Advertisment

ବକ୍ସିଂରେ ଆଉ ଏକ ବିପର୍ଯ୍ୟୟ, ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ଯସ୍ମୀନ

ତାଙ୍କୁ ଫିଲିପାଇନ୍ସର ଷ୍ଟାର ବକ୍ସର ତଥା ପୂର୍ବତନ ବିଶ୍ୱ ଚାମ୍ପିୟନ ଏନ ପେଟେକିଓଙ୍କ ଠାରୁ ହାରିବାକୁ ପଡ଼ିଛି।

Jaismine Lamboria

Jaismine Lamboria

Advertisment

ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ବର୍ଗରେ ଭାରତକୁ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅମିତ ପଙ୍ଘଲଙ୍କ ପରେ ମହିଳା ବର୍ଗର ପ୍ରଥମ ରାଉଣ୍ତରୁ ବିଦାୟ ନେଇଛନ୍ତି ଯସ୍ମୀନ ଲମ୍ବୋରିଆ।

Advertisment

ସେ ଆଜି ୫୭ କେଜି ବର୍ଗରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ରିଙ୍ଗକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ଫିଲିପାଇନ୍ସର ଷ୍ଟାର ବକ୍ସର ତଥା ପୂର୍ବତନ ବିଶ୍ୱ ଚାମ୍ପିୟନ ଏନ ପେଟେକିଓଙ୍କ ଠାରୁ ହାରିବାକୁ ପଡ଼ିଛି।

ସ୍ଥିତି ଏପରି ହୋଇଥିଲା ଯେ ଯସ୍ମୀନ ଗୋଟିଏ ସିଙ୍ଗଲ ପଞ୍ଚ ମଧ୍ୟ ସ୍ପଷ୍ଟ ଭାବେ ପେଟେକିଓଙ୍କୁ ଲଗାଇବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ୫:୦ରେ ପେଟେକିଓ ମ୍ୟାଚ୍‌କୁ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Advertisment

ପ୍ରଥମ ରାଉଣ୍ଡରେ ୫ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ଯସ୍ମୀନଙ୍କ ବିପକ୍ଷରେ ରାୟ ଦେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ତୃତୀୟ ରାଉଣ୍ଡ ପରେ ପେଟେକିଓଙ୍କୁ ୫:୦ରେ ବିଜେତା ଘୋଷଣା କରାଯାଇଥିଲା।

ପରାଜୟ ସହ ପ୍ୟାରିସ ଅଲିମ୍ପିକ୍ସରେ ଯସ୍ମୀନଙ୍କ ଅଭିଯାନ ଶେଷ ହୋଇଛି। ସେ ମଧ୍ୟ ଅମିତ ପଙ୍ଘଲଙ୍କ ଭଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

Paris Olympics 2024 Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe