Advertisment

ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ

ନିଙ୍ଗବାଓ: ଚୀନର ନିଙ୍ଗବୋରେ ଚାଲିଥିବା ଏସିଆନ୍ ୱେଟଲିଫ୍ଟିଙ୍ଗ୍ ଚାମ୍ପିଅନଶିପରେ ଓଡ଼ିଆ ଭାରୋତ୍ତୋଳକ ଝିଲି ଦଳବେହେରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମହିଳା ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଖାତା ଖୋଲିଛନ୍ତି। ଓଡ଼ିଶା ଜନ୍ମିତ ଏହି ୟୁଥ୍ ୱେଟଲିଫ୍ଟର୍ ‘ଏ’ ବର୍ଗରେ ମୋଟ ୧୬୭ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବର୍ଗରେ ଭିଏତନାମର ହୁୟେନ୍ ଥି ଭିଜଙ୍ଗ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ […]

author-image
Ranjit Kumar Jena
ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ

jhilli

ନିଙ୍ଗବାଓ: ଚୀନର ନିଙ୍ଗବୋରେ ଚାଲିଥିବା ଏସିଆନ୍ ୱେଟଲିଫ୍ଟିଙ୍ଗ୍ ଚାମ୍ପିଅନଶିପରେ ଓଡ଼ିଆ ଭାରୋତ୍ତୋଳକ ଝିଲି ଦଳବେହେରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ମହିଳା ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଖାତା ଖୋଲିଛନ୍ତି।

Advertisment

ଓଡ଼ିଶା ଜନ୍ମିତ ଏହି ୟୁଥ୍ ୱେଟଲିଫ୍ଟର୍ 'ଏ' ବର୍ଗରେ ମୋଟ ୧୬୭ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବର୍ଗରେ ଭିଏତନାମର ହୁୟେନ୍ ଥି ଭିଜଙ୍ଗ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।

ଗତବର୍ଷ ଝିଲି ତାସକେଣ୍ଟରେ ଆୟୋଜିତ ଆଇଡବ୍ଲ୍ୟୁଏଫ୍ ଜୁନିୟର୍ ୱାର୍ଲ୍ଡ ୱେଟ୍ ଲିଫ୍ଟିଙ୍ଗ୍ ଚାମ୍ପିଅନଶିପର ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଥିଲେ। ତେବେ ସେ ଚଳିତ ଚାମ୍ପିଅନଶିପରେ ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତି ନିଜ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଜଣାଯାଉଛି।

Advertisment