Advertisment

ନୂଆ ଲୁକ୍ ନେଇ ଆସିଲା ଟିମ୍ ଇଣ୍ଡିଆର ନୂଆ ଜର୍ସି

ଟିମ୍ ଇଣ୍ଡିଆର ନୂଆ ଦିନିକିଆ ଜର୍ସି ଉନ୍ମୋଚନ କଲେ ଜୟ ଶାହ ଓ ହରମନପ୍ରୀତ କୌର। ସୋଶାଲ ମିଡିଆରେ ଭିଡିଓ ଶେୟାର କଲା ବିସିସିଆଇ।

Jay Shah and Harmanpreet Kaur with new ODI jersey

Jay Shah and Harmanpreet Kaur with new ODI jersey

Advertisment

ଭାରତୀୟ କ୍ରିକେଟ୍ ଦଳ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି। ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବିସିସିଆଇ ସଚିବ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି। ବିସିସିଆଇ ଏହାର ସୋଶାଲ ମିଡିଆରେ ଏହି ସମୟର ଭିଡିଓ ଶେୟାର କରିଛି।

Advertisment

ଏମିତି ରହିଛି ଜର୍ସି
ନୂଆ ଜର୍ସିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାରମ୍ପାରିକ ନୀଳ ରଙ୍ଗର ଏହି ନୂଆ ଜର୍ସିରେ ପୂର୍ବ ଭଳି ‘ଡ୍ରିମ୍ ୧୧’ ଲୋଗୋ ଏବଂ ‘ଇଣ୍ଡିଆ’ ଲେଖା ରହିଛି। ତେବେ ନୂଆ ଏକଦିବସୀୟ ଜର୍ସିର କାନ୍ଧରେ ‘ତ୍ରିରଙ୍ଗା’ ଚିହ୍ନ ସ୍ଥାନ ପାଇଛି। ସେହିପରି ଡାହାଣ ପାଖ ଛାତିରେ ଆଦିଦାସ ଲୋଗ ରହିଥିବାବେଳେ ବାମ ପାଖରେ ବିସିସିଆଇ ଲୋଗୋ ରହିଛି। ଏହି ବିସିସିଆଇ ଲୋଗୋ ଉପରେ ପୂର୍ବ ପରି ଦିନିକିଆ ବିଶ୍ୱକପ୍ ବିଜୟର ଚିହ୍ନ ସ୍ୱରୂପ ଦୁଇଟି ଷ୍ଟାର ସ୍ଥାନ ପାଇଛି।

Advertisment

ଓଡ଼ିଶାରେ ନୂଆ ଜର୍ସି ପିନ୍ଧି ଖେଳିବ ଟିମ୍ ଇଣ୍ଡିଆ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମହିଳା ଦଳ ପ୍ରଥମ ଥର ପାଇଁ ନୂଆ ଜର୍ସି ପିନ୍ଧିବ। ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ମ୍ୟାଚ୍ ଖେଳାଯିବ। ଏହି ସମୟରେ ନୂଆ ଜର୍ସି ପିନ୍ଧିବ ମହିଳା ଦଳ। ଅନ୍ୟପଟେ ଭାରତୀୟ ପୁରୁଷ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଫେବୃଆରୀ ୨ ତାରିଖରୁ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୯ ତାରିଖରେ କଟକ- ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବ।

Jay Shah Team India New ODI Jersey Harmanpreet Kaur Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe