Advertisment

ଆଇପିଏଲ ମହାସମର: ହାଇଦ୍ରାବାଦକୁ ଭେଟିବ ପଞ୍ଜାବ

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ। ପରସ୍ପରକୁ ଟକ୍କର ଦେଉଛନ୍ତି ବିଭିନ୍ନ ରଣନୀତିରେ ସଜ୍ଜିତ ଦଳ। ଅଦ୍ୟବିଧି ଆଇପିଏଲରେ ୪୭ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ୧୦ଟି ମ୍ୟାଚ। ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା। ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ହାଇଦ୍ରାବାଦର ହୋମ ଗ୍ରାଉଣ୍ଡରେ ସନ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ କିଙ୍ଗସ ଏକାଦଶ ପଞ୍ଜାବ। ଆଜି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଇପିଏଲ ମହାସମର: ହାଇଦ୍ରାବାଦକୁ ଭେଟିବ ପଞ୍ଜାବ

KXIP-vs-SRH-Match-୪୮-IPL-8

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ଆଇପିଏଲ-୮ର ଟି-ଟ୍ୱଣ୍ଟି ମ୍ୟାଚ। ପରସ୍ପରକୁ ଟକ୍କର ଦେଉଛନ୍ତି ବିଭିନ୍ନ ରଣନୀତିରେ ସଜ୍ଜିତ ଦଳ। ଅଦ୍ୟବିଧି ଆଇପିଏଲରେ ୪୭ଟି ମ୍ୟାଚ ଖେଳାଯାଇ ସାରିଥିବାବେଳେ ଫାଇନାଲ ମ୍ୟାଚ ଖେଳାଯିବାକୁ ବାକି ରହିଛି ଆଉ ମାତ୍ର ୧୦ଟି ମ୍ୟାଚ। ପ୍ରତିଦିନ ପ୍ରତିଦଳ ପକ୍ଷରୁ ବର୍ଷୁଛି ଚଉକା ଆଉ ଛକା।

Advertisment

ଆଜି ମଧ୍ୟ ଏହି ଚଉକା ଆଉ ଛକା ଦେଖିବାକୁ ମିଳିବ। ଆଜି ହାଇଦ୍ରାବାଦର ହୋମ ଗ୍ରାଉଣ୍ଡରେ ସନ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ କିଙ୍ଗସ ଏକାଦଶ ପଞ୍ଜାବ। ଆଜି ଦୁଇ ଦଳମଧ୍ୟରେ ଘମାଘୋଟ ମୁକାବିଲା ହେବ। ଅନପକ୍ଷରେ ଏହି ମ୍ୟାଚ ଜିତିଲେ ହାଇଦ୍ରାବାଦ ଦ୍ୱିତୀୟ ପର୍ଯ୍ୟାୟକୁ ଯିବ । ଏଥିପାଇଁ ଦଳପକ୍ଷରୁ ୬ଜଣ ବ୍ୟାଟ୍ସମ୍ୟାନ, ୩ ଜଣ ଫାଷ୍ଟ ବୋଲର ଓ ୨ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲେଇବ। ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୬ଟି ମ୍ୟାଚ ଜିତିସାରିଛି। ସଥିପାଇଁ ଦଳର ମନବଳ ଦୃଢ ରହିଛି। ଏପଟରେ କିଙ୍ଗସ ଏକାଦଶ ୧୧ଟି ମ୍ୟାଚରୁ ମାତ୍ର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି। ବିଜୟଧାରାକୁ ଆସିବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ। ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂରେ ସୁଧାର ଆଣିବାକୁ ହେବ। ଦଳପକ୍ଷରୁ ଚଳିତବର୍ଷ ଗ୍ଲେନ ମ୍ୟାକ୍ସୱେଲ୍ ଫ୍ଲପ୍ ହୋଇଛନ୍ତି। ଏହା ଚିନ୍ତା ବଢାଇ ଦେଇଛି।  ଆଜିର ମ୍ୟାଚ ରାତି ୮ଟାରେ ଖେଳଯିବ। ଦଳପକ୍ଷରୁ ୭ଜଣ ବ୍ୟାଟ୍ସମ୍ୟାନ ଓ ୪ଜଣ ବୋଲରଙ୍କୁ ନେଇ ମଇଦାନକୁ ଓହ୍ଲାଇବର ଚୁଡାନ୍ତ କରିଛି।

ଅନ୍ୟପକ୍ଷରେ ଗତକାଲି ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ମୁମ୍ବାଇକୁ ୩୯ ରନରେ ପରାସ୍ତ କରିଛି ବାଙ୍ଗାଲୋର। ସପରି ଅନ୍ୟଏକ ମ୍ୟାଚରେ ରାଜସ୍ଥାନକୁ ୧୨ ରନ ହରାଇଛି ଚେନ୍ନାଇ।

Advertisment