Advertisment

ଜୁଲାଇ ୬ରୁ ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତ

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖରୁ ଭାରତ ୪୯ ଦିନିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ। ଏହି ସମୟରେ ଭାରତ ୪ ଟିକିଆ ଟେଷ୍ଟ ସରିଜ୍ ଖେଳିବ। ପ୍ରଥମ ମ୍ୟାଚ୍‌ ଜୁଲାଇ ୨୧ରେ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ କିଛି ୱାର୍ମଅଫ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ଜୁଲାଇ ୬ ତାରିଖରେ ସେଣ୍ଟ କିଟିସ୍‌ରେ ପହଞ୍ଚିବ। ଜୁଲାଇ ୯ ଓ ୧୦ ତାରିଖରେ ୱାର୍ଣ୍ଣର ପାର୍କରେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯିବ। ଏହାପରେ ୧୪ରୁ ୧୬ ତାରିଖ ଯାଏ […]

author-image
Rakesh Mallick
ଅଦ୍ୟତନ ହୋଇଛି
୩୩୭ରନରେ ଦିଲ୍ଲୀ ଟେଷ୍ଟ୍ ହାରିଲା ଦ. ଆଫ୍ରିକା, ୩-୦ରେ ସିରିଜ୍ ଜିତିଲା ଭାରତ

indiateam

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖରୁ ଭାରତ ୪୯ ଦିନିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ। ଏହି ସମୟରେ ଭାରତ ୪ ଟିକିଆ ଟେଷ୍ଟ ସରିଜ୍ ଖେଳିବ। ପ୍ରଥମ ମ୍ୟାଚ୍‌ ଜୁଲାଇ ୨୧ରେ ଆରମ୍ଭ ହେବ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ କିଛି ୱାର୍ମଅଫ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ଜୁଲାଇ ୬ ତାରିଖରେ ସେଣ୍ଟ କିଟିସ୍‌ରେ ପହଞ୍ଚିବ। ଜୁଲାଇ ୯ ଓ ୧୦ ତାରିଖରେ ୱାର୍ଣ୍ଣର ପାର୍କରେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯିବ। ଏହାପରେ ୧୪ରୁ ୧୬ ତାରିଖ ଯାଏ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯିବାକୁ ଯୋଜନା ରହିଛି। ପ୍ରଥମ ଟେଷ୍ଟ ଆଣ୍ଟିଗୁଆରେ ୨୧ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ଟେଷ୍ଟ ଜାମାଇକାରେ ୩୦ ଜୁଲାଇରୁ ଅଗଷ୍ଟ ୩ ତାରିଖ ଯାଏଁ ଖେଳାଯିବା ଥିବା ବେଳେ ତୃତୀୟ ଟେଷ୍ଟ ସେଣ୍ଟ ଲୁସିଆରେ ଅଗଷ୍ଟ ୯ ତାରିଖରୁ ୧୩ ତାରିଖ ଯାଏଁ ଓ ତ୍ରିନିଦାଦ୍‌ରେ ୧୮ ଅଗଷ୍ଟରୁ ୨୨ ଅଗଷ୍ଟ ଯାଏ ଚତୁର୍ଥ ଟେଷ୍ଟ ଖେଳାଯିବ।

Advertisment