Advertisment

ହକି ଟେଷ୍ଟ: ଜାପାନକୁ ୪-୦ରେ ହରାଇଲା ଭାରତ

ଭୁବନେଶ୍ୱର: ସର୍ଦ୍ଦା ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ ଜାପାନ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚଟିକୁ ୪-୦ରେ ଜିତି ନେଇଛି। ଆଉ ଏହା ସହିତ ଏକ ପାଖିଆ ଭାବେ ୪ ଟିକିଆ ଟେଷ୍ଟ ସିରିଜରେ ବିଜୟୀ ହୋଇଛି। ଆଜିର ମ୍ୟାଚଟି ସଂପୂର୍ଣ୍ଣ ଏକ ପାଖିଆ ଥିଲା। ଭାରତ ପ୍ରାରମ୍ଭରୁ ଆଧିପତ୍ୟ ଜାହିର କରିଥିଲା। ଦଳ ପକ୍ଷରୁ ପ୍ରଥମ ଗୋଲଟି ଦେଇଥିଲେ ଭି.ଆର. ରଘୁନାଥ। ଏହା ଏକ ପେନାଲଟି କର୍ଣ୍ଣର ଥିଲା। ତା’ପରେ ଯୁବରାଜ ବାଲ୍ମିକ, ଧରମବୀର ସିଂହ […]

ହକି ଟେଷ୍ଟ: ଜାପାନକୁ ୪-୦ରେ ହରାଇଲା ଭାରତ

sardar-singh1

Advertisment

ଭୁବନେଶ୍ୱର: ସର୍ଦ୍ଦା ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ ଜାପାନ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚଟିକୁ ୪-୦ରେ ଜିତି ନେଇଛି। ଆଉ ଏହା ସହିତ ଏକ ପାଖିଆ ଭାବେ ୪ ଟିକିଆ ଟେଷ୍ଟ ସିରିଜରେ ବିଜୟୀ ହୋଇଛି। ଆଜିର ମ୍ୟାଚଟି ସଂପୂର୍ଣ୍ଣ ଏକ ପାଖିଆ ଥିଲା। ଭାରତ ପ୍ରାରମ୍ଭରୁ ଆଧିପତ୍ୟ ଜାହିର କରିଥିଲା। ଦଳ ପକ୍ଷରୁ ପ୍ରଥମ ଗୋଲଟି ଦେଇଥିଲେ ଭି.ଆର. ରଘୁନାଥ। ଏହା ଏକ ପେନାଲଟି କର୍ଣ୍ଣର ଥିଲା। ତା’ପରେ ଯୁବରାଜ ବାଲ୍ମିକ, ଧରମବୀର ସିଂହ ଓ ଆକାଶଦୀପ ସିଂହ ଗୋଟିଏ ଗୋଟିଏ ଗୋଲ କରିଥିଲେ।

Advertisment

ମେ’ ୩ ତାରିଖରେ ଆରମ୍ଭ ହୋଇଥିବା ଏହି ସିରିଜର ପ୍ରଥମ ମ୍ୟାଚ ୧-୧ରେ ଅସୀମାଂମିତ ରହିଥିଲା। ମେ’ ୫ ତାରିଖରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨-୦ରେ ବିଜୟୀ ହୋଇଥିଲା। ସେହିଭଳି ମେ’୩ରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ଲଗାତାର ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଜିତି ଭାରତ ସିରିଜ୍ ଜିତି ସାରିଥିଲା। ତେବେ ଆଜିର ମ୍ୟାଚକୁ ଜିତି ଏକପାଖିଆ ଭାବେ ସିରିଜ ହାତେଇବାର ଯେଉଁ ଲକ୍ଷ୍ୟ ଭାରତ ରଖିଥିଲା ତାହା ପୂର୍ଣ୍ଣ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe