Advertisment

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନୀରଜଙ୍କ ପରେ ଫାଇନାଲରେ ଓଡ଼ିଶାର କିଶୋର ଜେନା

କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍‌ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
ODIA

ODIA

ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍‌ ୧୨ରେ ରହିବାକୁ ସକ୍ଷମ ହୋଇଛନ୍ତି।

Advertisment

ସେ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ତାଲିକାର ୯ନଂ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିବା ବେଳେ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ସୁନା ପୁଅ ନୀରଜ ଚୋପ୍ରା ମଧ୍ୟ ଜାଭେଲିନ ଥ୍ରୋର ଫାଇନାଲରେ ରହିଛନ୍ତି। ସେ ୮୮.୭୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଥିଲେ। ସେହିପରି ଭାରତର ଅନ୍ୟତମ ଜାଭେଲିନ ଖେଳାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଫାଇନାଲ ଟିକେଟ ହାତେଇଛନ୍ତି। ଏହାର ଅର୍ଥ ଭାରତର ୩ ଜଣ ଖେଳାଳି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଟକ୍କର କରିବେ।

Advertisment

ଏମାନଙ୍କ ବ୍ୟତୀତ ତାଲିକାର ଦୁଇ ନମ୍ବର ସ୍ଥାନରେ ପାକିସ୍ତାନର ଅର୍ଶଦ ନଦୀମ(୮୬.୭୯ ମିଟର) ଓ ତୃତୀୟରେ ଚେକ ଗଣରାଜ୍ୟର ଜ୍ୟାକୁବ ଭି(୮୩.୫୦ ମିଟର) ରହିଛନ୍ତି।

ଓଡ଼ିଶାର କିଶୋର ଜେନା ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସିନିୟର୍ ଆଥଲେଟିଲ୍ସ ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାବାଦ ସେ ଲେବନାନ ଓ ଶ୍ରୀଲଙ୍କା ରେ ଅନୁଷ୍ଠିତ ଆଥଲେଟିକସ ଚମ୍ପିୟନଶିପରେ ଭାଗ ନେଇ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ କବଜା କରିଥିଲେ। କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର।

ତେଣୁ ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତ। ଏଥିସହ ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ୮୫.୫୦ ମିଟର ଦୂରତା ଧାର୍ଯ୍ୟ କରାଯାଇଛି। ଏହାକୁ କିଶୋର ଅତିକ୍ରମ କରିପାରିବେ ନୀରଜଙ୍କ ସହ ଅଲିମ୍ପିକ୍ସ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବେ।

Neeraj Chopra Kishore Jena