/odisha-reporter/media/media_files/2025/09/25/jaddu-2025-09-25-13-06-03.jpg)
କରୁଣ, ଗିଲ ଓ ଜାଡେଜା
ୱେଷ୍ଟଇଣ୍ଡିଜ ବିପକ୍ଷଚ ଘରୋଇ ଟେଷ୍ଟ ଶୃଙ୍ଖଳା ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଭାରତୀୟ ଟେଷ୍ଟ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଭେଟରାନ ବ୍ୟାଟର କରୁଣ ନାଏର। ଦୀର୍ଘ ବର୍ଷ ପରେ ଭାରତୀୟ ଟିମକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ(Test Cricket)ରେ କରୁଣ କମବ୍ୟାକ କରିଥିଲେ। ହେଲେ ସେ ଆଖିଦୃଶିଆ ପ୍ରଦର୍ଶନ କରି ନପାରିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଯୁବ ତାରକା ଦେବଦତ୍ତ ପାଡିକ୍କଲଙ୍କୁ ଟେଷ୍ଟ ଟିମରେ ସୁଯୋଗ ମିଳିଛି।
ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ହୋଇଥିବା ଋଷଭ ପନ୍ତ ଏଯାଏ ଫିଟ ହୋଇ ନାହାନ୍ତି। ତାଙ୍କ ବଦଳରେ ୱିକେଟ କପିର ଭାବେ ଧ୍ରୁବ ଜୁରେଲଙ୍କ ସହ ନାରାୟଣ ଜଗଦୀଶନ ସୁଯୋଗ ପାଇଛନ୍ତି। ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ।
ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ କେବଳ ନୀତୀଶ କୁମାର ରେଡ୍ଡୀ ଦଳରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ଅଧାରେ ସେ ଆହତ ହୋଇଥିଲେ। ଏବେ କିନ୍ତୁ ସେ କମବ୍ୟାକ କରିଛନ୍ତି।
ଶୁବମନ ଗିଲ(Shubman Gill)ଙ୍କ ନେତୃତ୍ୱାଧୀନ ଦଳରେ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା(Ravindra Jadeja)ଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ରଖାଯାଇଛି। ଜାଡେଜାଙ୍କୁ ଅତିରିକ୍ତ ଭାବେ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ଇଂଲଣ୍ଡ ବିପକ୍ଷ ସିରିଜରେ ପନ୍ତ ଉପ ଅଧିନାୟକ ଭୂମିକାରେ ରହିଥିଲେ। ଏବେ ଜାଡେଜାଙ୍କୁ ଗିଲଙ୍କ ଡେପୁଟି ଭାବେ ନିଯୁକ୍ତି ମିଳିଛି।
ଘରୋଇ ମାଟିରେ ଭାରତୀୟ ଟିମ ପ୍ରଥମଥର ପାଇଁ ଗିଲଙ୍କ ନେତୃତ୍ୱରେ କୌଣସି ଟେଷ୍ଟ ସିରିଜ ଖେଳିବ। ତେଣୁ ଏକାଧିକ ସ୍ପିନରଙ୍କୁ ସ୍କ୍ୱାଡରେ ରଖାଯାଇଛି। ଦଳରେ ଜାଡେଜାଙ୍କ ସହ ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବଙ୍କ ଭଳି ସ୍ପିନର ରହିଛନ୍ତି।
ବ୍ୟାଟିଂ ବିଭାଗର ଦାୟିତ୍ୱ କେଏଲ ରାହୁଲ, ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ସମ୍ଭାଳିବେ। ବୁମ୍ରାଙ୍କ ସହ ଦ୍ରୁତ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭାରତୀୟ ଟେଷ୍ଟ ଟିମରେ ରହିଛନ୍ତି। ଆହତ ସମସ୍ୟା ଯୋଗୁ ଶ୍ରେୟସ ଆୟର ଭାରତୀୟ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।
🚨 Presenting #TeamIndia's squad for the West Indies Test series 🔽#INDvWI | @IDFCFIRSTBankpic.twitter.com/S4D5mDGJNN
— BCCI (@BCCI) September 25, 2025
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ ୬ ଯାଏ ଅହମଦାବାଦରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ଦିଲ୍ଲୀରେ ଆରମ୍ଭ ହେବ।
ଭାରତୀୟ ସ୍କ୍ୱାଡ: ଶୁବମନ ଗିଲ(ଅଧିନାୟକ), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ସାଈ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମ୍ରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଓ ଏନ ଜଗଦୀଶନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
