Advertisment

କିଏ ହେବ ବିସିସିଆଇ ସଭାପତି ? ଶରଦ,ଶୁକ୍ଳା ନା ଅମିତାଭ

ନୂଆଦିଲ୍ଲୀ: କିଏ ଧରିବେ ବିସିସିଆଇର ମଙ୍ଗ। ଏହାକୁ ନେଇ କ୍ରିକେଟ୍ ସର୍କଲରେ ଦେଖାଦେଇଛି ତତ୍ପରତା। ବିସିସିଆଇ କ୍ଷମତା ଯୁଦ୍ଧରେ ପରସ୍ପରର ବିରୋଧୀ ଭାବେ ଜଣାଶୁଣା ଦୁଇ ପୂର୍ବତନ ସଭାପତି ଶରଦ୍ ପାୱାର ଓ ଏନ୍.ଶ୍ରୀନିବାସନ ମଧ୍ୟରେ ବୈଠକ ନୂଆ ସମୀକରଣ ସୃଷ୍ଟି କରିଛି। ଜଗମୋହନ ଡାଲମିଆଙ୍କ ଆକସ୍ମିକ ବିୟୋଗ ପରେ କିଏ ତାଙ୍କ ସ୍ଥାନ ନେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ବିସିସିଆଇର ସମ୍ୱିଧାନ ଅନୁଯାୟୀ, ୨୦୧୭ ଯାଏଁ ପୂର୍ବାଞ୍ଚଳରୁ କେହି ଜଣେ ବୋର୍ଡ ସଭାପତି ରହିବେ। […]

କିଏ ହେବ ବିସିସିଆଇ ସଭାପତି ? ଶରଦ,ଶୁକ୍ଳା ନା ଅମିତାଭ

sarad pawer-rajivsukla-amitabha-chudhuri for bcci president

Advertisment

sarad pawer-rajivsukla-amitabha-chudhuri for bcci presidentନୂଆଦିଲ୍ଲୀ: କିଏ ଧରିବେ ବିସିସିଆଇର ମଙ୍ଗ। ଏହାକୁ ନେଇ କ୍ରିକେଟ୍ ସର୍କଲରେ ଦେଖାଦେଇଛି ତତ୍ପରତା। ବିସିସିଆଇ କ୍ଷମତା ଯୁଦ୍ଧରେ ପରସ୍ପରର ବିରୋଧୀ ଭାବେ ଜଣାଶୁଣା ଦୁଇ ପୂର୍ବତନ ସଭାପତି ଶରଦ୍ ପାୱାର ଓ ଏନ୍.ଶ୍ରୀନିବାସନ ମଧ୍ୟରେ ବୈଠକ ନୂଆ ସମୀକରଣ ସୃଷ୍ଟି କରିଛି। ଜଗମୋହନ ଡାଲମିଆଙ୍କ ଆକସ୍ମିକ ବିୟୋଗ ପରେ କିଏ ତାଙ୍କ ସ୍ଥାନ ନେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ବିସିସିଆଇର ସମ୍ୱିଧାନ ଅନୁଯାୟୀ, ୨୦୧୭ ଯାଏଁ ପୂର୍ବାଞ୍ଚଳରୁ କେହି ଜଣେ ବୋର୍ଡ ସଭାପତି ରହିବେ। ତେବେ ପୂର୍ବାଞ୍ଚଳର ପ୍ରାର୍ଥୀଙ୍କୁ ନେଇ ଯଦି ସହମତି ନ ହୁଏ, ତାହାଲେ ନିର୍ବାଚନ ହେବ। ସଭାପତି ପଦ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ସଭାପତି ଅମିତାଭ ଚୌଧୁରୀ। ପୂର୍ବାଞ୍ଚଳରୁ ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେବାର ସମ୍ଭାବନା ରହିଛି। ରାଞ୍ଚିରେ ନୂଆ ଷ୍ଟାଡିୟମ ନିର୍ମାଣ ସମେତ ଏହାକୁ ଏକ ନିୟମିତ ଭେନ୍ୟୁରେ ପରିଣତ କରି ଚୌଧୁରୀ ନିଜ ପରିଚାଳନା ଦକ୍ଷତାର ପରିଚୟ ଦେଇଛନ୍ତି। ସେହିପରି ସେ ଶ୍ରୀନିବାସନଙ୍କର ଜଣେ ଅନୁଗତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଇପିଏଲ୍ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାଁ ମଧ୍ୟ ବିସିସିଆଇ ସଭାପତି ପଦ ଚର୍ଚ୍ଚାରେ ରହିଛି। ବିସିସିଆଇ ସେକ୍ରେଟାରୀ ଅନୁରାଗ ଠାକୁର,ଶୁକ୍ଲାଙ୍କୁ ସମର୍ଥନ କରୁଥିବା ସୂଚନା ମିଳିଛି। ସେହିପରି ସଭାପତି ପଦ ଉପରେ ଶରଦ ପାୱାରଙ୍କ ମଧ୍ୟ ନଜର ଥିବା କୁହାଯାଉଛି। ଏହା ଭିତରେ ଶରଦ୍ ପାୱାର ଓ ଶ୍ରୀନିବାସନଙ୍କ ମଧ୍ୟରେ ବୈଠକ ହୋଇଥିବାରୁ ଏହା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

Advertisment

ତେଣୁ ନିକଟରେ ହେବାକୁ ଥିବା ବିସିସିଆଇ ସ୍ୱତନ୍ତ୍ର ସାଧାରଣ ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Bcci Rajiv Sukla Sarad Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe