Advertisment

୧୩ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍, ଇତିହାସ ରଚିଲେ ଜାପାନର କୁନି ଝିଅ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମଥର ଷ୍ଟ୍ରୀଟ୍ ସ୍କେଟବୋର୍ଡିଂ ମୁକାବିଲା ହେଉଛି। ଆଉ ଏହି ଖେଳରେ ଯେଉଁ ଦୁଇ ଖେଳାଳି ସର୍ବଶ୍ରେଷ୍ଠ ବିବେଚିତ ହୋଇଛନ୍ତି, ଏମାନଙ୍କ ବୟସ ୧୪ ବର୍ଷରୁ କମ୍। ଜାପାନର ମୋମିଜି ନିଶିୟା ମାତ୍ର ୧୩ ବର୍ଷ ୩୩୦ ଦିନରେ ନିଜ ଘରେ ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ସ୍କେଟର୍ ଜଣକ ହେଉଛନ୍ତି ବ୍ରାଜିଲର ରେସା ଲିଲ୍, ଯାହାଙ୍କ ବୟସ ୧୩ ବର୍ଷ ୨୦୩ ଦିନ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୩ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍, ଇତିହାସ ରଚିଲେ ଜାପାନର କୁନି ଝିଅ

Momiji-Nishiya

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମଥର ଷ୍ଟ୍ରୀଟ୍ ସ୍କେଟବୋର୍ଡିଂ ମୁକାବିଲା ହେଉଛି। ଆଉ ଏହି ଖେଳରେ ଯେଉଁ ଦୁଇ ଖେଳାଳି ସର୍ବଶ୍ରେଷ୍ଠ ବିବେଚିତ ହୋଇଛନ୍ତି, ଏମାନଙ୍କ ବୟସ ୧୪ ବର୍ଷରୁ କମ୍। ଜାପାନର ମୋମିଜି ନିଶିୟା ମାତ୍ର ୧୩ ବର୍ଷ ୩୩୦ ଦିନରେ ନିଜ ଘରେ ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ସ୍କେଟର୍ ଜଣକ ହେଉଛନ୍ତି ବ୍ରାଜିଲର ରେସା ଲିଲ୍, ଯାହାଙ୍କ ବୟସ ୧୩ ବର୍ଷ ୨୦୩ ଦିନ।

Advertisment

Olympics: 13-yr-old Momiji Nishiya completes Japan skateboard street sweep

ଲିଲ୍ ହୁଏତ ସ୍ୱର୍ଣ୍ଣ ପଦକ ଜିତିପାରିନାହାନ୍ତି, କିନ୍ତୁ ୮୫ ବର୍ଷରେ ସବୁଠାରୁ କନିଷ୍ଠ ପଦକ ବିଜେତା ହୋଇଛନ୍ତି। ପଦକ ଜିତିବା ସହ ଏହି ଦୁଇ ଧୁରନ୍ଧର ଖେଳାଳି ଏବେ ଟୋକିଓ ଅଲିମ୍ପିକ୍ସରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍କେଟର୍ ହେଉଛନ୍ତି ଜାପାନର ଫୁନା ନାକାୟାମା, ଯାହାଙ୍କର ବୟସ ୧୬।

Nishiya Momiji wins the skateboard street | FISE

ଅଲିମ୍ପିକ୍ସରେ ଏଥର ଚାରୋଟି ନୂଆ ଗେମ୍ସକୁ ସାମିଲ୍ କରାଯାଇଥିଲା, ଯେଉଁଥିରେ ସ୍କେଟବୋର୍ଡିଂ ଅନ୍ୟତମ। ଏହାବ୍ୟତୀତ ସର୍ଫିଙ୍ଗ୍, ସ୍ପୋର୍ଟ କ୍ଲାଇମ୍ବିଂ ଓ କରାଟେକୁ ମଧ୍ୟ ଅଲିମ୍ପିକ୍ସରେ ସାମିଲ୍ କରାଯାଇଛି। ଯୁବ ବର୍ଗଙ୍କୁ ଅଲିମ୍ପିକ୍ସ ପ୍ରତି ଆକୃଷ୍ଟ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପୋଡିୟମରେ ଯେଉଁ ତିନି ଖେଳାଳି ଉପସ୍ଥିତ ଥିଲେ, ସେଥିରୁ ଦୁଇଜଣଙ୍କର ବୟସ ମାତ୍ର ୧୩ ବର୍ଷ ଏବଂ ଜଣଙ୍କର ୧୬ ବର୍ଷ ଥିଲା। କିଛି ବିଶେଷଜ୍ଞ ଏହାକୁ ଅଲିମ୍ପିକ୍ସ ଇତିହାସର ସବୁଠାରୁ କନିଷ୍ଠ ପୋଡିୟମ ମଧ୍ୟ କହିଛନ୍ତି।

Advertisment

ତେବେ ଅଲିମ୍ପିକ୍ ଇତିହାସରେ ସର୍ବକନିଷ୍ଠ ବିଜେତା ହେଉଛନ୍ତି ଆମେରିକୀୟ ଡ୍ରାଇଭର୍ ମାର୍ଜୋରୀ ଗେଷ୍ଟ୍ରିଙ୍ଗ୍, ଯିଏ ୧୯୩୬ ବର୍ଲିନ୍ ଗେମ୍ସରେ ୩ ମିଟର୍ ସ୍ପ୍ରିଙ୍ଗ୍‌ବୋର୍ଡ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମାତ୍ର ୧୩ ବର୍ଷ ୨୬୮ ଦିନରେ ଏହି ସଫଳତା ପାଇଥିଲେ।

Tokyo Olympics