Advertisment

T-20ରୁ ଅବସର ନେଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା

ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ଅଲ୍‌ରାଉଣ୍ଡର। ସେ ୭୪ଟି T-20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୬୧୨ ରନ୍‌ କରିଥିବା ବେଳେ ୫୪ଟି ୱିକେଟ ଅକ୍ତିଆର କରିଛନ୍ତି।

ଅଦ୍ୟତନ ହୋଇଛି
Ravindra Jadeja

Ravindra Jadeja

Advertisment

ଅନ୍ତର୍ଜାତୀୟ T-20ରୁ ଅବସର ନେଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା। କ୍ୟାପଟେନ୍‌ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରେ ତୃତୀୟ ଖେଳାଳି ଭାବେ ସେ T-20ରୁ ଅବସର ନେଇଛନ୍ତି। ଆଜି ସେ ଏନେଇ ସୋଶାଲ୍‌ ମିଡ଼ିଆରେ ଘୋଷଣା କରିଛନ୍ତି।

Advertisment

ସୋଶାଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେ ଲେଖିଛନ୍ତି, T-20 ଅନ୍ତର୍ଜାତୀୟ କ୍ୟାରିୟରରେ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଥିଲା। ଯାହା ଆଜି ପୂରଣ ହୋଇଛି ବୋଲି ସେ ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ଅଲ୍‌ରାଉଣ୍ଡର। ସେ ୭୪ଟି T-20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫୧୫ ରନ୍‌ କରିଥିବା ବେଳେ ୫୪ଟି ୱିକେଟ ଅକ୍ତିଆର କରିଛନ୍ତି। ତେବେ ସେ ଟେଷ୍ଟ, ଦିନିକିଆ ଓ ଆଇପିଏଲ୍‌ ଖେଳିବେ ବୋଲି ଜଣାପଡ଼ିଛି।

Advertisment

ରବୀନ୍ଦ୍ର ଜାଡେଜାଙ୍କ T-20 ଅନ୍ତର୍ଜାତୀୟ କ୍ୟାରିୟର୍‌ ୨୦୦୯ ମସିହା ଫେବ୍ରୁଆରୀ ୧୦ ତାରିଖରେ ଆରମ୍ଭ ହୋଇଥିଲା। ସେ ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିରୋଧରେ କଲମ୍ୱୋରେ ଖେଳିଥିଲେ। ଡେବ୍ୟୁ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ୍‌ ଦେଇଥିଲେ। ମାତ୍ର କୌଣସି ୱିକେଟ୍‌ ଅକ୍ତିଆର କରିପାରିନଥିଲେ।

T-20 ବିଶ୍ୱ କପ୍‌ ଜିତିବା ପରେ T-20 ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଅବସର ନେଇଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ବିରାଟ କୋହଲି। ଉଭୟ ଗତକାଲି ଏନେଇ ଘୋଷଣା କରିଥିଲେ।

Bcci Indian Cricket Team Cricket Ravindra Jadeja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe