Advertisment

ମ୍ୟାଚ୍ ପୂର୍ବରୁ କାନ୍ଦିଲେ ରୋଚ୍, କୁଣ୍ଢାଇ ପକାଇଲେ ୱିଲିୟମସନ୍

ହାମିଲଟନ୍: ନ୍ୟୁଜିଲ୍ୟାଣ୍ଡ୍ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସ ବେଶ୍ ଭାବବିହ୍ୱଳ ରହିଥିଲା। ଏହାର କାରଣ ଜାଣିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ। ମ୍ୟାଚ୍‌ର କିଛି ସମୟ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଦଳର ଦ୍ରୁତ ବୋଲର କେମାର୍ ରୋଚଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା। ପିତାଙ୍କ ମୃତ୍ୟୁ ଖବର ପାଇ ରୋଚ୍ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଏଭଳି ଏକ ଦୁଃଖଦ ସମୟରେ ମାନବିକତା ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍। […]

ମ୍ୟାଚ୍ ପୂର୍ବରୁ କାନ୍ଦିଲେ ରୋଚ୍, କୁଣ୍ଢାଇ ପକାଇଲେ ୱିଲିୟମସନ୍

roach

Advertisment

ହାମିଲଟନ୍: ନ୍ୟୁଜିଲ୍ୟାଣ୍ଡ୍ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ। ମ୍ୟାଚର ପ୍ରଥମ ଦିବସ ବେଶ୍ ଭାବବିହ୍ୱଳ ରହିଥିଲା। ଏହାର କାରଣ ଜାଣିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ। ମ୍ୟାଚ୍‌ର କିଛି ସମୟ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଦଳର ଦ୍ରୁତ ବୋଲର କେମାର୍ ରୋଚଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା। ପିତାଙ୍କ ମୃତ୍ୟୁ ଖବର ପାଇ ରୋଚ୍ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଏଭଳି ଏକ ଦୁଃଖଦ ସମୟରେ ମାନବିକତା ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍। ୱିଲିୟମସନ୍ ରୋଚଙ୍କୁ କୁଣ୍ଢାଇ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। ରୋଚଙ୍କୁ କୁଣ୍ଢାଉ ଥିବାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

Advertisment

https://twitter.com/windiescricket/status/1334337431886245891?s=20

କେବଳ ୱିଲିୟମସନ୍ ନୁହନ୍ତି, ଦୁଇ ଟିମର ସବୁ ଖେଳାଳି ରୋଚଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଏହି ମ୍ୟାଚରେ ମଧ୍ୟ ଉଭୟ ଦଳ ରୋଚଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ହାତରେ କଳା ପଟି ବାନ୍ଧିଛନ୍ତି। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏକ ବୟାନ ଜାରି କରି ରୋଚଙ୍କ ପିତାଙ୍କୁ ସଲାମ୍ ଜଣାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଏଭଳି କଠିନ ସମୟରେ ପୂରା ଟିମ୍ ତାଙ୍କ ସହ ରହିଛି।

ସୂଚନାଯୋଗ୍ୟ, ମ୍ୟାଚର ପ୍ରଥମ ଦିବସ ନ୍ୟୁଜିଲ୍ୟାଣ୍ଡ କବଜାରେ ରହିଛି। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୭୮ ଓଭରରେ ୨ ୱିକେଟ୍ ହରାଇ ୨୪୩ ରନ୍ କରିଛି। ୱିଲିୟମସନ୍ ୯୭ ଓ ରସ୍ ଟେଲର୍ ୩୧ ରନରେ ଅପରାଜିତ ରହିଛନ୍ତି। ଟମ୍ ଲାଥମ ୮୬ ଓ ୱିଲ୍ ୟଙ୍ଗ ୫ ରନରେ ଆଉଟ୍ ହୋଇଛନ୍ତି। ଇଣ୍ଡିଜ୍ ପେସର୍ ରୋଚ୍ ଓ ଶାନନ୍ ଗାବ୍ରିଏଲ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe