Advertisment

ବଢ଼ୁଛି କରୋନା ମାମଲା, ଦେଶରେ ଏମରଜେନ୍ସି ଘୋଷଣା

ଟୋକିଓ: ଅଲିମ୍ପିକ୍ସ ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନାର ଏଣ୍ଟ୍ରୀ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଲିମ୍ପିକ୍ ସମୟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ଆଶଙ୍କାରେ ଜାପାନରେ ଏମରଜେନ୍ସିର ଘୋଷଣା କରାଯାଇଛି। ଗୁରୁବାର ଜାପାନ ସରକାର ଏହାର ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ସହ ଗୁରୁବାର ସକାଳେ ହୋଇଥିବା ବୈଠକରେ ସରକାରୀ ଅଧିକାରୀ ଅଗଷ୍ଟ ୨୨ ତାରିଖ ଯାଏ ଜାପାନରେ ଏମରଜେନ୍ସି ଲାଗୁ କରିବାର ପ୍ରସ୍ତାବ ରଖିଥିଲେ। ମହାମାରୀ କାରଣରୁ ବର୍ଷେ ଘୁଞ୍ଚିଥିବା ଅଲିମ୍ପିକ୍ ଆସନ୍ତା ଜୁଲାଇ ୨୩ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବଢ଼ୁଛି କରୋନା ମାମଲା, ଦେଶରେ ଏମରଜେନ୍ସି ଘୋଷଣା

japan

ଟୋକିଓ: ଅଲିମ୍ପିକ୍ସ ପୂର୍ବରୁ ଜାପାନର ରାଜଧାନୀ ଟୋକିଓରେ କରୋନାର ଏଣ୍ଟ୍ରୀ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଲିମ୍ପିକ୍ ସମୟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ଆଶଙ୍କାରେ ଜାପାନରେ ଏମରଜେନ୍ସିର ଘୋଷଣା କରାଯାଇଛି। ଗୁରୁବାର ଜାପାନ ସରକାର ଏହାର ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ସହ ଗୁରୁବାର ସକାଳେ ହୋଇଥିବା ବୈଠକରେ ସରକାରୀ ଅଧିକାରୀ ଅଗଷ୍ଟ ୨୨ ତାରିଖ ଯାଏ ଜାପାନରେ ଏମରଜେନ୍ସି ଲାଗୁ କରିବାର ପ୍ରସ୍ତାବ ରଖିଥିଲେ।

Advertisment

ମହାମାରୀ କାରଣରୁ ବର୍ଷେ ଘୁଞ୍ଚିଥିବା ଅଲିମ୍ପିକ୍ ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି କ୍ରୀଡ଼ା ମହାକୁମ୍ଭରେ ବିଦେଶୀ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ମିଳିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିତୋ ସୁଗା କହିଛନ୍ତି, ଭବିଷ୍ୟତରେ ଯେପରି କରୋନା ସଂକ୍ରମଣ ମାମଲା ନବଢ଼ିବ, ଏହାକୁ ଦୃଷ୍ଟିରେ ରଖି ଦେଶରେ ଏମରଜେନ୍ସି ଲାଗୁ କରାଯାଉଛି।

ଏହାରି ଭିତରେ ଆଇଓସି ମୁଖ୍ୟ ଥୋମାସ୍ ବାକ ଆଜି ଏୟାରପୋର୍ଟରୁ ସିଧା ମୁଖ୍ୟାଳୟ ପହଞ୍ଚିଛନ୍ତି। ସେ ଏବେ ଏଠାରେ ତିନିଦିନ ଯାଏ କ୍ୱାରେଣ୍ଟାଇନରେ ରହିବେ ବୋଲି କୁହାଯାଉଛି। ଆଇଓସି ଓ ସ୍ଥାନୀୟ ଆୟୋଜନ ଜାପାନର ଦର୍ଶକ ଓ ଚିକିତ୍ସା ଭାତୃଭାବ ସତ୍ତ୍ୱେ କ୍ରୀଡ଼ାକୁ ଆୟୋଜନ କରିବାକୁ ପ୍ରୟାସ କରୁଛନ୍ତି। ଏମରଜେନ୍ସି ପରିସ୍ଥିତିରେ ମଦ୍ୟପାନ ପରସୁଥିବା ବାର ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକୁ ବନ୍ଦ କରିବା ପାଇଁ ଆବେଦନ କରାଯାଇଛି। ମଦ୍ୟପାନ ପରସିବା ଉପରେ ପ୍ରତିବନ୍ଧକ ଲଗାଇବା, ଅଲିମ୍ପିକ୍ କାର୍ଯ୍ୟକଳାପକୁ ସୀମିତ କରିବା ଦିଗରେ ଏକ ପଦକ୍ଷେପ ହେବ ବୋଲି କୁହାଯାଉଛି।

Advertisment

ଟୋକିଓରେ ବର୍ତ୍ତମାନ ସେଭଳି କଡ଼ା ପ୍ରୋଟୋକଲ ଲାଗୁ କରାଯାଇନାହିଁ। ବାର୍ ତଥା ରେଷ୍ଟୁରାଣ୍ଟ ସମୟ କମ୍ କରିବା ସତ୍ତ୍ୱେ କରୋନା ସଂକ୍ରମଣ ରୋକିବାର ନାଁ ନେଉନାହିଁ। କରୋନା ମହାମାରୀ ଆରମ୍ଭ ହେବାର ପରଠାରୁ ଜାପାନରେ ଚତୁର୍ଥଥର ଏମରଜେନ୍ସି ଲାଗୁ କରାଯାଇଛି। ଟୋକିଓରେ ବୁଧବାର ୯୨୦ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଗତ ସପ୍ତାହରେ ଏହି ସଂଖ୍ୟା ୭୧୪ ଥିଲା। କିଛି ଦିନ ତଳେ ଜାପାନରେ ପହଞ୍ଚିଥିବା ସର୍ବିୟା ଦଳର କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହା ପରେ ସମସ୍ତଙ୍କ ଚିନ୍ତା ଦ୍ୱିଗୁଣିତ ହୋଇ ଯାଇଛି।

Tokyo Olympics