Advertisment

କେରଳ: ସାଇ ହଷ୍ଟେଲରେ ମହିଳା ଖେଳାଳିଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ, ୩ ଗୁରୁତର

ନୂଆଦିଲ୍ଲୀ: କେରଳର ଅଲପୁଝାସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଜଳ କ୍ରୀଡ଼ା କେନ୍ଦ୍ରରେ ଗୁରୁବାର ଚାରି ଜଣ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣଙ୍କ ଅବସ୍ଥା ସଂକଟାପ୍ନ ରହିଛି। ସେମାନଙ୍କୁ ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଜଳ କ୍ରୀଡ଼୍ରା କେନ୍ଦ୍ରରେ ଏହି ଝିଅମାନେ ପ୍ରଶିକ୍ଷଣ ନେଉଥିବା ବେଳେ କିଛି ସିନିୟରମାନଙ୍କ ଦ୍ବାରା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ […]

author-image
Rakesh Mallick
ଅଦ୍ୟତନ ହୋଇଛି
କେରଳ: ସାଇ ହଷ୍ଟେଲରେ ମହିଳା ଖେଳାଳିଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ, ୩ ଗୁରୁତର

sports hostel

ନୂଆଦିଲ୍ଲୀ: କେରଳର ଅଲପୁଝାସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଜଳ କ୍ରୀଡ଼ା କେନ୍ଦ୍ରରେ ଗୁରୁବାର ଚାରି ଜଣ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣଙ୍କ ଅବସ୍ଥା ସଂକଟାପ୍ନ ରହିଛି। ସେମାନଙ୍କୁ ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଜଳ କ୍ରୀଡ଼୍ରା କେନ୍ଦ୍ରରେ ଏହି ଝିଅମାନେ ପ୍ରଶିକ୍ଷଣ ନେଉଥିବା ବେଳେ କିଛି ସିନିୟରମାନଙ୍କ ଦ୍ବାରା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମରି ଯାଇଥିବା ଝିଅଟିର ପରିବାର ଲୋକେ ଘଟଣାର ତଦନ୍ତ ଦାବି କରିଛନ୍ତି ଓ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନହେଲେ ଜାତୀୟ ରାଜପଥ ବନ୍ଦ କରିବା ସହିତ ମୃତ ଝିଅର ଅନ୍ତିମସଂସ୍କାର କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି।

Advertisment

ଏ ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହିତ ନେଇଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ସାଇର ଡିଜି କେରଳ ଗସ୍ତ କରିଛନ୍ତି।     

ରାତି ପ୍ରାୟ ୩ଟା ବେଳେ ଏହି ଝିଅମାନେ ହଷ୍ଟେଲରେ ଏକ ପ୍ରକାରର ବିଷ ଜାତୀୟ ଫଳ ଖାଇ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହ ଫଳକୁ କୁହାଯାଉଛି ’ଓଥାଲାଙ୍ଗା’ । ସକାଳେ ଯେତେବେଳେ ସେମାନେ ଅଚେତ ହୋଇଯିବା ପରେ ସେମାନଙ୍କୁ ଅଲପୁଝା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସଠାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ହିଁ କହିଥିଲେ ଯେ ସମାନେ ବିଷ ଖାଇ ଦେଇଛନ୍ତି। ଅନ୍ୟ ତିନି ଜଣଙ୍କର ଚିକିତ୍ସା ଚାଲିଛି।

Advertisment

 ଅନ୍ୟପକ୍ଷରେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ।