Advertisment

କାନପୁର: ଷ୍ଟାଡିୟମକୁ ପଶିବନି ପାଣି ବୋତଲ, ଟିଫିନ୍ ବକ୍ସ

କାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଯିବ ୫ ଟିକିଆ ଦିନିକିଆ ସିରିଜ୍। ଅକ୍ଟୋବର ୧୧ରେ ପ୍ରଥମ ଦିନିକିଆ ଖେଳାଯିବ କାନପୁରରେ। ତେବେ ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ କି ଟିଫିନ୍ ବକ୍ସ ନେଇ ଯାଇ ପାରିବେ ନାହିଁ। ପାଣି ବୋତଲ ଓ ଟିଫିନ୍ ବକ୍ସ ନେବା ଉପରେ କଟକଣା ଜାରି କରିଛି କାନପୁର ପୋଲିସ୍। କଟକର ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ଦର୍ଶକମାନେ ପଡ଼ିଆ ମଧ୍ୟକୁ […]

ଅଦ୍ୟତନ ହୋଇଛି
କାନପୁର: ଷ୍ଟାଡିୟମକୁ ପଶିବନି ପାଣି ବୋତଲ, ଟିଫିନ୍ ବକ୍ସ

kanpur stadium

Advertisment

କାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଯିବ ୫ ଟିକିଆ ଦିନିକିଆ ସିରିଜ୍। ଅକ୍ଟୋବର ୧୧ରେ ପ୍ରଥମ ଦିନିକିଆ ଖେଳାଯିବ କାନପୁରରେ। ତେବେ ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ କି ଟିଫିନ୍ ବକ୍ସ ନେଇ ଯାଇ ପାରିବେ ନାହିଁ। ପାଣି ବୋତଲ ଓ ଟିଫିନ୍ ବକ୍ସ ନେବା ଉପରେ କଟକଣା ଜାରି କରିଛି କାନପୁର ପୋଲିସ୍। କଟକର ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ଦର୍ଶକମାନେ ପଡ଼ିଆ ମଧ୍ୟକୁ ପାଣି ବୋତଲ ଫୋପାଡ଼ିବା ଘଟଣାକୁ ଦୃଷ୍ଟିରେ ରଖି କାନପୁର ପୋଲିସ୍ ଏହି ନିଷ୍ପତ୍ତି ନେଇଛି। ଏହା ସହିତ ଷ୍ଟାଡିୟମର ସମସ୍ତ ଷ୍ଟାଣ୍ଡ ସମ୍ମୁଖରେ ୧୦ ଫୁଟ୍ ଉଚ୍ଚର ନେଟ୍ ଲଗାଇବାକୁ ମଧ୍ୟ କାନପୁର ପୋଲିସ୍ ନିର୍ଦ୍ଦେଶ ଦେଇଛି।

Advertisment

ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ବୋତଲ ଫିଙ୍ଗା ଘଟଣାରେ ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ବିସିସିଆଇକୁ ରିପୋର୍ଟ ଦିଆଯାଇଛି। ବିସିସିଆଇ ରିପୋର୍ଟ ମାଗିବାର ୨ ଘଣ୍ଟା ମଧ୍ୟରେ ଓସିଏ ଜବାବ ଦାଖଲ କରିଛି। ଆଗକୁ ଆଉ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ ଛଡ଼ା ଯିବ ନାହିଁ ପ୍ରତିଶ୍ରୁତି ଦେଇଛି।

ଭାରତ ବାରବାଟୀ ଟି-ଟ୍ୱେଣ୍ଟି ହାରି ଯାଇଥିଲା। ଏହା ସହିତ ଦଳ ଟି-ଟ୍ୱେଣ୍ଟି ସିରିଜ୍ ହାରି ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe