Advertisment

ଧୋନିଙ୍କୁ ହାଇକୋର୍ଟ ନୋଟିସ୍‌, ହାଜର ହେବାକୁ ନିର୍ଦ୍ଦେଶ

ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଧୋନିଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି।

author-image
Madhupriya Mistry
MS Dhoni

MS Dhoni

ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଢ଼ିଲା ଅଡୁଆ। ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅଦାଲତରେ ହାଜର ହେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଜରି କରିଛନ୍ତି।

Advertisment

ତାଙ୍କ ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଧୋନିଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି। ଧୋନିଙ୍କୁ କୋର୍ଟକୁ ଆସି ଏହି ମାମଲାରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ମିହିର ଦିବାକର ଓ ସୌମ୍ୟା ଦାସ 'ଆର୍‌କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡ'ର ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ନାମରେ କ୍ରିକେଟ୍ ଏକାଡେମୀ ଖୋଲିବା ପାଇଁ ଉଭୟେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଚୁକ୍ତି କରିଥିଲେ। ତେବେ ଏହାର କିଛି ଦିନ ପରେ ଏମଏସ ଧୋନି ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ବିରୋଧ ଠକେଇ ଅଭିଯୋଗ ଆଣିଥିଲେ। ଧୋନି ଜାନୁଆରୀ ୫ ତାରିଖରେ ଏମାନଙ୍କ ବିରୋଧ ରାଞ୍ଚିରେ ଅପରାଧିକ ମାମଲା ରୁଜୁ କରିଥିଲେ।

Advertisment

ସୌମ୍ୟା ଓ ମିହିର ଦିବାକାର ତାଙ୍କ ଠାରୁ ୧୫ କୋଟି ଟଙ୍କାର ଠକେଇ କରିଥିବା ଧୋନି ଅଭିଯୋଗ ଆଣିଥିଲେ। ଧୋନି ଦାବି କରିଛନ୍ତି ଯେ ୨୦୨୧ ମସିହାରେ ସେ ଏକାଡେମୀ ପାଇଁ ଚୁକ୍ତିନାମା ଅଧିକାରକୁ ବାତିଲ କରିଦେଇଥିଲେ। ଅବଶ୍ୟ, ଏହା ପରେ ମଧ୍ୟ ତାଙ୍କ ନାମ ମିହିର ଦିୱାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ବ୍ୟବହୃତ କରାଯାଉଥିଲା।

ପରବର୍ତ୍ତୀ ସମୟରେ, ରାଞ୍ଚିରେ ଜଣେ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା ଦିୱାକର ଏବଂ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ଦୁହେଁ ଝଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ହାଇକୋର୍ଟ ଧୋନିଙ୍କୁ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ନୋଟିସ୍‌ ପଠାଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Jharkhand High Court MS Dhoni