Advertisment

ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲା: ଶୁଣାଣି ଜୁଲାଇ ୨୫କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଆଇପିଏଲ ସ୍ପଟ୍ ଫିକ୍ସିଂ ମାମଲାରେ ଚାର୍ଜ ଫ୍ରେମ୍ କରିବା ନେଇ ଦିଲ୍ଲୀର ଏକ କୋର୍ଟ ଆଜି ରାୟ ଦେବାର ଥିଲା। କିନ୍ତୁ କୋର୍ଟ ଏହାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ନିଲମ୍ବିତ କ୍ରିକେଟର ଏସ୍ ଶ୍ରୀଶାନ୍ତ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚଭନ ଅଭିଯୁକ୍ତ ଅଛନ୍ତି। ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲା ଲୋକଲୋଚନକୁ ଆସିଥିଲା ୨୦୧୩ରେ। ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ ଅନୁଯାୟୀ ଏହି ମାମଲାରେ ମୋଟ […]

ଅଦ୍ୟତନ ହୋଇଛି
ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲା: ଶୁଣାଣି ଜୁଲାଇ ୨୫କୁ ଘୁଞ୍ଚିଲା

Sreesanth

Advertisment

ନୂଆଦିଲ୍ଲୀ: ଆଇପିଏଲ ସ୍ପଟ୍ ଫିକ୍ସିଂ ମାମଲାରେ ଚାର୍ଜ ଫ୍ରେମ୍ କରିବା ନେଇ ଦିଲ୍ଲୀର ଏକ କୋର୍ଟ ଆଜି ରାୟ ଦେବାର ଥିଲା। କିନ୍ତୁ କୋର୍ଟ ଏହାକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ନିଲମ୍ବିତ କ୍ରିକେଟର ଏସ୍ ଶ୍ରୀଶାନ୍ତ, ଅଜିତ ଚାଣ୍ଡିଲା ଓ ଅଙ୍କିତ ଚଭନ ଅଭିଯୁକ୍ତ ଅଛନ୍ତି।

Advertisment

ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲା ଲୋକଲୋଚନକୁ ଆସିଥିଲା ୨୦୧୩ରେ। ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସିଟ୍ ଅନୁଯାୟୀ ଏହି ମାମଲାରେ ମୋଟ ୪୨ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣ ଫେରାର ଅଛନ୍ତି। ଏଥିରେ କ୍ରିକେଟର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଓ ଛୋଟା ସକିଲକୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଗତ ମେ’୨୩ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଯାଇଥିଲା। କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ତେବେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେଉଁ ସବୁ ଦଫା ଲଗାଯିବ ସେ ନେଇ ରାୟ ଦେବା ପୂର୍ବରୁ ସେମାନଙ୍କୁ ଜୁନ୍ ୬ ସୁଦ୍ଧା ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe