Advertisment

ଦୁଇ ବ୍ୟାଡମିଣ୍ଟନ ଷ୍ଟାରଙ୍କୁ ଖେଳ ରତ୍ନ, ଶାମିଙ୍କୁ ଅର୍ଜୁନ ପୁରସ୍କାର

ମନ୍ତ୍ରଣାଳୟ ଆଜି ୨୦୨୩ ଜାତୀୟ ପୁରସ୍କାର କେଉଁମାନେ ପାଇବେ ତା’ର ତାଲିକା ସାର୍ବଜନୀନ କରିଛି।

ଅଦ୍ୟତନ ହୋଇଛି
Shami

Shami

Advertisment

ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ଦୁଇ ଷ୍ଟାର ବ୍ୟାଡମିଣ୍ଟନ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନ। ସେହିପରି କ୍ରିକେଟର ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କାଯାଇଛି।

Advertisment

ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ଆଜି ୨୦୨୩ ଜାତୀୟ ପୁରସ୍କାର କେଉଁମାନେ ପାଇବେ ତା’ର ତାଲିକା ସାର୍ବଜନୀନ କରିଛି।

ବ୍ୟାଡମିଣ୍ଟନ ପ୍ରତି ଚିରାଗ ଓ ସାତ୍ତ୍ୱିକ ବଳିଷ୍ଠ ଅବଦାନ ପାଇଁ ଉଭୟଙ୍କୁ ଖେଳ ରତ୍ନ ପୁରସ୍କାର ମିଳିବ। ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ ଥର ଫାଇନାଲ ଖେଳିଛନ୍ତି। ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି।

Advertisment

ତେବେ ଚାଇନା ମାଷ୍ଟର୍ସ ସୁପର ୭୫୦ର ଫାଇନାଲରେ ସେମାନଙ୍କୁ ହାରିବାକୁ ପଡ଼ିଥିଲା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚିରାଗ ଓ ସାତ୍ତ୍ୱିକ ଯୋଡ଼ି ଚାମ୍ପିୟନ ହୋଇଥିଲେ। ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ବ୍ୟାଡମିଣ୍ଟନ ଟିମରେ ଏମାନେ ଥିଲେ। ତେଣୁ ସେମାନଙ୍କୁ ଭାରତ ସରକାର କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ମହମ୍ମଦ ଶାମିଙ୍କ ବ୍ୟତୀତ ବିଭିନ୍ନ କ୍ରିଡ଼ାରେ ଉତ୍କର୍ଷ ଅବଦାନ ପାଇଁ ଆଉ ୨୫ ଜଣଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାନ ମିଳିବ। ଜାତୀୟ କ୍ରୀଡ଼ା ପୁରସ୍କାର ଜିତିଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୯ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କରିବେ।

ପୁରସ୍କାର ଜିତିଥିବା କ୍ରୀଡ଼ାବିତଙ୍କ ତାଲିକା

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

୧- ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ (ବ୍ୟାଡମିଣ୍ଟନ)

୨- ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ( ବ୍ୟାଡମିଣ୍ଟନ)

ଅର୍ଜୁନ ପୁରସ୍କାର ଜିତିଥିବା ଖେଳାଳି

୧- ଓଜାସ ପ୍ରବୀଣ ଦେଓତାଲେ (ତୀରନ୍ଦାଜୀ)

୨- ଆଦିତି ଗୋପିଚାନ୍ଦ ସ୍ୱାମୀ ( ତୀରନ୍ଦାନଜୀ)

୩-  ମୁରଲୀ ଶ୍ରୀଶଙ୍କର (ଆଥଲେଟିକ୍ସ)

୪- ପାରୁଲ ଚୌଧୁରୀ (ଆଥଲେଟିକ୍ସ)

୫- ମହମ୍ମଦ ହୁସମୁଦ୍ଦିନ (ବକ୍ସିଂ)

୬- ଆର ବୈଶାଳୀ (ଚେସ୍‌)

୭- ମହମ୍ମଦ ଶାମି (କ୍ରିକେଟ)

୮- ଅଂଶୁ ଅଗ୍ରୱାଲ (ଅଶ୍ୱ ଚାଳନା)

୯- ଦିବ୍ୟାକ୍ରୀତି ସିଂହ( ଅଶ୍ୱ ଚାଳନା ଡ୍ରେସଏଜ)

୧୦- ଦୀକ୍ଷା ଡାଗର (ଗଲ୍ଫ)

୧୧- କୃଷ୍ଣ ବାହାଦୂର ପାଠକ (ହକି)

୧୨- ପି ସୁଶିଲା ଚାନୁ (ହକି)

୧୩- ପବନ କୁମାର (କବାଡି)

୧୩- ଋତୁ ନେଗୀ (କବାଡି)

୧୪- ନସରୀନ (ଖୋ-ଖୋ)

୧୬- ପିଙ୍କି (ଲନ ବଲ)

୧୭- ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ଶୁଟିଂ)

୧୮- ଈଶା ସିଂହ ( ଶୁଟିଂ)

୧୯- ହରିନ୍ଦର ପାଲ ସିଂହ (ସ୍କ୍ୱାଶ)

୨୦- ଆହିକା ମୁଖାର୍ଜୀ (ଟେବୁଲ ଟେନିସ)

୨୧- ସୁନୀଲ କୁମାର ( ରେସଲିଂ)

୨୨- ଅନ୍ତିମ ପଙ୍ଘଲ (ରେସଲିଂ)

୨୩- ଦାଓରେମ ରୋଶିବିଣା ଦେବୀ (ଉଶୁ)

୨୪- ଶୀତଳ ଦେବୀ (ପାରା ତୀରନ୍ଦାଜୀ)

୨୫- ଇଲଉରି ଅଜୟ କୁମାର ରେଡ୍ଡର( ଦୃଷ୍ଟିହୀନ କ୍ରିକେଟ)

୨୬- ପ୍ରାଚୀ ଯାଦବ (ପାରା କାନୋଇଙ୍ଗ)

କ୍ରୀଡ଼ାବିତଙ୍କ ବ୍ୟତୀତ ନିଜର କୋଚିଂ ମାଧ୍ୟମରେ ଭାରତକୁ ଗୋରବାନ୍ୱିତ କରିଥିବା କୋଚମାନଙ୍କୁ ଭାରତ ସରକାର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରିବେ। ୫ ଜଣ କୋଚଙ୍କୁ ଏହି ସମ୍ମାନ ମିଳିବ।

ଦ୍ରୋଣାଚାର୍ଯ୍ୟ ପୁରସ୍କାର

୧- ଲଳିତ କୁମାର (ରେସଲିଂ)

୨- ଆର ବି ରମେଶ (ଚେସ)

୩- ମହାବୀର ପ୍ରସାଦ ସୈନି ( ପାରା ଆଥଲେଟିକ୍ସ)

୪- ଶିବେନ୍ଦର ସିଂହ (ହକି)

୫- ଗଣେଶ ପ୍ରଭାକର (ମାଲଖମ୍ବ)

Mohammed Shami Khel Ratna Chirag Shetty Satwik Sai Raj Rankireddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe