/odisha-reporter/media/post_attachments/uploads/2021/03/IPL1.jpg)
IPL
ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲା ବିସିସିଆଇ। ଏପ୍ରିଲ ୯ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳାଯିବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା। ମେ ୩୦ରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ। ଚଳିତବର୍ଷ ବିନା ଦର୍ଶକରେ ଖେଳାଯିବ ସମସ୍ତ ମ୍ୟାଚ।
Advertisment
କରୋନା ମହାମାରୀ ଯୋଗୁ ଆଇପିଏଲର ୨୦୨୦ ସଂସ୍କରଣ ଦୁବାଇରେ ଖେଳାଯାଇଥିଲା। ତେବେ ୨୦୨୧ରେ ଆଇପିଏଲର ୧୪ ତମ ସଂସ୍କରଣ ଭାରତରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୯ ତାରିଖରୁ ଭାରତରେ ଆପିଏଲରେ ୧୪ତମ ସଂସ୍କରଣ ଆରମ୍ଭ ହେବ। ଏହା ମେ’ ୩୦ ଯାଏ ଚାଲିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
