Advertisment

୨୬ ମିଟରରୁ ୮୭.୫୮ ମିଟରର ଯାତ୍ରା, ବାଉଁଶ ଜାଭେଲିନ୍ ଭାଙ୍ଗିବାରୁ ମିଳିଥିଲା ଗାଳି

ନୂଆଦିଲ୍ଲୀ: ହରିୟାଣାର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏକ ସମୟରେ ମାତ୍ର ୨୬ ମିଟର୍ ଥ୍ରୋ’ କରୁଥିବା ନୀରଜ ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲରେ ୮୭.୫୮ ମିଟର୍ ଥ୍ରୋ’ କରି ଦମ୍ ଦେଖାଇଛନ୍ତି। ୧୦ ବର୍ଷ ତଳେ ୧୩ ବର୍ଷ ବୟସରେ ୮୦ କିଲୋ ଓଜନ ବିଶିଷ୍ଟ ଖଣ୍ଡରା ଗାଁର ନୀରଜ ଶିବାଜୀ ଷ୍ଟାଡିୟମରେ ପ୍ରଥମଥର ୨୬ ମିଟର୍ ଦୂରତାକୁ ଜାଭେଲିନ୍ ଥ୍ରୋ’ କରିଥିଲେ। ସେତେବେଳେ ତାଙ୍କ ହାତରେ […]

ଅଦ୍ୟତନ ହୋଇଛି
୨୬ ମିଟରରୁ ୮୭.୫୮ ମିଟରର ଯାତ୍ରା, ବାଉଁଶ ଜାଭେଲିନ୍ ଭାଙ୍ଗିବାରୁ ମିଳିଥିଲା ଗାଳି

neeraj-chopra

Advertisment

ନୂଆଦିଲ୍ଲୀ: ହରିୟାଣାର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏକ ସମୟରେ ମାତ୍ର ୨୬ ମିଟର୍ ଥ୍ରୋ' କରୁଥିବା ନୀରଜ ଅଲିମ୍ପିକ୍ସର ଜାଭେଲିନ୍ ଫାଇନାଲରେ ୮୭.୫୮ ମିଟର୍ ଥ୍ରୋ' କରି ଦମ୍ ଦେଖାଇଛନ୍ତି। ୧୦ ବର୍ଷ ତଳେ ୧୩ ବର୍ଷ ବୟସରେ ୮୦ କିଲୋ ଓଜନ ବିଶିଷ୍ଟ ଖଣ୍ଡରା ଗାଁର ନୀରଜ ଶିବାଜୀ ଷ୍ଟାଡିୟମରେ ପ୍ରଥମଥର ୨୬ ମିଟର୍ ଦୂରତାକୁ ଜାଭେଲିନ୍ ଥ୍ରୋ' କରିଥିଲେ।

Advertisment

ସେତେବେଳେ ତାଙ୍କ ହାତରେ ଜାଭେଲିନ୍ ଧରାଇଥିବା ସିନିୟର ଆଥଲେଟ୍ ଜୟବୀର ସିଂହ ଓ ଜିତେନ୍ଦ୍ର ଜାଗନାଲ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ବର୍ଷେ ଧରି ଅଭ୍ୟାସ କରିଥିବା ଥ୍ରୋୟର ମଧ୍ୟ ଏତେ ଦୂର ଯାଏ ଜାଭେଲିନ୍ ଥ୍ରୋ' କରିପାରୁଥିଲେ। ଦୁଇ ଆଥଲେଟଙ୍କର ଅଲିମ୍ପିକ୍ସ ଖେଳିବାର ସ୍ୱପ୍ନ ଥିଲା, କିନ୍ତୁ ଆହତ କାରଣରୁ ଏହା ସଫଳ ହୋଇପାରିଲା ନାହିଁ। ଏବେ ତାଙ୍କ ଶିକ୍ଷ୍ୟ ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନା କେବଳ ତାଙ୍କୁ ଗୁରୁ ଦକ୍ଷିଣା ଦେଇଛନ୍ତି ବରଂ କ୍ରୀଡ଼ା ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖି ଦେଇଛନ୍ତି। ଏହାସହ ବାଉଁଶରୁ ପ୍ରସ୍ତୁତ ଜାଭେଲିନ୍ ଭାଙ୍ଗିବା ପରେ ତାଙ୍କୁ ଗାଳି ମଧ୍ୟ ପଡ଼ୁଥିଲା।

Tokyo Olympics: Meet Neeraj Chopra, the 23-year-old who made this India's best Olympics ever - The Economic Times

ନୀରଜଙ୍କ ଯାତ୍ରା:ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନୀରଜଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି। ଥରେ ଏକ ବାଉଁଶ ଜାଭେଲିନ୍ ଭାଙ୍ଗିବା ଦ୍ୱାରା ତାଙ୍କୁ ଖୁବ୍ ଗାଳି ଶୁଣିବାକୁ ପଡ଼ିଥିଲା। ଆଉ ଏଥିରେ ସେ ଖୁବ୍ କାନ୍ଦି ପକାଇଥିଲେ। ନୀରଜ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଓ ଅଲିମ୍ପିକ୍ସ ଯାଏ ସବୁ ବଡ଼ ମୁକାବିଲାରେ ସ୍ୱର୍ଣ୍ଣ ପଦକ ଜିତିଆସିଛନ୍ତି। ତେଣିକି ତାହା ଏସିଆନ୍ ଗେମ୍ସ ହେଉ କି ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପଦକ ଜିତିପାରିନାହାନ୍ତି।୨୦୧୨ରେ ଅଣ୍ଡର୍-୧୬ରେ ନିଜର ପ୍ରଥମ ଜାତୀୟ ପ୍ରତିଯୋଗିତାରେ ୬୮ ମିଟର୍ ଥ୍ରୋ' କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ୨୦୧୪ରେ  ଅଣ୍ଡର୍-୧୮ ପ୍ରତିଯୋଗିତାରେ ସେ ୭୬.୫୦ ମିଟର୍ ଥ୍ରୋ' କରି ସ୍ୱର୍ଣ୍ଣ ପଦକ ସହ ଜାତୀୟ ରେକର୍ଡ ଭାଙ୍ଗିଥିଲେ।

Advertisment

Neeraj Chopra First Reaction After Winning Gold: "Dedicate Medal to Milkha Singh. Hope He's Watching Upon Me"

୨୦୧୫ରେ ନୀରଜ ହରିୟାଣାର ରାଜେନ୍ଦ୍ର ନୈନଙ୍କର ୮୨.୨୩ ମିଟର୍ ନ୍ୟାଶନାଲ୍ ରେକର୍ଡର ସମକକ୍ଷ ହୋଇଥିଲେ। ୨୦୧୬ରେ ଅଣ୍ଡର୍-୨୦ରେ ୮୬.୪୮ ମିଟର୍ ଜାଭେଲିନ୍ ଥ୍ରୋ' କରି ବିଶ୍ୱ ରେକର୍ଡ ଏବଂ ଭାରତର ରାଜେନ୍ଦ୍ର ନୈନଙ୍କର ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ୮୫.୨୩ ମିଟର୍ ଥ୍ରୋ' କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଏହା ପରେ ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ଲଗାତର ସ୍ୱର୍ଣ୍ଣ ପଦକ ଜିତି ନିଜର ନୂଆ ପରିଚୟ ସୃଷ୍ଟି କରିଥିଲେ। ୨୦୨୧, ମାର୍ଚ୍ଚ ୫ ତାରିଖରେ ନୀରଜ ୮୮.୦୭ ମିଟର୍ ଥ୍ରୋ' କରି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏବେ ଟୋକିଓ ଅଲିମ୍ପିକ୍ସରେ ସେ ୮୭.୫୮ ମିଟର୍ ପର୍ଯ୍ୟନ୍ତ ଜାଭେଲିନ୍ ଥ୍ରୋ' କରି ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି।

JSW - JSW Sports Interviews Neeraj Chopra

ଶିବାଜୀ ଷ୍ଟାଡିୟମରେ ନୀରଜ ଅଭ୍ୟାସ କରୁଥିବା ବେଳେ ବାଉଁଶରେ ପ୍ରସ୍ତୁତ ୨୦୦ ଟଙ୍କିଆ ଜାଭେଲିନ୍ ଭାଙ୍ଗିଯାଇଥିଲା। ଯାହା ପରେ ନୀରଜଙ୍କୁ ଖୁବ୍ ଗାଳି ହୋଇଥିଲା। ସିନିୟର ଖେଳାଳିମାନେ ନୀରଜଙ୍କୁ କହିଥିଲେ ଯେ ଏବେ କ୍ରୀଡ଼ା ବିଭାଗ ତରଫରୁ ଆଉ ଜାଭେଲିନ୍ ମିଳିବ ନାହିଁ, ତାହେଲେ ଅଭ୍ୟାସ କେମିତି କରିବ। ଶାନ୍ତ ସ୍ୱଭାବର ନୀରଜ ପାଲଟା ଜବାବ ନଦେଇ ମନରେ ବଡ଼ ନିଷ୍ପତ୍ତି ନେଇଥିଲେ। ନୀରଜ ସ୍ଥିର କରିଥିଲେ ଯେ ଏମିତି କିଛି କରି ଦେଖାଇବେ ଯେପରି ଅଭ୍ୟାସ ପାଇଁ ମହଙ୍ଗା ଜାଭେଲିନ୍ କିଣିବାକୁ ଆଉ କେବେବି ଅଭାବ ହେବ ନାହିଁ। ଆଉ ପରବର୍ତ୍ତୀ ସମୟରେ ନୀରଜ ଏହା କରିକି ମଧ୍ୟ ଦେଖାଇଲେ। ଏବେ ତାଙ୍କ ପାଖରେ ଦେଢ଼ରୁ ୨ଲକ୍ଷ ଟଙ୍କା ଦାମର ଡଜନ୍‌ରୁ ଅଧିକ ଜାଭେଲିନ୍ ଅଭ୍ୟାସ ପାଇଁ ଅଛି। ଶିବାଜୀ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ପ୍ରମିନ୍ଦ ଢୋଞ୍ଚକଙ୍କର ୨୦୧୧ରେ ପଞ୍ଚକଚଲାର ତାଉ ଦେବୀଲାଲ ଷ୍ଟାଡିୟମରେ ନର୍ସରୀ ଚୟନ ହୋଇଗଲା। ସେ ହିଁ ନୀରଜଙ୍କୁ ପଞ୍ଚକୁଲା ନେଇଥିଲେ। ଏହିଠାରୁ ନୀରଜଙ୍କର ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା।

Neeraj Chopra on Twitter: "… "

ସର୍ତ୍ତ ଲଗାଇ ଖାଇଥିଲେ ୧୮ ଟିକ୍କି: ମଡେଲ୍ ଟାଉନରେ ଥିବା ନୀରଜଙ୍କ ଜଣେ ବନ୍ଧୁ ସନ୍ନି ସର୍ଦ୍ଦାର କହିଛନ୍ତି ଯେ ନୀରଜ ଜଣେ ଖାଦ୍ୟପ୍ରେମୀ ଥିଲେ। ଦିନେ ନୀରଜ ବଜାରକୁ ଯାଇଥିଲେ। ସେତେବେଳେ ଦୁଇ ବନ୍ଧୁ ୧୮ ଟିକ୍କି ଖାଇବାକୁ ନେଇ ସର୍ତ୍ତ ଲଗାଇଥିଲେ। କିନ୍ତୁ ନୀରଜ ଏକାକୀ ୧୮ ଟିକ୍କି ଖାଇଦେଲେ। ଏହା ପରେ ଷ୍ଟାଡିୟମକୁ ଫେରି ମେସ୍‌ରେ ପୁଣି ଖାଇଥିଲେ। ଏପରିକି ଏହା ସହ କ୍ଷୀର ବି ପିଇଲେ। ନୀରଜଙ୍କୁ ଏତେ ମାତ୍ରାରେ ଖାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ନୀରଜ ତୈଳ ଜାତୀୟ ଖାଦ୍ୟ ଓ ଅତ୍ୟଧିକ ମିଠା ଖାଇବା ବନ୍ଦ କରିଦେଇଥିଲେ।

Neeraj Chopra wins Javelin throw gold - The Hindu BusinessLine

କେବେବି ଚାପରେ ରୁହନ୍ତି ନାହିଁ:ନୀରଜଙ୍କ ସହ ପଞ୍ଚକୁଲା ହଷ୍ଟେଲରେ ରହୁଥିବା ତାଙ୍କ ବନ୍ଧୁ ହରେନ୍ଦ୍ର କହିଛନ୍ତି ଯେ ନୀରଜ ବହୁତ ବିନ୍ଦାସ ଥିଲେ। ସେ କେବେବି ନିଜ ଉପରକୁ ଚାପ ନିଅନ୍ତି ନାହିଁ। ସାଙ୍ଗସାଥୀଙ୍କ ସହ ଖୁବ୍ ମସ୍ତି କରନ୍ତି। ଅନେକଥର ସାଙ୍ଗମାନଙ୍କୁ ଫୋନ୍ କରି ଫିଲ୍ମ ଦେଖିବାକୁ ଯିବା ପାଇଁ କହୁଥିଲେ। କିନ୍ତୁ ସାଙ୍ଗମାନେ ଫିଲ୍ମ ହଲରେ ପହଞ୍ଚିବା ପରେ ନୀରଜ ନିଜ ଫୋନ୍ ବନ୍ଦ କରି ଦେଉଥିଲେ। ପରେ ସାଙ୍ଗମାନଙ୍କୁ କ୍ଷମା ମାଗୁଥିଲେ। ସେନାର ଅନୁଶାସନ ନୀରଜଙ୍କ ବ୍ୟକ୍ତିତ୍ୱରେ ସ୍ପଷ୍ଟ ଦେଖିବାକୁ ମିଳେ।

Tokyo Olympics Neeraj Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe