Advertisment

ଭାରତ ବିପକ୍ଷ ଟେଷ୍ଟ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଫେରିଲେ ଏହି ଦୁଇ ଷ୍ଟାର ଖେଳାଳି

ଲଣ୍ଡନ: ଆସନ୍ତା ଫେବୃଆରୀ ୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଭାରତ ଗସ୍ତରେ ଆସୁଥିବା ଇଂଲଣ୍ଡ ଏଠାରେ ୪ଟି ଟେଷ୍ଟ ସହ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବ। ଏହାକୁ ଦୃଷ୍ଟିରେ ରଖି ଆଜି ଇଂଲିଶ ଟିମ୍‌ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ତାଲିକା ପ୍ରକାଶ କରିଛି। ଏହି ୧୬ ଜଣିଆ ସ୍କ୍ୱାଡକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ନେଇଥିବା ଦୁଇ ଷ୍ଟାର ଖେଳାଳି ଜୋଫ୍ରା ଆର୍ଚର […]

ଅଦ୍ୟତନ ହୋଇଛି
ଭାରତ ବିପକ୍ଷ ଟେଷ୍ଟ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଫେରିଲେ ଏହି ଦୁଇ ଷ୍ଟାର ଖେଳାଳି

gi

Advertisment

ଲଣ୍ଡନ: ଆସନ୍ତା ଫେବୃଆରୀ ୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଭାରତ ଗସ୍ତରେ ଆସୁଥିବା ଇଂଲଣ୍ଡ ଏଠାରେ ୪ଟି ଟେଷ୍ଟ ସହ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବ। ଏହାକୁ ଦୃଷ୍ଟିରେ ରଖି ଆଜି ଇଂଲିଶ ଟିମ୍‌ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ତାଲିକା ପ୍ରକାଶ କରିଛି।

Advertisment

ଏହି ୧୬ ଜଣିଆ ସ୍କ୍ୱାଡକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ନେଇଥିବା ଦୁଇ ଷ୍ଟାର ଖେଳାଳି ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ କମ୍‌ବ୍ୟାକ୍‌ କରିଛନ୍ତି। ସେହିପରି ଶ୍ରୀଲଙ୍କା ଗସ୍ତରେ ଯାଇ ନଥିବା ରୋରି ବର୍ନସ ମଧ୍ୟ ଇଂଲିଶ ଟିମ୍‌ରେ ସାମିଲ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ଆହତ ହୋଇଥିବା ଓଲି ପପ ଯଦି ଫିଟନେଶ ଟେଷ୍ଟ ପାସ୍‌ କରିବେ, ତା’ହେଲେ ତାଙ୍କୁ ଭାରତ ଗସ୍ତରେ ପଠାଯିବ ବୋଲି ଇଂଲିଶ କ୍ରିକେଟ ବୋର୍ଡ କହିଛି।

ଅନ୍ୟପକ୍ଷରେ ଚୟନକର୍ତ୍ତାମାନେ ଜନ୍ନି ବେୟାରଷ୍ଟୋ, ସାମ କୁରାନ ଓ ମାର୍କ ଉଡଙ୍କୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବିଶ୍ରାମ ଦେଇଛନ୍ତି। ଏହି ୩ ଖେଳାଳି ଭାବେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି।

Advertisment

ଇଂଲଣ୍ଡ ଟେଷ୍ଟ ସ୍କ୍ୱାଡ-ଜୋ ରୁଟ(ଅଧିନାୟକ), ଜୋଫ୍ରା ଆର୍ଚର, ମୋଇନ ଅଲୀ, ଜେମ୍ସ ଆଣ୍ଡେରସନ, ଡମ ବେସ, ଷ୍ଟୁଆର୍ଟ ବ୍ରଡ, ରୋରି ବର୍ନସ, ଜୋଶ ବଟଲର, ଜ୍ୟାକ କାରୱେଲ, ବେନ ଫୋକେସ, ଡାନ ଲାୱରେନ୍ସ, ଜ୍ୟାକ ଲେଚ୍‌, ଡମ ସିବଲେ, ବେନ ଷ୍ଟୋକ୍ସ, ଓଲି ଷ୍ଟୋନ ଏବଂ କ୍ରିସ ୱକ୍ସ।

ରିର୍ଜଭ ଖେଳାଳି-ଜେମ୍ସ ବାରସେ, ମାସୋନ କ୍ରେନ, ସାକିବ ମହମ୍ମଦ, ମାଥ୍ୟୁ ପାରକିନସନ, ଓଲି ରବିନସନ ଏବଂ ଅମର ଭିରଡି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଫେବୃଆରୀ ୫ରୁ ୯ ଯାଏ ଚେନ୍ନାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ ମଧ୍ୟ ୧୩ରୁ ୧୭ ଯାଏ ଏହିଠାରେ ଖେଳାଯିବ। ଅହମଦାବାଦରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ତୃତୀୟ ଓ ୪ର୍ଥ ଟେଷ୍ଟ ଯଥାକ୍ରମେ ୨୪ ଫେବୃଆରୀରୁ ୨୮ ଏବଂ ମାର୍ଚ୍ଚ ୪ରୁ ୮ ତାରିଖ ଯାଏ ଖେଳାଯିବ।

ଅଧିକ ପଢ଼ନ୍ତୁ : ବର୍ଷାରେ କ୍ରିକେଟ୍ ଖେଳିବାକୁ ମନା କଲେ କ’ଣ କରନ୍ତି ୱାଶିଂଟନ, ମା’ ଖୋଲିଦେଲେ ଗୁମର

Cricket India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe