Advertisment

ବିଜୁଳିକାଟକୁ ନେଇ ସରକାରଙ୍କୁ କଡ଼ା ପ୍ରଶ୍ନ କଲେ ଧୋନିଙ୍କ ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜୁଳିକାଟକୁ ନେଇ କ୍ଷୁବ୍ଧ ଟିମ୍ ଇଣ୍ଡିଆ ପୂର୍ବତନ କ୍ୟାପଟେନ୍ ମହନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ଷୀ। ଟ୍ୱିଇଟ କରି ସେ ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଝାରଖଣ୍ଡର ପୂର୍ବୋତର ରାଜ୍ୟର ଲୋକଙ୍କ ନିମନ୍ତେ ବିଜୁଳି ସଙ୍କଟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ସାକ୍ଷୀ ବିରକ୍ତି ପ୍ରକାଶ କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ ଟୁଇଟ କରି ପଚାରିଛନ୍ତି, ରାଜ୍ୟରେ ଏତେ ବର୍ଷ ଧରି କାହିଁକି ବିଜୁଳି […]

ଅଦ୍ୟତନ ହୋଇଛି
ବିଜୁଳିକାଟକୁ ନେଇ ସରକାରଙ୍କୁ କଡ଼ା ପ୍ରଶ୍ନ କଲେ ଧୋନିଙ୍କ ପତ୍ନୀ ସାକ୍ଷୀ

sakhi

Advertisment

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜୁଳିକାଟକୁ ନେଇ କ୍ଷୁବ୍ଧ ଟିମ୍ ଇଣ୍ଡିଆ ପୂର୍ବତନ କ୍ୟାପଟେନ୍ ମହନ୍ଦ୍ର ସିଂ ଧୋନିଙ୍କ ପତ୍ନୀ ସାକ୍ଷୀ। ଟ୍ୱିଇଟ କରି ସେ ସରକାରଙ୍କୁ କଡା ପ୍ରଶ୍ନ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଝାରଖଣ୍ଡର ପୂର୍ବୋତର ରାଜ୍ୟର ଲୋକଙ୍କ ନିମନ୍ତେ ବିଜୁଳି ସଙ୍କଟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ସାକ୍ଷୀ ବିରକ୍ତି ପ୍ରକାଶ କରିଛନ୍ତି।

Advertisment

ସେ ରାଜ୍ୟ ସରକାରଙ୍କୁ ଟୁଇଟ କରି ପଚାରିଛନ୍ତି, ରାଜ୍ୟରେ ଏତେ ବର୍ଷ ଧରି କାହିଁକି ବିଜୁଳି ସଙ୍କଟ ରହିଛି? ଜଣେ କରଦାତା ଭାବେ ସେ ଏହା ଜାଣିବାକୁ ଚାହୁଁଛନ୍ତି। ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବେ ଶକ୍ତି ସୁରକ୍ଷା କରୁଥିବା ସତ୍ତ୍ୱେ ସରକାରଙ୍କ ଦାୟିତ୍ୱହୀନତା ସମ୍ପର୍କରେ ସେ ଜାଣିବାକୁ ଚାହୁଁଛନ୍ତି। ୨୦୧୯ ମସିହାରେ ମଧ୍ୟ ସେ ସରକାରଙ୍କୁ ଏଭଳି ପ୍ରଶ୍ନ ପଚାରିଥିଲେ। ରାଞ୍ଚିର ଲୋକଙ୍କୁ ଏଭଳି ବିଜୁଳିକାଟରୁ କେବେ ନିସ୍ତାର ମିଳିବ ବୋଲି ସରକାରଙ୍କୁ ସେ ପ୍ରଶ୍ନ କରିଥିଲେ।

ଝାରଖଣ୍ଡର ପଶ୍ଚିମ ସିଂହଭୂମି, କୋଡରମା, ଗିରିଡିହ ଜିଲ୍ଲାରେ ୪୦ ଡିଗ୍ରୀରୁ ଅଧିକ ତାତି ଅନୁଭୂତ ହେଉଥିବା ବେଳେ ବିଜୁଳି କାଟ ଲୋକଙ୍କୁ ଅତିଷ୍ଠ କରିଦେଲେଣି।  ଏଠାରେ ଏବେ ଲୋକଙ୍କ ଆବଶ୍ୟକତା ପୂରଣ ନିମନ୍ତେ ୨୫୦୦ ମେଗାୱାଟ ବିଜୁଳି ଆବଶ୍ୟକ ପଡ଼ୁଛି। ହେଲେ ଏଠାରେ ମାତ୍ର ୩୫୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି। ତେଣୁ ଏଠାରେ ବିଜୁଳି ସଙ୍କଟ ଦେଖାଦେଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe