Advertisment

ପୋଲାର୍ଡଙ୍କ ପାଇଁ ବାଧ୍ୟ ହୋଇ ନୋ-ବଲ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଶେଷ ହୋଇଥିବା ତୃତୀୟ ଦିନିକିଆରେ ଏକ ଅଭାବନୀୟ ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ କାଏରନ ପୋଲାର୍ଡଙ୍କ ପାଇଁ ଅମ୍ପାୟାର ବାଧ୍ୟ ହୋଇ ନିଜର ନୋ-ବଲ ନିଷ୍ପତ୍ତିକୁ ବଦଳାଇଛନ୍ତି। ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଗତକାଲି ମ୍ୟାଚ୍‌ରେ ଘଟିଥିବା ଏମିତି ଏକ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍‌ର ୨୫ତମ ଓଭରରେ ଏଭଳି ଘଟଣା ଘଟିଥିଲା। ପୋଲାର୍ଡ ବୋଲିଂ କରୁଥିବା ବେଳେ ହଠାତ୍‌ କ୍ରିଜ୍‌କୁ […]

ପୋଲାର୍ଡଙ୍କ ପାଇଁ ବାଧ୍ୟ ହୋଇ ନୋ-ବଲ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଦେଖନ୍ତୁ ଭିଡିଓ

d

Advertisment

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍‌ ଓ ଆଫଗାନିସ୍ତାନ ମଧ୍ୟରେ ଶେଷ ହୋଇଥିବା ତୃତୀୟ ଦିନିକିଆରେ ଏକ ଅଭାବନୀୟ ଘଟଣା ଘଟିଛି। ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ କାଏରନ ପୋଲାର୍ଡଙ୍କ ପାଇଁ ଅମ୍ପାୟାର ବାଧ୍ୟ ହୋଇ ନିଜର ନୋ-ବଲ ନିଷ୍ପତ୍ତିକୁ ବଦଳାଇଛନ୍ତି। ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଗତକାଲି ମ୍ୟାଚ୍‌ରେ ଘଟିଥିବା ଏମିତି ଏକ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମ୍ୟାଚ୍‌ର ୨୫ତମ ଓଭରରେ ଏଭଳି ଘଟଣା ଘଟିଥିଲା। ପୋଲାର୍ଡ ବୋଲିଂ କରୁଥିବା ବେଳେ ହଠାତ୍‌ କ୍ରିଜ୍‌କୁ ଅତିକ୍ରମ କରିଯାଇଥିଲେ। ତେଣୁ ଅମ୍ପାୟାର ନୋ-ବଲ ଡାକିଥିଲେ। ଏକଥା ଶୁଣିବା ପରେ ପୋଲାର୍ଡ ଶେଷ ମୁହୁର୍ତ୍ତରେ ହିଁ ବ୍ୟାଟିଂ କରୁଥିବା ଆଫଗାନିସ୍ତାନର ଆଫଗାନ ଅଶଗରଙ୍କୁ ଆଉ ବଲ ଆଉ ଫୋପାଡ଼ି ନଥିଲେ। ଅର୍ଥାତ ନୋ-ବଲ ଡାକାଯିବା କ୍ଷଣି ସେ ଅଟକ ଯାଇଥିଲେ।

ନିୟମ ଅନୁଯାୟୀ, ଯଦି ପୋଲାର୍ଡ ସେହି ବଲଟିକୁ ବ୍ୟାଟସମ୍ୟାନଙ୍କୁ ଫୋପାଡ଼ି ଥାଆନ୍ତେ, ତା’ହେଲେ ଏହା ନୋ-ବଲ ହୋଇଥାଆନ୍ତା। ହେଲେ ଚତୁର ପୋଲାର୍ଡ ଶେଷ ମୁହୂର୍ତ୍ତରେ ହିଁ ବଲ ଫୋପାଡ଼ି ନଥିଲେ। ତେଣୁ ନୋ-ବଲ ଡାକିଥିବା ଅମ୍ପାୟାର ବାଧ୍ୟ ହୋଇ ଏହାକୁ ଡେଡ୍‌ ବଲ ଘୋଷଣା କରିଥିଲେ।

Advertisment

ରିପ୍ଲେରୁ ଜଣାପଡ଼ିଥିଲା ଯେ ବୋଲିଂ କରିବା ବେଳେ ପୋଲାର୍ଡ ସଂପୂର୍ଣ୍ଣ ଭାବେ କ୍ରିଜ୍‌ ଅତିକ୍ରମ କରିଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1193867975285043202

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe