Advertisment

ଗୋଟିଏ ରେସରେ ଦୁଇ ଖେଳାଳି ଭାଙ୍ଗିଲେ ବିଶ୍ୱ ରେକର୍ଡ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଅନେକ ରେକର୍ଡ ଦେଖିବାକୁ ମିଳିଛି। କିନ୍ତୁ କୌଣସି ଗୋଟିଏ ଇଭେଣ୍ଟରେ ଦୁଇଟି ରେକର୍ଡ ହେବା ବଡ଼ କଥା। ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ଦୁଇଟି ରେକର୍ଡ ସ୍ଥାପନ ହୋଇଛି। ନରୱେର କାର୍ଷ୍ଟେନ୍ ୱାରହୋମ୍ ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାଖାପାଖି ୧ ସେକେଣ୍ଡ ବ୍ୟବଧାନର ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ସୁପର୍ ମ୍ୟାନ୍ ଭଳି ନିଜ […]

ଗୋଟିଏ ରେସରେ ଦୁଇ ଖେଳାଳି ଭାଙ୍ଗିଲେ ବିଶ୍ୱ ରେକର୍ଡ

Warholm-and-benjamin

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଅନେକ ରେକର୍ଡ ଦେଖିବାକୁ ମିଳିଛି। କିନ୍ତୁ କୌଣସି ଗୋଟିଏ ଇଭେଣ୍ଟରେ ଦୁଇଟି ରେକର୍ଡ ହେବା ବଡ଼ କଥା। ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ଦୁଇଟି ରେକର୍ଡ ସ୍ଥାପନ ହୋଇଛି। ନରୱେର କାର୍ଷ୍ଟେନ୍ ୱାରହୋମ୍ ପୁରୁଷ ୪୦୦ ମିଟର୍ ହର୍ଡଲ୍ସ ରେସରେ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାଖାପାଖି ୧ ସେକେଣ୍ଡ ବ୍ୟବଧାନର ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ସୁପର୍ ମ୍ୟାନ୍ ଭଳି ନିଜ ଜର୍ସି ଫାଡ଼ି ଦେଇଥିଲେ। ଏହି ରେସରେ ୱାରହୋମଙ୍କ ବ୍ୟତୀତ ଆମେରିକାର ରାଇ ବେଞ୍ଜାମିନ୍ ମଧ୍ୟ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି।

Advertisment

ଦୁଇଥରର ବିଶ୍ୱ ଚାମ୍ପିୟନ୍ ୱାରହୋମ୍ ଫାଇନାଲରେ ୪୫.୯୪ ସେକେଣ୍ଡ ସମୟରେ ୪୦୦ ମିଟର୍ ହର୍ଡଲ୍ସକୁ ପୂରଣ କରିଥିଲେ। ଏହି ରେସକୁ ପୂରଣ କରିଥିବା ୭ଜଣଙ୍କ ମଧ୍ୟରୁ ୬ ଜଣ ଆଞ୍ଚଳିକ କିମ୍ବା ଜାତୀୟ ରେକର୍ଡ କରିଛନ୍ତି। ୱାରହୋମ୍ ଏହା ପୂର୍ବରୁ ଜୁଲାଇରେ ଓସଲୋରେ ୪୬.୭୦ ସେକେଣ୍ଡ ସହ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ଏବଂ ସେ ନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

https://twitter.com/MediaWithSports/status/1422400667034038283?s=20

Tokyo Olympics: Karsten Warholm breaks world record for 400m hurdles –  Brazil News

ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଞ୍ଜାମିନ୍ ୪୬.୧୭ ସେକେଣ୍ଡ ସହ ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବ୍ରାଜିଲର ଏଲିସନ୍ ଡସ୍ ସାଣ୍ଟୋସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଡସ୍ ରେସକୁ ପୂରଣ କରିବା ପାଁଇ ୪୬.୭୨ ସେକେଣ୍ଡ ସମୟ ନେଇଥିଲେ।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe