Advertisment

କଟକରେ ହେବନି ପ୍ରୋ କବାଡ଼ି ଲିଗ୍

କଟକ: କଟକରେ ଆସନ୍ତା ଜୁଲାଇ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରୋ କବାଡି ଲିଗ୍ ବାତିଲ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହା କୋଲକାତାରେ ହେବ। ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ କୋଲକାତାରେ ଇଣ୍ଡୋର ଷ୍ଟାଡିୟମ୍ ନମିଳିବାରୁ ଏହାକୁ କଟକ ସ୍ଥାନାନ୍ତର କରାଯିବା ଉପରେ ଆୟୋଜକମାନେ ଚିନ୍ତା କରିଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ପରେ କୋଲକାତାରେ ଇଣ୍ଡୋର ଷ୍ଟାଡିୟମ ଉପଲବ୍ଧ ହୋଇଛି। ତେଣୁ ଆଉ କଟକରେ ଏହାକୁ ଆୟୋଜନ କରାଯିବ ନାହିଁ। […]

କଟକରେ ହେବନି ପ୍ରୋ କବାଡ଼ି ଲିଗ୍  

katak

Advertisment

କଟକ: କଟକରେ ଆସନ୍ତା ଜୁଲାଇ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରୋ କବାଡି ଲିଗ୍ ବାତିଲ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହା କୋଲକାତାରେ ହେବ। ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ କୋଲକାତାରେ ଇଣ୍ଡୋର ଷ୍ଟାଡିୟମ୍ ନମିଳିବାରୁ ଏହାକୁ କଟକ ସ୍ଥାନାନ୍ତର କରାଯିବା ଉପରେ ଆୟୋଜକମାନେ ଚିନ୍ତା କରିଥିଲେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ପରେ କୋଲକାତାରେ ଇଣ୍ଡୋର ଷ୍ଟାଡିୟମ ଉପଲବ୍ଧ ହୋଇଛି। ତେଣୁ ଆଉ କଟକରେ ଏହାକୁ ଆୟୋଜନ କରାଯିବ ନାହିଁ। ତେବେ ଆୟୋଜକମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ଦିନରେ କିଛି ବଡ଼ ଇଭେଣ୍ଟ ଆସିଲେ କଟକରେ ଏହାର ଆୟୋଜନ କରାଯିବ।

Advertisment

କଟକରେ ଏହି ଲିଗରେ ୪ଟି ମ୍ୟାଚ୍ ୮ଟି ଦଳ ମଧ୍ୟରେ ଖେଳା ଯାଇଥାଆନ୍ତା। ଜୁଲାଇ ୨୫ ତାରିଖ ଯାଏଁ ଏହା ଚାଲିଥାଆନ୍ତା। ଏନେଇ ପ୍ରୋ-କବାଡି ଲିଗର ମୁଖ୍ୟ ଦେଓରାଓ ଚତୁର୍ବେଦୀ ଠାରୁ ସକରାତ୍ମକ ସଙ୍କେତ ମିଳିଥିଲା। ସୋମବାର ପ୍ରୋ-କବାଡି ଲିଗର ମୁଖ୍ୟଙ୍କ ସମେତ ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସର ଦୁଇଜଣ ଅଧିକାରୀ ଓଡିଶା ଆସି କଟକ ଓ ଭୁବନେଶ୍ୱରର ଦୁଇ ସମ୍ଭାବ୍ୟ ପ୍ରତିଯୋଗିତା ସ୍ଥଳ ବୁଲି ଦେଖିଥିଲେ। ସେମାନେ ଭୁବନେଶ୍ୱରର ପୂର୍ବତନ ରେଳବାଇ ଇନଡୋର୍ ହଲ୍ ତଥା କଟକର ଜବାହାରଲାଲ୍ ନେହୁରୁ ଇନଡୋର୍ ହଲ୍ ଦେଖିଥିଲେ। କଟକ ଇନଡୋର ହଲ୍ ଓ ଏଠାରେ ଥିବା ସୁବିଧା ସୁଯୋଗ ଦେଖି ସେମାନେ ସନ୍ତୋଷ ପ୍ରକାଶ କରିଥିଲେ। ତେବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ଜଣାଇବେ ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe