Advertisment

ଜବ୍‌ ନୀରଜ ମିଟ୍‌ ହିମାନି: ଲଭଷ୍ଟୋରୀ କେଉଁଠୁ ଆରମ୍ଭ ହୋଇଥିଲା?

ସମସ୍ତଙ୍କୁ ଚକିତ କରି ଜାନୁଆରୀ ୧୯ରେ ନୀରଜ ନିଜ ବାହାଘର ବେଳର କିଛି ଫଟୋ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହାପରେ ପୂରା ବିଶ୍ୱ ନୀରଜଙ୍କ ବାହାଘର ସମ୍ପର୍କରେ ଖବର ପାଇଛି।

author-image
Hemant Lenka
Neeraj Chopra

Neeraj Chopra

ଦେଶର ପ୍ରଖ୍ୟାତ ଜାଭଲେନ ଥ୍ରୋୟର ନୀରଜ ଚୋପ୍ରା ଆଉ ମୋଷ୍ଟ ଏଲିଜବୁଲ ବ୍ୟାଚେଲର ନୁହନ୍ତି। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ବିବାହ କରି ସାରିଛନ୍ତି। ସେ ଜୁନିୟର ଲେଭଲରେ ଭାରତ ପାଇଁ ଟେନିସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ହିମାନି ମୋରଙ୍କୁ ବିବାହ କରିଛନ୍ତି। ହିମାନି ପୂର୍ବରୁ ଟେନିସ ଖେଳୁଥିବା ବେଳେ ଏବେ କ୍ରୀଡ଼ା ପରିଚାଳନାରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରନେଇଛନ୍ତି।

Advertisment

ସମସ୍ତଙ୍କୁ ଚକିତ କରି ଜାନୁଆରୀ ୧୯ରେ ନୀରଜ ନିଜ ବାହାଘର ବେଳର କିଛି ଫଟୋ ସୋଶାଲ ମିଡିଆରେ ଶେୟାର କରିଥିଲେ। ଏହାପରେ ପୂରା ବିଶ୍ୱ ନୀରଜଙ୍କ ବାହାଘର ସମ୍ପର୍କରେ ଖବର ପାଇଛି। ପ୍ରକୃତରେ ନୀରଜ ଓ ହିମାନିଙ୍କ ବାହାଘର ଜାନୁଆରୀ ୧୬ରୁ ଶେଷ ହୋଇସାରିଛି। ହିମାଚଳ ପ୍ରଦେଶର ଶିମଲାରେ ଗୋଟିଏ ମଣ୍ଡପରେ ଉଭୟ ପରସ୍ପରର ହାତ ଧରିଛନ୍ତି। ବାହାଘର ଖବରକୁ ଗୁପ୍ତ ରଖାଯାଇଥିବା ବେଳେ ଉଭୟ ପକ୍ଷରୁ କେବଳ କିଛି ହାତ ଗଣତି ଲୋକ ଏଥିରେ ସାମିଲ ହୋଇଥିଲେ।

ନୀରଜ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ସୋଶାଲ ମିଡିଆରୁ ଦୂରେଇ ରଖନ୍ତି। ଏବେ ସେ ନିଜ ବାହାଘର ଖବର ମଧ୍ୟ କାହାକୁ ଆଗରୁ ଜଣାଇ ନଥିଲେ। ଏପରି କି ତାଙ୍କର କିଛି ଘନିଷ୍ଠ ବନ୍ଧୁ ମଧ୍ୟ ରବିବାର ସୋଶାଲ ମିଡିଆ ପୋଷ୍ଟ ପରେ ନୀରଜଙ୍କ ବାହାଘର ହୋଇଯାଇଥିବା ଖବର ପାଇଛନ୍ତି।

Advertisment

ତେବେ ନୀରଜ ଓ ହିମାନିଙ୍କ ପ୍ରେମ ସମ୍ପର୍କ ବେଶ ପୁରୁଣା। ସେମାନଙ୍କ ପ୍ରେମ କେମିତି ଆରମ୍ଭ ହୋଇଥିଲା, ତା’ ଉପରୁ ନୀରଜଙ୍କ ଦାଦା ପରଦା ଉଠାଇଛନ୍ତି। ଦାଦା ସୁରେନ୍ଦ୍ର ଚୋପ୍ରାଙ୍କ କହିବା କଥା ଯେ ନରୀଜ ଓ ହିମାନିଙ୍କ ପ୍ରେମ ସମ୍ପର୍କ ଆମେରିକାରୁ ଆରମ୍ଭ ହୋଇଥିଲା। ପ୍ରଥମଥର ଉଭୟ ଆମେରିକାରେ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।

ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକଙ୍କ ସ୍ୱୀକୃତି ମିଳିଥିଲା ଓ ବାହାଘର ପ୍ଲାନ ୨ ମାସ ତଳୁ ଆରମ୍ଭ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କରେ ୨ ବର୍ଷ ତଳୁ ଆରମ୍ଭ ହୋଇଥିଲା। କିଛି ବନ୍ଧୁକ ଜରିଆରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ସେହିପରି ହିମାନି ଓ ନୀରଜଙ୍କ ପରିବାର ମଧ୍ୟ ପୂର୍ବରୁ ପରସ୍ପରକୁ ଜାଣିଥିଲେ। ଶେଷରେ ଏହି ପ୍ରେମ ସମ୍ପର୍କ ବାହାଘରର ରୂପ ନେଇଛି।

ନୀରଜ ଚୋପ୍ରା ଯୌତୁକ ଆଦୌ ନେଇ ନାହାନ୍ତି। ପରମ୍ପରା ଅନୁସାରେ ସେ ହିମାନିଙ୍କ ପରିବାର ଲୋକଙ୍କ ଠାରୁ କେବଳ ୧ ଟଙ୍କା ନେଇଛନ୍ତି। ନୀରଜ ଓ ହିମାନିଙ୍କ ବାହାଘର କାର୍ଯ୍ୟକ୍ରମ ୧୪ରୁ ଆରମ୍ଭ ହୋଇ ୧୬ରେ ଶେଷ ହୋଇଛି। ସବୁ କିଛି ଶିମଲାରେ ହିଁ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାହାଘର କରିଥିବା ପଣ୍ଡିତଙ୍କୁ ମଧ୍ୟ ପୂର୍ବରୁ ନୀରଜଙ୍କ ପରିଚୟ ସମ୍ପର୍କରେ କୌଣସି ତଥ୍ୟ ଦିଅଆଯାଇ ନଥିଲା।

ବାହାଘର ପୂର୍ବରୁ ହିମାନି ନୀରଜଙ୍କ ଗାଁକୁ ଯାଇଥିଲେ। ସେଠାରେ ବାହାଘର ପୂର୍ବ ନୀତି ଶେଷ କରିବାକୁ ୧୪ ଘଣ୍ଟା ରହିଥିଲେ। କୌତୁହଳର ବିଷୟ ହେଲା ନୀରଜଙ୍କ ପୋଷା କୁକୁର ଟୋକିଓ ବାହାଘର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା। ଟୋକିଓରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ଅନ୍ୟତମ ଅଲିମ୍ପିୟାନ ଅଭିନବ ବିନ୍ଦ୍ରା ତାଙ୍କୁ ଏହି କୁକୁରକୁ ଉପହାର ଆକାରରେ ଦେଇଥିଲେ। ଗୋପନୀୟତା ପାଇଁ ଅତିଥିମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ବାରଣ କରାଯାଇଥିଲା।

୨୦୨୮ ପାଇଁ ନୀରଜ ୨୦୨୬ରୁ ଅଭ୍ୟାସ ଆରମ୍ଭ କରିବେ। ଏକାଧିକ ପ୍ରତିଯୋଗିତାରେ ସେ ଭାଗ ନେବେ। ତେଣୁ ଏହି ବର୍ଷ ତାଙ୍କର ବାହାଘରୁ ତରବରିଆ ଭାବେ ଶେଷ କରାଯାଇଥିବା ଦାଦା ସୁରେନ୍ଦ୍ର କହିଛନ୍ତି।

ହିମାନି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମିରାଣ୍ଡା ହାଉସରୁ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଦକ୍ଷିଣପୂର୍ବ ଲୁସିଆନା ବିଶ୍ୱବିଦ୍ୟାଳୟରେ ସ୍ପୋର୍ଟସ ମ୍ୟାନେଜମେଣ୍ଟ ଉପରେ ଅଧ୍ୟନ କରିଥିଲେ। ସେ ଫ୍ରାଙ୍କଲିନ ପିରକେ ବିଶ୍ୱବିଦ୍ୟାଳୟରୁ ସ୍ପୋର୍ଟସ ଓ ଫିଟନେସ ଆଡମିନଷ୍ଟ୍ରେସନରେ ଏମବିଏ କରିଛନ୍ତି।

Tokyo Olympics Neeraj Chopra Himani Mor