Advertisment

ଜିତେନ୍-11 ଚାମ୍ପିୟନ, ୦-୨ ଗୋଲ୍‌ରେ KKFCକୁ ହରାଇଲା

ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୩୨ଟି ଦଳ ଭାଗ ନେଇଛନ୍ତି। ଯେଉଁଥିରେ ୪ଟି ମହିଳା ଦଳ ସାମିଲ୍‌ ହୋଇଥିଲେ। ଫାଇନାଲ୍‌ ମ୍ୟାଚରେ KKFC କୋଇଡ଼ା ଓ ଜିତେନ୍-11 ଗୁଆଲି ମୁହାଁମୁହିଁ ହୋଇଥିଲେ।

Team

Team

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍‌ ବଣପାହାଡ ଘେରା ଗଣୁଆଁ ମିନିଷ୍ଟାଡିୟମ ଚାଲିଥିବା ୧୫ତମ ଗଣୁଆଁ ନକଆଉଟ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି। KKFC କୋଇଡ଼ାକୁ ୦-୨ ଗୋଲ୍‌ରେ ପରାସ୍ତ କରି ଜିତେନ୍ 11 ଗୁଆଲି ଚାମ୍ପିୟନ୍‌ ହୋଇଛି। ବିଜେତା ଟିମ୍‌କୁ ୧ ଲକ୍ଷ ୭୦ ହାଜର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।

Advertisment

ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୩୨ଟି ଦଳ ଭାଗ ନେଇଛନ୍ତି। ଯେଉଁଥିରେ ୪ଟି ମହିଳା ଦଳ ସାମିଲ୍‌ ହୋଇଥିଲେ। ଫାଇନାଲ୍‌ ମ୍ୟାଚରେ KKFC କୋଇଡ଼ା ଓ ଜିତେନ୍-11 ଗୁଆଲି ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ କଡ଼ା ଟକ୍କର ହୋଇଥିଲା। ହେଲେ ଶେଷ ବେଳ ବେଳକୁ ୦-୨ ଗୋଲ୍‌ରେ KKFC କୋଇଡ଼ାକୁ ପରାସ୍ତ କରି ଜିତେନ୍-11 ଗୁଆଲି ଚାମ୍ପିୟନ୍‌ ହୋଇଥିଲା।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ମାଲଦା ସରପଞ୍ଚ ସୁରୁବାଲି ପାତ୍ର ଓ ଅତିଥି ଭାବଆ ଚଳଚ୍ଚିତ୍ର ଅଭିନେତା ସ୍ୱରାଜ ବାରିକ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏଥିସହ ଉପ ବିଜେତା ଦଳ KKFC କୋଇଡାକୁ ୧ ଲକ୍ଷ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

Advertisment
Sundargarh Football
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe