Advertisment

ଜୁଲାଇ ୨୨ରୁ କଟକରେ ପ୍ରୋ କବାଡି ଲିଗ୍

କଟକ: କଟକରେ ଆସନ୍ତା ଜୁଲାଇ ୨୨ରୁ ଅନୁଷ୍ଠିତ ହେବ ପ୍ରୋ କବାଡି ଲିଗ୍। ଏହି ଲିଗରେ ୪ଟି ମ୍ୟାଚ୍ ୮ଟି ଦଳ ମଧ୍ୟରେ ଖେଳାଯିବ। ଏହି କବାଡି ଲିଗ୍ ଜୁଲାଇ ୨୫ ତାରିଖ ଯାଏଁ ଚାଲିବ। ଏନେଇ ପ୍ରୋ-କବାଡି ଲିଗର ମୁଖ୍ୟ ଦେଓରାଓ ଚତୁର୍ବେଦୀ ଠାରୁ ସକରାତ୍ମକ ସଙ୍କେତ ମିଳିଛି। ସୋମବାର ପ୍ରୋ-କବାଡି ଲିଗର ମୁଖ୍ୟଙ୍କ ସମେତ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସର ଦୁଇଜଣ ଅଧିକାରୀ ଓଡିଶା ଆସି କଟକ ଓ ଭୁବନେଶ୍ୱରର ଦୁଇ ସମ୍ଭାବ୍ୟ ପ୍ରତିଯୋଗିତା […]

ଅଦ୍ୟତନ ହୋଇଛି
ଜୁଲାଇ ୨୨ରୁ କଟକରେ ପ୍ରୋ କବାଡି ଲିଗ୍

women-kabadi

Advertisment

କଟକ: କଟକରେ ଆସନ୍ତା ଜୁଲାଇ ୨୨ରୁ ଅନୁଷ୍ଠିତ ହେବ ପ୍ରୋ କବାଡି ଲିଗ୍। ଏହି ଲିଗରେ ୪ଟି ମ୍ୟାଚ୍ ୮ଟି ଦଳ ମଧ୍ୟରେ ଖେଳାଯିବ। ଏହି କବାଡି ଲିଗ୍ ଜୁଲାଇ ୨୫ ତାରିଖ ଯାଏଁ ଚାଲିବ। ଏନେଇ ପ୍ରୋ-କବାଡି ଲିଗର ମୁଖ୍ୟ ଦେଓରାଓ ଚତୁର୍ବେଦୀ ଠାରୁ ସକରାତ୍ମକ ସଙ୍କେତ ମିଳିଛି। ସୋମବାର ପ୍ରୋ-କବାଡି ଲିଗର ମୁଖ୍ୟଙ୍କ ସମେତ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସର ଦୁଇଜଣ ଅଧିକାରୀ ଓଡିଶା ଆସି କଟକ ଓ ଭୁବନେଶ୍ୱରର ଦୁଇ ସମ୍ଭାବ୍ୟ ପ୍ରତିଯୋଗିତା ସ୍ଥଳ ବୁଲି ଦେଖିଥିଲେ। ସେମାନେ ଭୁବନେଶ୍ୱରର ପୂର୍ବତନ ରେଳବାଇ ଇନଡୋର୍ ହଲ୍ ତଥା କଟକର ଜବାହାରଲାଲ୍ ନେହୁରୁ ଇନଡୋର୍ ହଲ୍ ଦେଖିଥିଲେ। କଟକ ଇନଡୋର ହଲ୍ ଓ ଏଠାରେ ଥିବା ସୁବିଧା ସୁଯୋଗ ଦେଖି ସେମାନେ ସନ୍ତୋଷ ପ୍ରକାଶ କରିଥିବା ଓଡିଶା କବାଡି ସଂଘ ସଂପାଦକ ଅଜୟ ବେହେରା ଜଣାଇଛନ୍ତି। ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ଜଣାଇବେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe