ଆଇପିଏଲ ମହାସମର: ପ୍ଲେ ଅଫ ଲାଇନ ଅଫରେ  ୪ଟି ଦଳ

ipl-8

ipl-8

Rakesh Mallick
  • Published: Monday, 18 May 2015
  • Updated: 18 May 2015, 03:02 AM IST

Sports

Latest News

ଭୁବନେଶ୍ୱର: ଆଇପିଏଲ୍ ସିଜିନ୍ ୮ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଗତକାଲି ଖେଳାଯାଇଥିଲା ଦୁଇଟି ମ୍ୟାଚ। ରୟାଲ ଚାଲେଞ୍ଜର୍ସ ବାଙ୍ଗ।ଲୋର ଏବଂ ଦିଲ୍ଲୀ ଡେୟା ଡେଭିଲ୍ସ ମଧ୍ୟରେ ଥିବା ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଥିଲା।ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ ୯ ୱିକେଟ୍ରେ ସନରାଇଜର୍ସ ହାଇଇଦ୍ରାବାଦକୁ ହରାଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୩ ରନ କରିଥିଲା। ଜବାବରେ ମୁମ୍ୱାଇ ମାତ୍ର ୧ ୱିକେର୍ଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା। ଲିଗ ମ୍ୟାଚ ଶେଷ ସହିତ ଚୁଡ଼ାନ୍ତ ହୋଇଛି ପ୍ଲେ ଅଫ୍ ତାଲିକା। ଚେନ୍ନାଇ ସୁପରକିଙ୍ଗସ, ମୁମ୍ୱାଇ ଇଣ୍ଡିଆନ୍, ରୟାଲ ଚ୍ୟାଲେଞ୍ଜର ବାଙ୍ଗ।ଲୋର ଓ ରାଜସ୍ଥାନ ରୟାଲ ପ୍ଲେ ଅଫକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଦୁଇଟି ସ୍ଥାନରେ ଥିବା ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ୱାଇ ଇଣ୍ଡିଆନ୍ ପ୍ରଥମ କ୍ୱାଲିଫ।ୟର ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ବାଙ୍ଗ।ଲୋର ଓ ରାଜସ୍ଥାନ ଏଲିମିନେଟର ମ୍ୟାଚ୍ରେ ମୁହାଁମୁହିଁ ହେବେ। ଏହି ମ୍ୟାଚର ବିଜେତା ଦ୍ବିତୀୟ କ୍ୱାଲିଫ।ଏରରେ ପ୍ରଥମ କ୍ୱାଲିଫ।ୟାରର ପରାଜିତ ଦଳକୁ ଭେଟିବ। ପ୍ରଥମ କ୍ୱାଲିଫ।ୟର ଓ ଦ୍ବିତୀୟ କ୍ୱାଲିଫ।ୟରର ଦୁଇ ବିଜେତା ମଧ୍ୟରେ ଆସନ୍ତା ରବିବାର ଫ।ଇନାଲ ମୁକାବିଲା ହେବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos