Advertisment

ୱିମ୍ବଲଡନ ଜିତିବା ସହ ଇତିହାସ ରଚିଲେ ସିନ୍ନର

ବିଶ୍ୱର ଟପ ସିଡ୍‌ ସିନ୍ନର ପ୍ରଥମ ଇଟାଲୀୟ ଭାବେ ଅଲ ଇଂଲଣ୍ଡ କ୍ଲବରେ ବିଜୟୀ ହେବାର ରେକର୍ଡ କରିଛନ୍ତି।

Sinner

Sinner

Advertisment

ୱିମ୍ବଲଡନ ୨୦୨୫ ଟାଇଟଲ ଜିତି ଇତିହାସ ରଚିଛନ୍ତି ଇଟାଲୀୟ ତାରକା ୟାନିକ ସିନ୍ନର। ରବିବାର ଖେଳା ଯାଇଥିବା ଫାଇନାଲରେ ସେ ୨ ଥରର ବିଜେତା ତଥା ସୁପରଷ୍ଟାର ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୪-୬, ୬-୪, ୬-୪ ଓ ୬-୪ରେ ହରାଇ ଦେଇଛନ୍ତି। ୨ ପଏଣ୍ଟ ବ୍ୟବଧାନରେ କ୍ରମାଗତ ୩ଟି ସେଟ ଜିତିବା ମଧ୍ୟ ଗୋଟିଏ ରେକର୍ଡ। ସିନ୍ନର ପ୍ରଥମଥର ପାଇଁ ୱିମ୍ବଲଡନ ଟାଇଟଲ ଜିତି ଥିବା ବେଳେ ଫ୍ରେଞ୍ଚ ଓପନ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଆଲକାରାଜଙ୍କ ଠାରୁ ନେଇଛନ୍ତି।

Advertisment

ବିଶ୍ୱର ଟପ ସିଡ୍‌ ସିନ୍ନର ପ୍ରଥମ ଇଟାଲୀୟ ଭାବେ ଅଲ ଇଂଲଣ୍ଡ କ୍ଲବରେ ବିଜୟୀ ହେବାର ରେକର୍ଡ କରିଛନ୍ତି। ଏହାର ଅର୍ଥ ସିନ୍ନର ପ୍ରଥମ ଇଟାଲୀୟ ଭାବେ ୱିମ୍ବଲଡନ ଜିତି ପାରିଛନ୍ତି। ସେହିପରି ୨୩ ବର୍ଷ ବୟସରେ ସେ ନିଜ ନାଁରେ ୪ଟି ଗ୍ରାଣ୍ଡ ସ୍ଲାମ କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ଟେନିସ ଦୁନିଆ ବିଗ ଥ୍ରୀ ବା ରୋଜର ଫେଡେରର, ରାଫେଲ ନାଡାଲ ଓ ନୋଭାକ ଜୋକଭିଚ୍‌ଙ୍କ କବଜାରେ ଥିଲା। କିନ୍ତୁ ଏବେ ନୂଆ ତାରକା ସାମ୍ନାକୁ ଆସିବାରେ ଲାଗିଛନ୍ତି।

ସିନ୍ନର ଓ ୨ ଥରର ୱିମ୍ବଲଡନ ଚାମ୍ପିୟନ ଆଲକାରାଜ ମିଳିତ ଭାବେ ଗତ ୭ଟି ଗ୍ରାଣ୍ଡସ୍ଲାମ ଟ୍ରଫି ନିଜ ଭିତରେ ବାଣ୍ଟି ନେଇଛନ୍ତି। ଏହି ୭ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ୪ଟି ସିନ୍ନର ଜିତିଛନ୍ତି।

Advertisment

ଗତ ମାସରେ ସିନ୍ନର ଓ ଆଲକାରାଜ ପରସ୍ପର ସହ ପ୍ୟାରିସରେ ଫ୍ରେଞ୍ଚ ଓପନ ଫାଇନାଲରେ ଲଢ଼େଇ କରିଥିଲେ। ସେତେବେଳେ ଆଲକାରାଜ ବାଜି ମାରି ନେଇଥିଲେ। ସେହିପରି ରବିବାର ୱିମ୍ବଲଡନ ଲଢ଼େଇ ପୂର୍ବରୁ ସିନ୍ନର କ୍ରମାଗତ ୫ଟି ମ୍ୟାଚ୍‌ ଆଲକାରାଜଙ୍କ ବିରୋଧରେ ହାରିଥିଲେ।

ଏହା ମଧ୍ୟରେ ଇଟାଲୀୟ ଓପନ ଫାଇନାଲ ମଧ୍ୟ ରହିଛି। ଡୋପିଂ ଟେଷ୍ଟରେ ବିଫଳ ହୋଇଥିବା ସିନ୍ନର ୩ ମାସର ବ୍ୟାନ ପରେ ଫେରିବା ସହ ଇଟାଲୀୟ ଓପନ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ଟାଇଟଲ ଜିତିବାର ସ୍ୱପ୍ନ ତାଙ୍କର ପୂରଣ ହୋଇ ପାରି ନଥିଲା। ହେଲେ ରବିବାର ୱିମ୍ବଲଡନ ଫାଇନାଲରେ ସିନ୍ନର ବିଜୟ ହୋଇପାରିଛନ୍ତି।

Wimbledon Title Carlos Alcaraz jannik-sinner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe