kalinga-lancers
ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ହକି ଲିଗରେ କଳିଙ୍ଗ ଲାନସର୍ସ ତା’ର ପରବର୍ତ୍ତୀ ତିନୋଟି ମ୍ୟାଚ୍ ହୋମଗ୍ରାଉଣ୍ଡରେ ଖେଳିବ। କଳିଙ୍ଗ ଷ୍ଟାଡିୟମରେ ହେବା ଥିବା ଏହି ତିନୋଟି ମ୍ୟାଚର ଫଳାଫଳ ନିର୍ଣ୍ଣୟ କରିବ କଳିଙ୍ଗ ଲାନସର୍ସର ସେମିଫାଇନାଲ୍ ସିଟ୍। ଆସନ୍ତାକାଲି ଦଳ ଭେଟିବ ଦିଲ୍ଲୀ ୱେଭରାଇଡର୍ସକୁ। ଚଳିତ ସିଜନରେ ପ୍ରଥମ ଥର ପାଇଁ ଏହି ଟିମ୍ ପରସ୍ପରକୁ ଭେଟିବେ। ଏଯାବତ କଳିଙ୍ଗ ଲାନସର୍ସ ୫ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୧୭ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୬ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ଓ ୩ଟିରେ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ଟୁର୍ଣ୍ଣାମେଣ୍ଟରେ ୪ର୍ଥ ସ୍ଥାନରେ ରହିଛି। ଆସନ୍ତାକାଲି ମ୍ୟାଚ୍ ପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।
ଆସନ୍ତାକାଲି ଦଳ ଦିଲ୍ଲୀକୁ ଭେଟିବା ପରେ ଫେବ୍ରୁଆରୀ ୭ ତାରିଖରେ ପଂଜାବ ୱାରିୟର୍ସକୁ ଭେଟିବ। ତା’ପର ଦିନ ଅର୍ଥାତ ଫେବ୍ରୁଆରୀ ୮ରେ କଳିଙ୍ଗ ଲାନସର୍ସ ଭେଟିବ ରାଞ୍ଚି ରେଜକୁ। ଏହି ଦୁଇଟି ଯାକ ମ୍ୟାଚ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବ। ପଂଜାବ ୱାରିୟର୍ସକୁ ଦଳ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଥିବା ବେଳେ ରାଞ୍ଚି ରେଜ୍ ସହିତ ଦ୍ୱିତୀୟ ବାର ମୁହାଁମୁହିଁ ହେବ।
ଏଯାବତ ରାଞ୍ଚି ରେଜ୍ ୬ଟି ମ୍ୟାଚରୁ ୪ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୨୨ ପଏଣ୍ଟ୍ ପାଇ ତାଲିକାର ଶୀର୍ଷରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/kalinga-lancers.jpg)