/odisha-reporter/media/media_files/2026/03/03/iran2-2026-03-03-16-27-13.jpg)
ଇରାନ ମହିଳା ଫୁଟବଲ ଟିମ
Middle East War Updates: ଆମେରିକା-ଇସ୍ରାଏଲ ସହ ଇରାନ କରୁଥିବା ଲଢ଼େଇର ପ୍ରଭାବ ଫୁଟବଲ ପଡ଼ିଆରେ ଦେଖିବାକୁ ମିଳିଛି। ଯୁଦ୍ଧ ବିରୋଧରେ ଇରାନୀୟ ମହିଳା ଫୁଟବଲ ମ୍ୟାଚ୍ ବେଳେ ନୀରବ ରହି ପ୍ରତିବାଦ କରିଛନ୍ତି। ଗୋଲ୍ଟ କଷ୍ଟରେ ଆରମ୍ଭ ହୋଇଥିବା ମହିଳା ଏସିଆ କପର ପ୍ରଥମ ମ୍ୟାଚ୍ରେ ଇରାନୀୟ ଫୁଟବଲ ଟିମର ଖେଳାଳିମାନେ ଯୁଦ୍ଧକୁ ବିରୋଧ କରି ଦେଶର ଜାତୀୟ ସଂଗୀତ ଗାନ କରିନାହାନ୍ତି।
ଇରାନର ଜାତୀୟ ସଂଗୀତ ମ୍ୟାଚ୍ ପୂର୍ବରୁ ବାଜିଥିଲେ ହେଁ କୌଣସି ଖେଳାଳି କିମ୍ବା ଦଳର ମୁଖ୍ୟ କୋଚ ଏହାକୁ ଗାନ ନ କରି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ବିରୋଧ କରିଛନ୍ତି। ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ଇରାନୀୟ ମହିଳା ଫୁଟବଲ ଟିମର ଖେଳାଳିମାନେ ପାରମ୍ପରିକ ଢଙ୍ଗରେ ଲାଇନ କରି ଛିଡ଼ା ହୋଇଥିଲେ।
ଏହି ସମୟରେ ରାଷ୍ଟ୍ରୀୟ ସଂଗୀତ ବାଜିଥିଲା। କିନ୍ତୁ ଲାଇନରେ ଛିଡ଼ା ହୋଇଥିବା କୌଣସି ଖେଳାଳି କିମ୍ବା ମୁଖ୍ୟ କୋଚ ମାରଜିୟେ ଜାଫାରି ଏହାକୁ ଗାନ କରିଥିଲେ। କ୍ୟାମେରାର ଲେନ୍ସ ସେମାନଙ୍କ ଉପରେ ପଡ଼ି ଥିଲେ ହେଁ ସେମାନେ କେବଳ ଚୁପ ହୋଇ ଆଗକୁ ଚାହିଁଥିଲେ।
BIG: Iranian women’s national football team refused to sing the anthem of the Islamic Regime at the opening match of the Asian Cup in front of the entire world. pic.twitter.com/zoQSAzOQ08
— Aditya Raj Kaul (@AdityaRajKaul) March 3, 2026
ଆମେରିକା-ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରିଛନ୍ତି। ଏହାପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ରମ୍ଭ ହୋଇଛି। ଏସବୁ ଭିତରେ ଫୁଟବଲ ପଡ଼ିଆରେ ଇରାନୀୟ ଖେଳାଳି ଏହାକୁ ବିରୋଧ କରିଛନ୍ତି। ମ୍ୟାଚ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ବେଳେ ଇରାନ ଅଧିନାୟକ ଜାହରେ ଘାନବରି ଓ ମୁଖ୍ୟ କୋଚ ଜାଫାରିଙ୍କୁ ଖାମେନେଇଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା।
ଜାଫାରି ଏହାର ଉତ୍ତର ଫରାସୀ ଭାଷାରେ ଦେଇଥିଲେ। କିନ୍ତୁ ଏଏଫସି ପକ୍ଷରୁ ଏ ସମ୍ପର୍କରେ କୌଣସି ଅନୁବାଦ କରାଯାଇ ନଥିଲା। ପ୍ରଶ୍ନର ଉତ୍ତରକୁ ବାଦ ଦେଇ ଖେଳ ଉପରେ ଫୋକସ କରିବାକୁ କୁହାଯାଇଥିଲା।
ମ୍ୟାଚ୍ ପୂର୍ବରୁ ଇରାନ ଯୁଦ୍ଧକୁ ନେଇ ବିବାଦ ଦେଖାଇଥିଲେ ହେଁ ରେଜଲ୍ଟ ଦକ୍ଷିଣ କୋରିଆ ସପକ୍ଷରେ ଯାଇଛି। ଏହି ମ୍ୟାଚ୍ରେ ଇରାନକୁ ୦-୨ରେ କୋରିଆ ଠାରୁ ହାରିବାକୁ ପଡ଼ିଛି। ତଥାପି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ ବେଶ ଖୁସି ଥିବା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
