Advertisment

ନୂଆବର୍ଷରେ ନୂଆ ଇତିହାସ ରଚିଲେ ବୁମ୍ରା, ପଛରେ ପଡ଼ିଲେ ବହୁ କିମ୍ବଦନ୍ତୀ

ଆଇସିସି ଟେଷ୍ଟ ରାଙ୍କିଂରେ ବୋଲରଙ୍କ ତାଲିକାରେ ଶୀର୍ଷ ସ୍ଥାନ ବୟାଜ ରଖିଛନ୍ତି ବୁମ୍ରା। ଏହାସହ ସେ ସର୍ବାଧିକ ରେଟିଂ ପଏଣ୍ଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି।

Jasprit Bumrah

Jasprit Bumrah

Advertisment

ନୂଆବର୍ଷ ୨୦୨୫ ଆରମ୍ଭରୁ ଇତିହାସ ରଚିଛନ୍ତି ଭାରତୀୟ ସ୍ପିଡ ଷ୍ଟାର ଜସପ୍ରୀତ ବୁମ୍ରା। ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଂରେ ସେ ବୋଲରଙ୍କ ତାଲିକାରେ ଶୀର୍ଷ ସ୍ଥାନ ତ ବୟାଜ ରଖିଛନ୍ତି, ଏହା ସହିତ ସର୍ବକାଳୀନ ସର୍ବାଧିକ ରେଟିଂ ପଏଣ୍ଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି ବୁମ୍ରା। ପୂର୍ବରୁ ୯୦୪ ପଏଣ୍ଟ ଲେଖାଏଁ ହାସଲ କରି ରବିଚନ୍ଦ୍ରନ ଅଶ୍ୱିନ ଓ ବୁମ୍ରା ମିଳିତ ଭାବେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ହେଲେ ଆଜି ଆଇସିସି ଟେଷ୍ଟ ମାନ୍ୟତାରେ ବୁମ୍ରାଙ୍କୁ ମିଳିଛି ୯୦୭ ରେଟିଂ ପଏଣ୍ଟ।

Advertisment

ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫିରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ଏକାକୀ ୩୦ ୱିକେଟ ନେଇଛନ୍ତି ବୁମ୍ରା। ଯଦିଓ ଭାରତକୁ ଏହି ସିରିଜ ଏପର୍ଯ୍ୟନ୍ତ ଭଲ ଫଳାଫଳ ଦେଇନାହିଁ, ବୁମ୍ରା କିନ୍ତୁ ନିଜ ପରିଶ୍ରମର ଫଳ ପାଇଛନ୍ତି। ବ୍ୟାଟିଂରେ ଦୁର୍ବଳ ଦିଶୁଥିବା ପୂରା ଟିମ୍ କେବଳ ବୋଲିଂ ପାଇଁ ବୁମ୍ରାଙ୍କ ଉପରେ ନିର୍ଭର କରୁଥିବେଳେ ଚାପକୁ ନିୟନ୍ତ୍ରଣରେ ରଖି ସେ ଏକାକୀ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇପାରିଛନ୍ତି। ଏପରିକି ଏହି ସିରିଜରେ ଭାରତ ଜିତିଥିବା ଏକମାତ୍ର ମ୍ୟାଚର ନେତୃତ୍ୱ ମଧ୍ୟ ବୁମ୍ରା ନେଇଥିଲେ।

ତେବେ ଆଇସିସି ଦ୍ୱାରା ସର୍ବାଧିକ ରେଟିଂ ପଏଣ୍ଟ ପାଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ଶୀର୍ଷରେ ମିଳିତ ଭାବରେ ଅଶ୍ୱିନ ଓ ବୁମ୍ରା ରହିଥିଲେ। ଉଭୟ ନିଜ ନିଜ ପ୍ରଦର୍ଶନ ବଳରେ ୯୦୪ ଲେଖାଏଁ ରେଟିଂ ପଏଣ୍ଟ ପାଇ ଏହି ତାଲିକାର ଶୀର୍ଷରେ ଥିଲେ। ହେଲେ ସବୁ ରେକର୍ଡକୁ ଭାଙ୍ଗି ଆଜିର ଆଇସିସି ମାନ୍ୟତାରେ ୯୦୭ ରେଟିଂ ପଏଣ୍ଟ ହାସଲ କରିଛନ୍ତି ବୁମ୍ରା। କୌଣସି ଭାରତୀୟ ବୋଲରଙ୍କ କ୍ଷେତ୍ରରେ ଏହା ସର୍ବାଧିକ ହୋଇଥିବାବେଳେ ସର୍ବକାଳୀନ ରେକର୍ଡରେ ସେ ଇଂଲଣ୍ଡର ପୂର୍ବତନ ସ୍ପିନର ଡେରେକ୍ ଅଣ୍ଡରଉଡଙ୍କ ସହ ମିଳିତ ଭାବେ ୧୭ଶ ସ୍ଥାନରେ ରହିଛନ୍ତି। ଏହି ସର୍ବକାଳୀନ ରେକର୍ଡ ରେଟିଂ ପଏଣ୍ଟ ତାଲିକାରେ ଶୀର୍ଷରେ ଅଛନ୍ତି ଇଂଲଣ୍ଡର ପୂର୍ବତନ ବୋଲର ସିଡନୀ ବାର୍ନସ୍। ସେ ଏକଦା ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରି ୯୩୨ ପଏଣ୍ଟ ହାସଲ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ମେଲବର୍ଣ୍ଣ ଷ୍ଟାଡିୟମରେ ବକ୍ସିଂ ଡେ ଟେଷ୍ଟ ଖେଳୁଥିବାବେଳେ ବୁମ୍ରା ଟେଷ୍ଟରେ ୨୦୦ ୱିକେଟ ପୂରଣ କରିଥିଲେ। ସେ ମଧ୍ୟ ଦ୍ରୁତତମ ଭାରତୀୟ ପେସର ଭାବେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ୫୦ ମ୍ୟାଚ୍ ଖେଳି ୨୦୦ ୱିକେଟ ହାସଲ କରିଥିବାବେଳେ କେବଳ ୪୪ ମ୍ୟାଚରେ ଏହି ରେକର୍ଡ କରିଥିଲେ ବୁମ୍ରା।

Indian Cricket Team India Vs Australia ICC Jasprit Bumrah Border-Gavaskar Trophy Team India ICC Ranking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe