/odisha-reporter/media/media_files/2025/12/06/yashasvi-jaiswal-2025-12-06-20-40-00.jpg)
Yashasvi Jaiswal
ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଶନିବାର ଶତକୀୟ ପାଳି ଖେଳିଛନ୍ତି ଓପନର ଯଶସ୍ୱୀ ଜୈସୱାଲ। ଦିନିକିଆରେ ବିଶେଷ ସୁଯୋଗ ପାଇ ନଥିବା ଜୈସୱାଲଙ୍କର ଏହା ହେଉଛନ୍ତି ପ୍ରଥମ ଶତକ। ଆଉ ଏହି ମ୍ୟାଚ୍ ଭାରତ ଜିତିବା ସହିତ ୨-୧ରେ ସିରିଜ୍ ବିଜୟୀ ହୋଇଛି।
ଆଜିର ମ୍ୟାଚ୍କୁ ମିଶାଇ ଜୈସୱାଲ ମାତ୍ର ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ପୂର୍ବରୁ ସେ ଅର୍ଦ୍ଧଶତକ ମଧ୍ୟ କରି ନଥିଲେ। ଆଜି ଅର୍ଦ୍ଧଶତକ କରିବା ପରେ ତାକୁ ଶତକରେ ପରିଣତ କରିଥିଲେ।
ଜୈସୱାଲ ୧୧୧ଟି ବଲ୍ରୁ ୧୦୦ ରନ୍ କରିଥିଲେ। ତା’ ମଧ୍ୟରେ ୧୦ ଚୌକା ଓ ଗୋଟିଏ ଛକା ରହିଥିଲା। ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହିଥିଲେ। ସେ ୧୨୧ଟି ବଲ୍ରୁ ୧୧୬ ରନ୍ କରିଥିଲେ। ତା’ ମଧ୍ୟରେ ୧୨ଟି ଚୌକା ଓ ୨ଟି ଛକା ରହିଥିଲା।
ସେ ଶତକ ପୂରଣ କରିବାର କିଛି ସମୟ ପୂର୍ବରୁ ୭୫ ରନ୍ କରି ଆଉଟ୍ ହୋଇଥିଲେ ରୋହିତ ଶର୍ମା। ଏହା ହେଉଛି ତାଙ୍କର ୬୧ ତମ ଦିନିକିଆ ଅର୍ଦ୍ଧଶତକ। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ୍ ପୂରଣ କରିଛନ୍ତି।
ଦକ୍ଷିଣ ଆଫ୍ରିକା ୨୭୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଜୈସୱାଲ ଓ ରୋହିତ ଭାରତକୁ ଦେଇଥିଲେ ଭଲ ଆରମ୍ଭ। ପ୍ରାରମ୍ଭରୁ ଟିକେ ଧୀମା ଖେଳିଥିଲେ ହେଁ ଉଭୟଙ୍କ ଯୋଡ଼ି ୨୫ ଓଭର ଧରି କ୍ରିଜ୍ରେ ଜମି ଥିଲା। ୨୫.୫ ଓଭରରେ ଦଳୀୟ ସ୍କୋର ୧୫୫ ରନ୍ ହୋଇଥିବା ବେଳେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। କେଶବ ମହାରାଜଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ସୂଚନାଯୋଗ୍ୟ, ଯଶସ୍ୱୀ ଜୈସୱାଲ ୨୮ଟି ଟେଷ୍ଟ ଖେଳିଥିବା ବେଳେ ସେଥିରୁ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
