/odisha-reporter/media/post_attachments/uploads/2015/05/gayle-650_050715120730.jpg)
gayle
ଭୁବନେଶ୍ୱର: ଆଇପିଏଲରେ ଗେଲ୍ ଝଡ। ଗତକାଲି ଖେଳାଯାଇଥିବା ମ୍ୟାଚରେ ଗେଲଙ୍କ ଧୂଆଁଧାର ୧୧୭ ରନ ସହାୟତାରେ ରୟାଲ ଚାଲଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭନ୍ସ ପଞ୍ଜାବ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ଗେଲଙ୍କ ୧୧୭, ଡିଭିଲିୟର୍ସଙ୍କ ୪୭ ଓ ବିରାଟ କୋହିଲୀଙ୍କ ୩୨ ରନ ସହାୟତାରେ ବାଙ୍ଗାଲୋର ୩ଟି ୱିକେଟ ହରାଇ କରିଥିଲା ୨୨୬ ରନ। ଜବାବରେ ପଞ୍ଜାବ ଦଳ ମାତ୍ର ୮୮ ରନରେ ଅଲଆଉଟ ହୋଇଯାଇଥିଲା। ଅନ୍ୟପକ୍ଷରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୪ଟାର ମୁମ୍ବାଇରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ। ଅନ୍ୟପକ୍ଷରେ ସନ୍ଧ୍ୟା ୮ଟାରେ ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲ୍ସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
