Advertisment

କୁସ୍ତିରୁ ମିଳିଲା ଆଉ ଗୋଟିଏ ପଦକ, ୯୨ରେ ପହଞ୍ଚିଲା ମେଡାଲ ସଂଖ୍ୟା

ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Kiran

Kiran

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଭାରତ ପାଇଁ ମହିଳା ୭୬ କେଜି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି କିରଣ ବିଷ୍ଣୋଇ। ସେ ବ୍ରୋଞ୍ଜ ପଦକ ଲଢ଼େଇରେ ମଙ୍ଗୋଲିଆର କୁସ୍ତିଯୋଦ୍ଧାକୁ ୬-୩ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି।

Advertisment

କିରଣଙ୍କ ବ୍ରୋଞ୍ଜ ପରେ ଏସିଆନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା ୯୨ରେ ପହଞ୍ଚି ଯାଇଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୮ଟି ବ୍ରୋଞ୍ଜ ପଦକ ରହିଛି।

ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସକୁ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୯୨ଟି ପଦକ ଜିତି ସାରିଥିବା ବେଳେ ପୁରୁଷ କ୍ରିକେଟ, କବାଡି, ବ୍ରିଜ, ବ୍ୟାଡମିଣ୍ଟନ, ହକି ଓ ତୀରନ୍ଦାଜୀ ଭଳି କ୍ରୀଡ଼ାରୁ ଏକାଧିକ ପଦକ ନିଶ୍ଚିତ କରିଛି।

Advertisment

ଏହାର ଅର୍ଥ ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

କରିଣଙ୍କ ପୂର୍ବରୁ ମହିଳା ୬୨ କେଜି ଫ୍ରିଷ୍ଟାଇଲରେ ସୋନମ ମଲିକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ଲଢ଼େଇରେ ଚାଇନାର ଜିଆ ଲଙ୍ଗଙ୍କୁ ୬-୪ରେ ହରାଇ ଏପରି ସଫଳତା ହାସଲ କରିଥିଲେ।

Asian Games Asian Games Update 19th Asian Games