Advertisment

ପାରା ଅଲିମ୍ପିକ୍ସ: ଇତିହାସ ରଚିଲେ କପିଲ, ଜୁଡୋରେ ଭାରତକୁ ଦେଲେ ପ୍ରଥମ ପଦକ

କପିଲଙ୍କ ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ଜିତିଛି।

author-image
Hemant Lenka
Kapil

Kapil

ଇତିହାସ ରଚିଛନ୍ତି ଭାରତର କପିଲ ପାରମର। ସେ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଦେଶକୁ ଜୁଡୋରେ ପଦକ ଭେଟି ଦେଇଛନ୍ତି। ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି।

Advertisment

ସେ ଆଜି ୬୦ କେଜିର ଜେ-୧ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ଲଢ଼େଇରେ ସେ ବ୍ରାଜିଲର ଇଲିଲଟନ ଓଲିଭେଇରାଙ୍କୁ ମାତ୍ର ୩୩ ସେକେଣ୍ଡ ମଧ୍ୟରେ ହରାଇ ଦେଇଛନ୍ତି। ସେ ଇପନ ଟେକନ୍ନିକରେ ପ୍ରତିପକ୍ଷ ଖେଳାଳିଙ୍କୁ ହରାଇ ଏପରି ଐତିହାସିକ ସଫଳତା ପାଇଛନ୍ତି।

କପିଲଙ୍କ ସଫଳତା ପରେ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଭାରତ ଏଯାଏ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ଜିତିଛି।

Advertisment

ପାରା ଜୁଡୋ ସେମି ଫାଇନାଲରେ ୨୪ ବର୍ଷୀୟ ପାରମର ଇରାନୀ ବନିତାବା ଖୋରାମ ଠାରୁ ୦-୧୦ରେ ହାରି ଯାଇଥିଲେ। ଏହାପରେ ସେ ରିପେଜ ରାଉଣ୍ଡରେ ପ୍ରବେଶ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।

ମଧ୍ୟପ୍ରଦେଶର ଶିବର ଗାଁର ମୂଳ ବାସିନ୍ଦା ହେଉଛନ୍ତି କପିଲ। ତାଙ୍କ ବାପା ଜଣେ ଟ୍ୟାକ୍ସି ଟ୍ରାଇଭର। ୪ ଭାଇ ଭଉଣୀଙ୍କ ମଧ୍ୟ କପିଲ ସବୁଠାରୁ ସାନ। ପିଲା ବେଳେ କପିଲ ବିଦ୍ୟୁତ ଆଘାତ ପାଇଥିଲେ। ଏଥିଯୋଗୁ ସେ କୋମାକୁ ଚାଲି ଯାଇଥିଲେ।

ପରବର୍ତ୍ତୀ ଅବସ୍ଥାରେ ସେ ଠିକ ଭାବେ ଦେଖିବାକୁ ସମସ୍ୟା ଭୋଗିଥିଲେ। ହେଲେ ଏହା ତାଙ୍କୁ ଜୁଡୋ ପ୍ରତି ଥିବା ଭଲ ପାଇବାକୁ କମ କରି ନଥିଲା। କପିଲ ଅଭ୍ୟାଦ କରିବା ସହ ଦେଶ ପାଇଁ ଆଜି ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

Paris Paralympics Paris Paralympics 2024 Judo