Advertisment

କିମ୍ବଦନ୍ତୀ କ୍ରିକେଟର୍ କପିଲ୍ ଦେବଙ୍କୁ ହୃଦଘାତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଓ ବିଶ୍ୱ ବିଜେତା କ୍ୟାପଟେନ୍ କପିଲ୍ ଦେବ ହୃଦଘାତର ଶିକାର ହୋଇଛନ୍ତି। ହୃଦଘାତର ଶିକାର ହେବା ପରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯିବ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିସ୍ତୃତ ସୂଚନା ମିଳିନାହିଁ। Delhi: Veteran cricketer Kapil Dev admitted at Fortis, Okhla for heart issues. More detail on his health awaited. (File […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କିମ୍ବଦନ୍ତୀ କ୍ରିକେଟର୍ କପିଲ୍ ଦେବଙ୍କୁ ହୃଦଘାତ

kapil-dev

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଓ ବିଶ୍ୱ ବିଜେତା କ୍ୟାପଟେନ୍ କପିଲ୍ ଦେବ ହୃଦଘାତର ଶିକାର ହୋଇଛନ୍ତି। ହୃଦଘାତର ଶିକାର ହେବା ପରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯିବ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିସ୍ତୃତ ସୂଚନା ମିଳିନାହିଁ।

Advertisment

https://twitter.com/ANI/status/1319567569997582337?s=20

କପିଲ୍ ଦେବ ଭାରତର ଅନ୍ୟତମ ସଫଳ ଅଲରାଉଣ୍ଡ ଏବଂ ସଫଳ କ୍ୟାପଟେନ୍। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ବିଶ୍ୱକପରେ ବିଜେତା ହୋଇଥିଲା। କପିଲ୍ ଦେବଙ୍କର ଡାଇବେଟିସ୍ ସମସ୍ୟା ରହିଛି। ତେବେ କପିଲ୍ ଦେବଙ୍କ ହୃଦଘାତ ଖବର ପ୍ରଚାରିତ ହେବା ପରେ ସୋଶାଲ୍ ମିଡିଆ ସ୍ତବ୍ଧ ହୋଇପଡ଼ିଛି। ସମସ୍ତେ କପିଲ୍‌ ଦେବଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

କପିଲ୍‌ ନିଜର ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୩୫୬ ମ୍ୟାଚ୍ ଖେଳି ୬୮୭ ୱିକେଟ୍‌ ଏବଂ ୯୦୦୦ ରନ୍ କରିଛନ୍ତି। ସେ ୧୯୯୪, ଅକ୍ଟୋବରରେ ଭାରତ ପକ୍ଷରୁ ଶେଷଥର ପାଇଁ ଖେଳିଥିଲେ।

Advertisment
Kapil Dev