Advertisment

ରାତିରେ ଭୁବି-ବୁମ୍ରାଙ୍କ ସ୍ୱପ୍ନ ଦେଖନ୍ତି ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ବିଶ୍ୱର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍। ସଚିନଙ୍କ ୱିକେଟ୍ ନେବା ପାଇଁ ବୋଲରଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା। ୯୦ଦଶକରେ ସଚିନଙ୍କ ବ୍ୟାଟିଂ ସବୁ ବୋଲରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ବିଶେଷକରି ଅଷ୍ଟ୍ରେଲିଆର ମହାନ୍ ଲେଗ୍ ସ୍ପିନର ଶେନ୍ ୱାର୍ଣ୍ଣ ଏକ ସମୟରେ ସଚିନଙ୍କୁ ବୋଲିଂ କରିବା ପାଇଁ ଭୟ କରନ୍ତି। ଏପରିକି ୱାର୍ଣ୍ଣ ଖୋଦ୍ ଖୁଲାସା କରିଥିଲେ ଯେ ମାଷ୍ଟର ବ୍ଲାଷ୍ଟର ତାଙ୍କ ସ୍ୱପ୍ନରେ ଆସନ୍ତି ଏବଂ ତାଙ୍କୁ ନିର୍ମମ ପ୍ରହାର […]

ରାତିରେ ଭୁବି-ବୁମ୍ରାଙ୍କ ସ୍ୱପ୍ନ ଦେଖନ୍ତି ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌

finch

Advertisment

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ବିଶ୍ୱର ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନ୍। ସଚିନଙ୍କ ୱିକେଟ୍ ନେବା ପାଇଁ ବୋଲରଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା। ୯୦ଦଶକରେ ସଚିନଙ୍କ ବ୍ୟାଟିଂ ସବୁ ବୋଲରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ବିଶେଷକରି ଅଷ୍ଟ୍ରେଲିଆର ମହାନ୍ ଲେଗ୍ ସ୍ପିନର ଶେନ୍ ୱାର୍ଣ୍ଣ ଏକ ସମୟରେ ସଚିନଙ୍କୁ ବୋଲିଂ କରିବା ପାଇଁ ଭୟ କରନ୍ତି।

Advertisment

ଏପରିକି ୱାର୍ଣ୍ଣ ଖୋଦ୍ ଖୁଲାସା କରିଥିଲେ ଯେ ମାଷ୍ଟର ବ୍ଲାଷ୍ଟର ତାଙ୍କ ସ୍ୱପ୍ନରେ ଆସନ୍ତି ଏବଂ ତାଙ୍କୁ ନିର୍ମମ ପ୍ରହାର କରୁଛନ୍ତି। ଏବେ ଠିକ୍ ସେହିଭଳି କିଛି ଘଟିଛି ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍। ୨୦୧୮ରେ ଭାରତ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେହି ସମୟରେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ଫିଞ୍ଚଙ୍କୁ ବହୁତ ସମସ୍ୟାରେ ପକାଇଥିଲେ। ଏହି କଥା ନିଜେ ଫିଞ୍ଚ୍ ଖୁଲାସା କରିଛନ୍ତି।

ଫିଞ୍ଚ୍ କହିଛନ୍ତି ଯେ ସେହି ଗସ୍ତ ସମୟରେ ମୁଁ ସ୍ୱପ୍ନରେ ଦେଖୁଥିଲି ଯେ ଭୁବନେଶ୍ୱର ଓ ବୁମ୍ରା ମୋତେ ସହଜରେ ଆଉଟ୍ କରି ଦେଉଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ୍ ଓପନ୍ କରୁଥିବା କ୍ୟାପଟେନ୍ ଫିଞ୍ଚ୍ ତିନୋଟି ଯାକ ଫର୍ମାଟରେ ଖୁବ୍ ସଂଘର୍ଷ କରୁଥିଲେ। ବିଶେଷକରି ଭୁବନେଶ୍ୱରଙ୍କ ଇନସୁଇଂ ବଲ୍ ତାଙ୍କୁ ଅଧିକ ସମସ୍ୟାରେ ପକାଉଥିଲା। ଏହି କଥା ଫିଞ୍ଚ୍ ନିକଟରେ ଅଷ୍ଟ୍ରେଲିଆ କ୍ରିକେଟକୁ ନେଇ ରିଲିଜ୍ ହୋଇଥିବା ୱେବ୍ ସିରିଜରେ କହିଛନ୍ତି।

Advertisment

ଫିଞ୍ଚ୍ କହିଛନ୍ତି, ମୁଁ ସ୍ୱପ୍ନ ଦେଖେ ଯେ ଭୁବି ମୋତେ ଇନସୁଇଂ ବଲରେ ବାରମ୍ବାର ଆଉଟ୍ କରୁଛନ୍ତି। ଏଭଳି ସ୍ୱପ୍ନ ଦେଖିବା ପରେ ମୁଁ ଭୟଭୀତ ହୋଇପଡ଼ୁଥିଲି। ସେହିପରି ବୁମ୍ରାଙ୍କ ସମ୍ବନ୍ଧରେ ଫିଞ୍ଚ୍ କହିଛନ୍ତି, ରାତି ଅଧରେ ହଠାତ୍ ମୋ ନିଦ ଭାଙ୍ଗି ଯାଉଥିଲା ମୁଁ ଉଠିକି ଭାବୁଥିଲି ଯେ ପରବର୍ତ୍ତୀ ଦିନ ମୋତେ ବୁମ୍ରାଙ୍କୁ ସାମ୍ନା କରିବାକୁ ପଡ଼ିବ। ସତ କହିବାକୁ ଗଲେ ଏହି ଦୁଇ ବୋଲର ମୋତେ ବହୁତ ସମସ୍ୟାରେ ପକାଇଥିଲେ।

ସୂଚନାଯୋଗ୍ୟ, ୨୦୧୮ରେ ଭାରତ ଅଷ୍ଟ୍ରେଲିଆରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମେ ବର୍ଡର-ଗାଭସ୍କର ଟ୍ରଫିକୁ ୨-୧ରେ ଜିତିଥିଲା। ଏହା ପରେ ଦିନିକିଆ ସିରିଜକୁ ୨-୧ରେ ଏବଂ ଟି-୨୦ ସିରିଜକୁ ୧-୧ରେ ବରାବର କିଥିଲା। ଟେଷ୍ଟ ସିରିଜରେ ବୁମ୍ରା ପ୍ରମୁଖ ଭୂମିକା ବହନ କରି ୨୧ଟି ୱିକେଟ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe