Advertisment

ପର୍ଥରେ ଇତିହାସ, କପିଲ ଦେବଙ୍କ ସମକକ୍ଷ ହେଲେ ବୁମ୍ରା

ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ସଫଳତା ସହ ଇତିହାସ ରଚିଲେ ଜସପ୍ରୀତ ବୁମ୍ରା। କପିଲ ଦେବଙ୍କ ରେକର୍ଡର ହେଲେ ସମକକ୍ଷ।

author-image
Debadatta Aryashrestha
Jasprit Bumrah

Jasprit Bumrah

ଅଷ୍ଟ୍ରେଲିଆରେ ଇତିହାସ ରଚିଲେ ସ୍ପିଡଷ୍ଟାର ଜସପ୍ରୀତ ବୁମ୍ରା। ଭାରତୀୟ କାମଚଳା ଅଧିନାୟକଙ୍କ ଘାତକ ବୋଲିଂରେ ପ୍ରଥମ ପାଳିରେ ମାଟି କାମୁଡ଼ିଥିଲେ କଙ୍ଗାରୁ ବ୍ୟାଟର। ତେବେ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ସଫଳତା ହାସଲ କରି ଏକ ବଡ଼ ରେକର୍ଡ କରିଛନ୍ତି ବୁମ୍ରା। ଅଷ୍ଟ୍ରେଲିଆରେ ଏହି ସଫଳତା ସହ ସେ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି।

Advertisment

ପ୍ରଥମ ପାଳିରେ ବୁମ୍ରା ୧୮ ଓଭର ବୋଲିଂ କରି ୩୦ ରନ ବ୍ୟୟରେ ୫ଟି ବହୁମୂଲ୍ୟ ୱିକେଟ ହାସଲ କରିଥିଲେ। ନାଥନ ମ୍ୟାକସ୍ଵିନୀ, ଉସମାନ ଖାୱଜା, ଷ୍ଟେଭ ସ୍ମିଥ, ଆଲେକ୍ସ କ୍ୟାରୀ ଓ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଆଉଟ୍ କରି ପାଭିଲିୟନ ଫେରାଇଥିଲେ ବୁମ୍ରା। ତେବେ ଏହା ହେଉଛି ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବୁମ୍ରାଙ୍କର ସପ୍ତମ ୫ ୱିକେଟ ସଫଳତା। ଏହି ଦେଶ ଗୁଡ଼ିକରେ ସର୍ବାଧିକ ଥର ୫ ୱିକେଟ ସଫଳତା ହାସଲ କରିବା ରେକର୍ଡ କପିଲ ଦେବଙ୍କ ନାଁରେ ରହିଥିଲା, ଯିଏକି ୭ ଥର ଏହି ସଫଳତା ନିଜ ନାଁରେ କରିଥିଲେ। ଆଉ ବୁମ୍ରା ଏବେ କପିଲ ଦେବଙ୍କ ସମକକ୍ଷ ହୋଇସାରିଛନ୍ତି। ଏହି ତାଲିକାରେ ବି.ଏସ୍ ଚନ୍ଦ୍ରଶେଖର (୬ ଥର), ଜାହିର ଖାନ (୬ ଥର), ବିଶାନ ସିଂହ ବେଦୀ (୫ ଥର) ଓ ଅନୀଲ କୁମ୍ବଲେ (୫ ଥର) ରହିଛନ୍ତି।

Advertisment

ଏହା ବ୍ୟତୀତ ବୁମ୍ରା ପଞ୍ଚମ ଭାରତୀୟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏକ ୫ ୱିକେଟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଭିନୋ ମଙ୍କଡ, ବିଶାନ ସିଂହ ବେଦୀ, କପିଲ ଦେବ ଓ ଅନୀଲ କୁମ୍ବଲେଙ୍କ ନାଁ ଏହି ତାଲିକାରେ ରହିଛି। ତେବେ ସେନା ଦେଶରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ୨୭ ଟେଷ୍ଟ ମ୍ୟାଚ୍ ଖେଳି ୧୧୮ ୱିକେଟ୍ ହାସଲ କରିଛନ୍ତି।

Perth Test India Vs Australia Jasprit Bumrah Border Gavaskat Trophy