ରାହୁଲ୍‌ଙ୍କ ୧୩୨, ଆରସିବିକୁ ହରାଇଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ

ଦୁବାଇ: କ୍ୟାପଟେନ୍ ଲୋକେଶ ରାହୁଲ୍‌ଙ୍କର ୧୩୨ ରନ୍‌ର ଲଢ଼ୁଆ ଇନିଂସ୍‌ ବଳରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯୭ ରନ୍‌ ବ୍ୟବଧାନରେ ପରାଜିତ କରିଛି। ରାହୁଲଙ୍କ ଶତକୀୟ ଇନିଂସ ବଳରେ ପଞ୍ଜାବ ଆରସିବି ଆଗରେ ୨୦୭ ରନ୍‌ର ଟାର୍ଗେଟ ରଖିଥିଲା। କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିବା ବାଙ୍ଗାଲୋର ମାତ୍ର ୧୦୯ ରନ୍‌ କରି ୧୭ ଓଭରରେ ଅଲ ଆଉଟ୍‌ ହୋଇଯାଇଥିଲା। KL Rahul now has the highest score […]

punjab

Subrat Kumar Nayak
  • Published: Friday, 25 September 2020
  • , Updated: 25 September 2020, 01:50 AM IST

ଦୁବାଇ: କ୍ୟାପଟେନ୍ ଲୋକେଶ ରାହୁଲ୍‌ଙ୍କର ୧୩୨ ରନ୍‌ର ଲଢ଼ୁଆ ଇନିଂସ୍‌ ବଳରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯୭ ରନ୍‌ ବ୍ୟବଧାନରେ ପରାଜିତ କରିଛି। ରାହୁଲଙ୍କ ଶତକୀୟ ଇନିଂସ ବଳରେ ପଞ୍ଜାବ ଆରସିବି ଆଗରେ ୨୦୭ ରନ୍‌ର ଟାର୍ଗେଟ ରଖିଥିଲା। କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିବା ବାଙ୍ଗାଲୋର ମାତ୍ର ୧୦୯ ରନ୍‌ କରି ୧୭ ଓଭରରେ ଅଲ ଆଉଟ୍‌ ହୋଇଯାଇଥିଲା।
https://twitter.com/IPL/status/1309159343703699456?s=20

ପୂରା ମ୍ୟାଚ୍‌ ବିରାଟଙ୍କ ପାଇଁ ଏକ ପ୍ରକାର ଅଶୁଭ ଦିନ ଥିଲା। ଲଗାତର ଦୁଇଟି କ୍ୟାଚ୍ ଛାଡ଼ିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଥିଲା। ଏହାର ଫାଇଦା ଉଠାଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍‌ ଚଳିତ ଆଇପିଏଲର ପ୍ରଥମ ଶତକ ମାରିଛନ୍ତି। ତାଙ୍କର ବିସ୍ଫୋରକ ଶତକୀୟ ଇନିଂସ୍ ବଳରେ ପଞ୍ଜାବ ଆରସିବି ବିପକ୍ଷ ମ୍ୟାଚରେ ୩ ୱିକେଟ୍‌ ହରାଇ ୨୦୬ ରନ୍ କରିଛି। ରାହୁଲ୍ ମାତ୍ର ୬୯ ବଲରେ ୧୪ ଚୌକା ଓ ୭ ଛକା ସହ ୧୩୨ ରନର ମାରାଥନ୍ ଇନିଂସ୍ ଖେଳିଥିଲେ।
https://twitter.com/IPL/status/1309163421829603337?s=20

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚରେ ଆରସିବି କ୍ୟାପଟେନ୍ କୋହଲି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବକୁ ଭଲ ଷ୍ଟାର୍ଟ ଦେଇଥିଲେ ଓପ୍ନର ରାହୁଲ୍ ଓ ଇନଫର୍ମ ମୟଙ୍କ ଅଗ୍ରୱାଲ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୫୭ ରନ୍ ଯୋଡ଼ିଥିବା ବେଳେ ମୟଙ୍କ (୨୬)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ୟୁଜବେନ୍ଦ୍ର ଚହଲ୍‌। ଏହା ପରେ ରାହୁଲଙ୍କୁ ସାଥ୍ ଦେଇଥିଲେ ୱେଷ୍ଟଇଣ୍ଡିଜର ନିକୋଲସ୍ ପୁରନ୍।

ପୁରନ୍ ୧୭ ରନ୍ କରି ଆଉଟ୍ ହୋଇଥିବା ବେଳେ ରାହୁଲ୍ ଗୋଟିଏ ପଟେ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ ଜାରି ରଖିଥିଲେ। ରାହୁଲଙ୍କୁ ଅନ୍ତିମ ତିନି ଓଭରରେ ଦୁଇଟି ବଡ଼ ଜୀବନଦାନ ମିଳିଥିଲା। ଉଭୟ ଜୀବନଦାନ ଦେଇଥିଲେ ବିରାଟ୍‌ କୋହଲି। ଏହାର ଫାଇଦା ଉଠାଇ ରାହୁଲ୍ ରନ୍ ବର୍ଷା କରିଥିଲେ। ପଞ୍ଜାବ ମଧ୍ୟ ଶେଷ ୨ ଓଭରରେ ୪୯ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କରୁନ୍ ନାୟର ୧୫ ରନ୍ କରି ନଟଆଉଟ୍ ଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଆରସିବି ପକ୍ଷରୁ ଶିବମ ଦୁବେ ୨ଟି ଓ ଚହଲ୍ ଗୋଟିଏ ୱିକେଟ୍‌ ନେଇଥିଲେ।

ତେବେ ଏହାର ମୁକାବିଲା କରିବାକୁ ଯାଇ ଆରସିବି ଆରମ୍ଭରୁ ହିଁ ପାଡ଼ିକଲ (୧), ଫିଲିପ୍‌ (୦) ଏବଂ ଅଧିନାୟକ ବିରାଟ କୋହଲି (୧)ଙ୍କୁ ହରାଇଥିଲା। ଫିଞ୍ଚ କିଛି ସମୟ ଇନିଂସ ସମ୍ଭାଳିବା ପରେ ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ। ଏହାପରେ ଡିଭିଲିୟର୍ସ (୨୮) ଏବଂ ୱାଶିଂଟନ୍‌ ସୁନ୍ଦର (୩୦) ଦଳୀୟ ସ୍କୋରକୁ କିଛି ବାଟ ଆଗେଇ ନେଇଥିଲେ ମଧ୍ୟ ଏହା ଯଥେଷ୍ଟ ନଥିଲା। ସେହିଭଳି ଶିବମ୍‌ ଦୁବେ ୧୨ ରନ୍‌ କରିପାରିଥିଲେ। ଏମାନଙ୍କ ପରେ କେହି ମଧ୍ୟ ତିଷ୍ଠି ପାରିନଥିଲେ। ଫଳରେ ଦଳ ୧୭ ଓଭରରେ ହିଁ ଅଲ୍‌ ଆଉଟ୍‌ ହୋଇଯାଇଥିଲା।
https://twitter.com/IPL/status/1309185072159891459?s=20

ପଞ୍ଜାବ ପକ୍ଷରୁ ବିଷ୍ଣୋଇ ଓ ଅଶ୍ୱିନ୍ ଯଥାକ୍ରମେ ୩ଟି ଲେଖାଏ ୱିକେଟ୍‌ ନେଇଥିଲେ। ସେହିଭଳି କଟ୍ରେଲ୍‌ ୨ଟି, ମହମ୍ମଦ ଶାମି ଗୋଟିଏ ଏବଂ ମାକ୍ସୱେଲଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ୧୩୨ ରନ୍‌ ସ୍କୋର କରିଥିବା ଲୋକେଶ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
https://twitter.com/IPL/status/1309187947002884096?s=20

Related story