଜି ସୂଚନା ଦେଇଛନ୍ତି। ମେ’ ମାସ ୨୯ ତାରିଖରେ ଆଇପିଏଲ୍‌ ଫାଇନାଲ ଅନୁଷ୍ଠିତ ହେବ। ସେହିପରି କୋଲକାତା ଓ ଅହମଦାବାଦରେ ପ୍ଲେ-ଅଫ୍ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

୨୪ ତାରିଖରେ କ୍ୱାଲିଫାୟାର-୧ ମ୍ୟାଚ୍ କୋଲକାତାର ଇଡେନଗାର୍ଡ଼େନରେ ଖେଳାଯିବାକୁ ଥିବା ବେଳେ ୨୫ ତାରିଖରେ ଏଠାରେ ଏଲିମିନେଟର ମ୍ୟାଚ୍‌ ଅନୁଷ୍ଠିତ ହେବ। ୨୭ ଓ ୨୯ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ କ୍ୱାଲିଫାୟର-୨ ଓ ଫାଇନାଲ ମ୍ୟାଚ ଖେଳାଯିବ। ଆଇପିଏଲ୍ ଲିଗ ମ୍ୟାଚ ୨୨ ତାରିଖରେ ସରିବ। ଏହାପରେ ପ୍ଲେ-ଅଫ୍ ଆରମ୍ଭ ହେବ।

ଚଳିତ ବର୍ଷ ଆଇପିଏଲରେ କରୋନା ଯୋଗୁ କେବଳ ମୁମ୍ବାଇ ଓ ପୁଣେରେ ଆୟୋଜିତ ହେଉଛି। କିନ୍ତୁ ଏବେ କୋଲକତା ଓ ଅହମଦାବାଦରେ କ୍ୱାଲିଫାୟର ଓ ଫ୍ୟାନ ମ୍ୟାଚ୍ ହେବ। ସେହିପରି ଷ୍ଟାଡିୟମକୁ ଶତ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଖେଳ ଦେଖିବାକୁ ଅନୁମତି ମିଳିପାରେ।

୨୪ ତାରିଖ କ୍ୱାଲିଫାୟାର-୧- କୋଲକାତା

୨୫ ତାରିଖ-ଏଲିମିନେଟର- କୋଲକାତା

୨୭ ତାରିଖ କ୍ୱାଲିଫାୟାର-୨- ଅହମଦାବାଦ

୨୯ ତାରିଖ ଫାଇନାଲ- ଅହମଦାବାଦ

ଅନ୍ୟପକ୍ଷରେ ମହିଳା ଟି-୨୦ ଚ୍ୟାଲେଞ୍ଜ ବା ଆଇପିଏଲ୍ ଚଳିତ ମାସ ୨୩ ତାରିଖରୁ ୨୮ ତାରିଖ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ପୁଣେରେ ହିଁ ଖେଳାଯିବ।

Related story