Advertisment

ଆଇପିଏଲରୁ ହଟିବାକୁ ଚାହୁଁଛି ପେପସି

ନୂଆଦିଲ୍ଲୀ: ଆଇପିଏଲର ସ୍ପନସରସିପରୁ ହଟିବାକୁ ଚାହୁଁଛି ପେପସି। କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ବୋର୍ଡକୁ ନୋଟିସ୍ ପଠାଇଛନ୍ତି। ସ୍ପଟ୍ ଫିକ୍ସିଂ ବିବାଦ ଏହାର ମୂଳ କାରଣ ହୋଇଥାଏ ବୋଲି ଆଲୋଚନା ହେଉଛି। ରିପୋର୍ଟ ଅନୁସାରେ ପେପସି ଆଇପିଏଲର ଚିଫ୍ ଅପରେଟିଂ ଅଫିସର ସୁନ୍ଦର ରମଣଙ୍କୁ ଏ ସମ୍ପର୍କରେ ଜଣାଇଛି। ସୁନ୍ଦର ରମଣ ଏକଥା ବିସିସିଆଇ ନୂଆ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କୁ ଅବଗତ କରାଇସାରିଥିବା ଜଣାପଡିଛି। କମ୍ପାନୀ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ସ୍ପନସରସିପ୍ ପାଇଁ ୩୯୬ କୋଟି ଟଙ୍କା […]

ଆଇପିଏଲରୁ ହଟିବାକୁ ଚାହୁଁଛି ପେପସି

pepsai

Advertisment

ନୂଆଦିଲ୍ଲୀ: ଆଇପିଏଲର ସ୍ପନସରସିପରୁ ହଟିବାକୁ ଚାହୁଁଛି ପେପସି। କମ୍ପାନୀ କର୍ତ୍ତୃପକ୍ଷ ଏ ନେଇ ବୋର୍ଡକୁ ନୋଟିସ୍ ପଠାଇଛନ୍ତି। ସ୍ପଟ୍ ଫିକ୍ସିଂ ବିବାଦ ଏହାର ମୂଳ କାରଣ ହୋଇଥାଏ ବୋଲି ଆଲୋଚନା ହେଉଛି।

Advertisment

ରିପୋର୍ଟ ଅନୁସାରେ ପେପସି ଆଇପିଏଲର ଚିଫ୍ ଅପରେଟିଂ ଅଫିସର ସୁନ୍ଦର ରମଣଙ୍କୁ ଏ ସମ୍ପର୍କରେ ଜଣାଇଛି। ସୁନ୍ଦର ରମଣ ଏକଥା ବିସିସିଆଇ ନୂଆ ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କୁ ଅବଗତ କରାଇସାରିଥିବା ଜଣାପଡିଛି।

କମ୍ପାନୀ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ସ୍ପନସରସିପ୍ ପାଇଁ ୩୯୬ କୋଟି ଟଙ୍କା ଦେଇଥିଲା।

ସ୍ପନସରସିପରୁ ବାହାରି ଯିବା ପାଇଁ ପେପସି ଗତ ସିଜନରୁ ଚାହୁଁଥିଲା। କିନ୍ତୁ ବିସିସିଆଇ କମ୍ପାନୀକୁ ବର୍ଷେ ପର୍ଯ୍ୟନ୍ତ ସ୍ପନସରସିପକୁ ନ ଛାଡିବାକୁ କହିଥିଲା। କିନ୍ତୁ ଏବେ କମ୍ପାନୀ ସ୍ପନସରସିପରୁ ହଟିଯିବାକୁ ଚାହୁଁଛି। ଅକ୍ଟୋବର ୧୮ରେ ହେବାକୁ ଥିବା ବିସିସିଆଇ ବୈଠକରେ ଏ ନେଇ ଆଲୋଚନା ହେବାର ସମ୍ଭାବନା ଅଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe