Advertisment

ଅଲିମ୍ପିକ୍ସ: ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିଲେନି କିଶୋର ଜେନା

ପ୍ରଥମ ପ୍ରୟାସରେ କିଶୋର ଜେନା ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ।

author-image
Hemant Lenka
kishore jena

kishore jena

ପ୍ୟାରିସ ଅଲିମ୍ପିକ୍ସରେ ଆଶା ଅନୁସାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପାରି ନାହାନ୍ତି ଓଡ଼ିଆ ପୁଅ କିଶୋର ଜେନା। ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି କିଶୋର। ଆଜି ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ କେବଳ ୮୦.୭୩ ମିଟର ରହିଥିଲା। ଏହା ଯୋଗ୍ୟତା ହାସଲ କରିବା ପାଇଁ ଧାର୍ଯ୍ୟ ୮୪ ମିଟରରୁ ଯଥେଷ୍ଟ କମ।

Advertisment

ପ୍ରଥମ ପ୍ରୟାସରେ କିଶୋର ଜେନା ୮୦.୭୩ ମିଟରକୁ ଜାଭେଲିନ ଫିଙ୍ଗି ଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଫାଉଲ କରିଥିଲେ। ତୃତୀୟ ପ୍ରୟାସରେ ସେ ୮୦.୨୧ ମିଟରକୁ ଜାଭେଲିନ ପକାଇଥିଲା। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮୦.୭୩ ରହିଥିବାରୁ ଏହାକୁ ଗଣତିକୁ ନିଆଯାଇଛି।

ଗ୍ରୁପ ଏରୁ ସିଧାସଳଖ ଫାଇନାକୁ ଯାଇ ପାରି ନଥିବା କିଶୋର ଏବେ ୯ମ ସ୍ଥାନରେ ରହିଛନ୍ତି। ଗ୍ରୁପ ବି’ରେ ମଧ୍ୟ ୧୬ ଜଣ ଖେଳାଳି ଭାଗ ନେବେ। ସେମାନଙ୍କ ମଧ୍ୟରୁ ଯଦି ଅଧିକାଂଶ କିଶୋରଙ୍କ ଠାରୁ ଖରାପ ପ୍ରଦର୍ଶନ ଓ କିଶୋର ଉଭୟ ଗ୍ରୁପର ଟପ୍‌ ୧୨ ମଧ୍ୟରେ ରହିବେ, ତା’ହେଲେ ଫାଇନାଲରେ ଲଢ଼େଇ କରିବେ। ନଚେତ ତାଙ୍କୁ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିବ।

Advertisment

ପ୍ୟାରିସ ଅଲିମ୍ପିକ୍ସର ନିୟମ ଅନୁଯାୟୀ, ଗ୍ରୁପ ଏରେ ୧୬ ଜଣ ଓ ଗ୍ରୁପ ବି’ରେ ୧୬ ଜଣ ଖେଳାଳି ରହିଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୨ ଜଣ ଫାଇନାଲକୁ ଯିବେ।

ସିଧାସଳଖ ଫାଇନାଲରେ ପ୍ରବେଶ କରିବା ପାଇଁ ବେଞ୍ଚ ମାର୍କ ହେଉଛି ୮୪। ଯଦି କୌଣସି ଆଥଲେଟ ୮୪ ମିଟରର ଦୂରକୁ ଜାଭେଲିନ ଫିଙ୍ଗୁଛନ୍ତି, ତା’ହେଲେ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବାର ପ୍ରାବଧାନ ରହିଛି।

କିଶୋର ଜେନା ସିଧାସଳଖ ଯୋଗ୍ୟତା ଅର୍ଜନ କରି ନଥିବାରୁ ଏବେ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତାଙ୍କ ଭାଗ୍ୟ ନିର୍ଭର କରୁଛି। ୨୦୨୨ ଏସିଆନ ଗେମ୍ସରେ କିଶୋର ଜେନା ୮୭.୫୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସିଲିଭର ମେଡାଲ ପାଇଥିଲେ। ହେଲେ ଆଜି ପ୍ୟାରିସ ଅଲିମ୍ପିକ୍ସରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାନ୍ତି।

Paris Olympics Kishore Jena Olympics 2024