Asian
ଚାଇନାରେ ଚାଲିଥିବା ୧୯ତମ ଏସିଆ ଗେମ୍ସରେ ୮ମ ଦିନରେ ହାଇଡ୍ରାମା ଦେଖିବାକୁ ମିଳିଛି। ମହିଳା ୧୦୦ ହଡଲ୍ସରେ ଭାରତର ଜ୍ୟୋତି ୟାରାଜି ରୌପ୍ୟ ପଦକ ଜିତିଛନ୍ତି।
ପ୍ରଥମେ ତାଙ୍କୁ ଅଯୋଗ୍ୟ ବିବେଚିତ କରାଯାଇଥିଲା। ଏହାପରେ ସର୍ତ୍ତମୂଳକ ଭାବେ ଦୌଡ଼ିବାକୁ ଅନୁମତି ମିଳିଥିଲା। ଶେଷରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନାନା ପ୍ରକାରର ବିତର୍କ ପରେ ତାଙ୍କ ବ୍ରୋଞ୍ଜ ପଦକକୁ ରୌପ୍ୟରେ ବଦଳା ଯାଇଛି।
୧୦୦ ମିଟର ହଡଲ୍ସ ଶେଷ ହେବାର ପ୍ରାୟ ୩୦ ମିନିଟ ପରେ ଜ୍ୟୋତିଙ୍କ ରେଜଲ୍ଟ ଘୋଷଣା କରାଯାଇଛି। ରେସ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନର ୟାନି ୟୁ ଅଯୋଗ୍ୟ ବିବେଚିତ ହେବାରୁ ଜ୍ୟୋତିଙ୍କୁ ରୌପ୍ୟ ପଦକରେ ସମ୍ମାନିତ କରାଯାଇଛି।
ରେସ୍ ଆରମ୍ଭ ପୂର୍ବରୁ ଗନ ସାଉଣ୍ଡ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଚାଇନାର ୟାନ୍ନି ଫଲ୍ସ ଷ୍ଟାର୍ଟ କରିଥିଲେ। ଜ୍ୟୋତି ଦ୍ୱିତୀୟ ବ୍ଲକରେ ଥିଲେ। କିନ୍ତୁ ଉଭୟଙ୍କୁ ଅଯୋଗ୍ୟ ବିବେଚନା କରାଯାଇଥିଲା।
ଏହାକୁ ନେଇ ବେଶ କିଛି ସମୟ ବିତର୍କ ହୋଇଥିଲା। ଏହାପରେ ସର୍ତ୍ତମୂଳକ ଭାବେ ଉଭୟଙ୍କୁ ଦୌଡ଼ିବାକୁ ଅନୁମତି ମିଳିଥିଲା। ଏଥିସହ ରେସ୍ ଶେଷ ହେବା ପରେ ଏହା ଉପରେ ନିଷ୍ପତ୍ତି ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା।
ରେସ୍ ଶେଷ ହେବା ପରେ ୟାନ୍ନି ଦ୍ୱିତୀୟ ଓ ଜ୍ୟୋତି ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। କିନ୍ତୁ ନାନା ପ୍ରକାରର ସମୀକ୍ଷା ପରେ ଜ୍ୟୋତିଙ୍କୁ ରୌପ୍ୟ ପଦକ ମିଳିଛି।
କ’ଣ ଥିଲା ପୂରା ବିବାଦ
ଜ୍ୟୋତି ୫ନଂ ଧାଡ଼ିରେ ଥିବା ବେଳେ ୟାନ୍ନି ୪ନଂ ଧାଡ଼ିରେ ରହିଥିଲେ। ତେବେ ଗନ୍ ବାଜିବା ପୂର୍ବରୁ ୟାନ୍ନି ଷ୍ଟାର୍ଟ ନେଇ ଯାଇଥିଲେ। ତେଣୁ ରେସ୍କୁ ବନ୍ଦ କରାଯାଇଥିଲା। ଜ୍ୟୋତି ଏହି ସମୟରେ ୟାନ୍ନି ଆଗୁଆ ଦୌଡ଼ା ଆରମ୍ଭ କରିବା କଥା କହିଥିଲେ। ଫଳରେ ଘଟଣାର ସମୀକ୍ଷା କରାଯାଇଥିଲା।
ସମୀକ୍ଷା ପରେ ୟାନ୍ନିଙ୍କୁ ରେଡ କାର୍ଡ ମିଳିଥିଲା। ଏହାର ଅର୍ଥ ସେ ଆଉ ରେସ୍ରେ ଭାଗ ନେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିଛି ସେକେଣ୍ଡ ପରେ ଜ୍ୟୋତିଙ୍କୁ ମଧ୍ୟ ରେଡ କାର୍ଡ ମିଳିଥିଲା। ତେବେ ସେ ଏହାର ପ୍ରତିବାଦ କରିଥିଲେ। ୟାନ୍ନି ଫଲସ ଷ୍ଟାର୍ଟ କରିଥିବା ବେଳେ ତାଙ୍କୁ କାହିଁକି ଦଣ୍ଡ ମିଳିଲା ବୋଲି ସେ ପ୍ରଶ୍ନ କରିଥିଲେ।
ଏହାକୁ ନେଇ ବାରମ୍ବାର ଭିଡିଓ ଫୁଟେଜକୁ ଅଫିସିଆଲମାନେ ଦେଖିଥିଲେ। ଶେଷରେ ୟାନ୍ନି ହିଁ ପ୍ରକୃତ ଦୋଷୀ ଓ ଜ୍ୟୋତି କେବଳ ରିଆକ୍ଟ କରିଥିଲେ ବୋଲି ପ୍ରମାଣ ମିଳିଥିଲା। ଏହାପରେ ଜ୍ୟୋତିଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ୟାନ୍ନି ନିରାଶ ହୋଇଥିଲା। ରେସ୍ର ପ୍ରଥମ ସ୍ଥାନରେ ଚାଇନାର ୟୁୱେଇ ଓ ତୃତୀୟ ସ୍ଥାନରେ ଜାପାନର ୟୁମି ତାନାକା ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Asian_1696171858.jpg)