ନୂଆଦିଲ୍ଲୀ: ଆଇପିଏଲ ସ୍ପଟ୍ ଫିକ୍ସିଂ ମାମଲାରେ ଚାର୍ଜ ଫ୍ରେମ୍ କରିବା ନେଇ ଦିଲ୍ଲୀର ଏକ କୋର୍ଟ ଆଜି ରାୟ ଦେବାର ଥିଲା। କିନ୍ତୁ କୋର୍ଟ ଏହାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ନିଲମ୍ବିତ କ୍ରିକେଟର ଏସ୍ ଶ୍ରୀଶାନ୍ତ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚଭନ ଅଭିଯୁକ୍ତ ଅଛନ୍ତି।
ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲା ଲୋକଲୋଚନକୁ ଆସିଥିଲା ୨୦୧୩ରେ। ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ ଅନୁଯାୟୀ ଏହି ମାମଲାରେ ମୋଟ ୪୨ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ଫେରାର ଅଛନ୍ତି। ଏଥିରେ କ୍ରିକେଟର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଓ ଛୋଟା ସକିଲକୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଗତ ମେ’୨୩ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଯାଇଥିଲା। କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ତେବେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେଉଁ ସବୁ ଦଫା ଲଗାଯିବ ସେ ନେଇ ରାୟ ଦେବା ପୂର୍ବରୁ ସେମାନଙ୍କୁ ଜୁନ୍ ୬ ସୁଦ୍ଧା ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ
ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।
National
ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା
ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।
Politics
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।