u
ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ସେ ତୃତୀୟ ଭାରତୀୟ ଭାବେ ଟିମ୍ ଇଣ୍ଡିଆ ପାଇଁ ୫୦ କିମ୍ବା ତା’ଠା ଅଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ଟିମ୍ ଇଣ୍ଡିଆ ପାଇଁ ଜାଡେଜା ବକ୍ସଂ ଡେ’ ଟେଷ୍ଟ ଖେଳିଥିଲେ। ଏହି ମ୍ୟାଚଟି ତାଙ୍କ ଟେଷ୍ଟ କ୍ୟାରିୟରର ୫୦ତମ ମ୍ୟାଚ୍। ଏହି ୫୦ତମ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ସେ ୫୭ ରନ୍ କରିଥିଲେ।
ସେହିପରି ଭାରତ ପାଇଁ ୧୬୮ଟି ଦିନିକିଆ ଓ ୫୦ଟି ଟି-୨୦ ମଧ୍ୟ ଖେଳିବାର ଗୌରବ ହାସଲ କରିଛନ୍ତି। ତୃତୀୟ ଭାରତୀୟ ଭାବେ ସବୁ ଫର୍ମାଟରେ ୫୦ରୁ ଅଧିକ ମ୍ୟାଚ୍ ଖେଳିଥିବା ଜାଡେଜା ଆଜି ଏଥିପାଇଁ ବିସିସିଆଇ ଓ ଟିମର ସର୍ପୋଟିଂ ଷ୍ଟାଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାଡେଜା ଟ୍ୱିଟ କରି କହିଛନ୍ତି, “ଧୋନି ଭାଇ ଓ ବିରାଟଙ୍କ ସହ ତୃତୀୟ ଖେଳାଳି ଭାବେ ମୁଁ ଭାରତ ପାଇଁ ସବୁ ଫର୍ମାଟରେ ୫୦ଟି ମ୍ୟାଚ୍ ଖେଳିଥିବା ତାଲିକାରେ ସ୍ଥାନ ପାଇଥିବାରୁ ବେଶ ଗର୍ବ ଅନୁଭବ କରୁଛି। ଏହା ମୋ ପାଇଁ ସମ୍ମାନର ବିଷୟ। ମୋ ଉପରେ ବିଶ୍ୱାସ ଦେଖାଇଥିବା ବିସିସିଆଇ, ସାଥୀ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କୁ ମୁଁ ଏଥିପାଇଁ ବହୁତ ବଡ଼ ଧନ୍ୟବାଦ ଜଣାଉଛି। ସେମାନେ ସର୍ବଦା ମୋ ପଛରେ ରହିଥିଲେ ଓ ଆଗକୁ ମଧ୍ୟ ରହିବେ।”
୨୦୦୪ରେ ଭାରତ ପାଇଁ ଡେବ୍ୟୁ କରିଥିବା ଧୋନି ୯୦ଟି ଟେଷ୍ଟ, ୩୫୦ ଦିନିକିଆ ଓ ୯୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେହିପରି ବିରାଟ କୋହଲି ୮୭ ଟେଷ୍ଟ, ୨୫୧ ଦିନିକିଆ ଓ ୮୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
ଜାଡେଜା ବକ୍ସିଂ ଡେ’ ଟେଷ୍ଟରେ ୫୭ ରନ୍ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୫ତମ ଅର୍ଦ୍ଧଶତକ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ। ଜାଡେଜାଙ୍କ ୫୭ ଓ ରାହଣେଙ୍କ ୧୧୨ ରନ୍ ବଳରେ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନ୍ କରିଥିବା ଟିମ ଇଣ୍ଡିଆ ୧୩୧ ରନ୍ର ଗୁରୁତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଥିଲା।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୦୦ ରନ୍ କରିବାରୁ ଭାରତକୁ ମ୍ୟାଚ୍ ଜିତିବା ପାଇଁ ୭୦ ରନ୍ର ଟାର୍ଗେଟ ମିଳିଥିଲା। ମାତ୍ର ୨ଟି ୱିକେଟ ହରାଇ ଦଳ ଏହି ଟାର୍ଗେଟକୁ ହାସଲ କରିନେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/u-10.jpg)