Advertisment

କିଶୋର ଜେନାଙ୍କୁ ମିଳିବ ଦେଢ଼ କୋଟି ଟଙ୍କାର ପୁରସ୍କାର, ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଆ ପୁଅ କିଶୋର କୁମାର ଜେନା ସମସ୍ତଙ୍କୁ ଚକିତ କରି ଏସିଆନ ଗେମ୍ସ-୨୦୨୩ରେ ପୁରୁଷ ଜାଭେଲିନରେ ରୌପ ପଦକ ଜିଣି ଓଡ଼ିଶା ସମେତ ସମଗ୍ର ଦେଶର ସମ୍ମାନ ବଢ଼ାଇଛନ୍ତି।

Kishore Jena

Kishore Jena

Advertisment

ଓଡ଼ିଆ ପୁଅ କିଶୋର କୁମାର ଜେନା ସମସ୍ତଙ୍କୁ ଚକିତ କରି ଏସିଆନ ଗେମ୍ସ-୨୦୨୩ରେ ପୁରୁଷ ଜାଭେଲିନରେ ରୌପ ପଦକ ଜିଣି ଓଡ଼ିଶା ସମେତ ସମଗ୍ର ଦେଶର ସମ୍ମାନ ବଢ଼ାଇଛନ୍ତି। ଆଉ ପ୍ୟାରିସ୍ ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ ମଧ୍ୟ କରିଛନ୍ତି। ପୁରୀ ଜିଲ୍ଲାର କିଶୋରଙ୍କ ଏହି ଐତିହାସିକ ସଫଳତା ପାଇଁ ଆଜି ରାଜ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଇନାରେ ଚାଲିଥିବା ଏସିଆନ୍ ଗେମସ ପ୍ରତିଯୋଗିତାରେ ସଫଳତା ପାଇଁ କିଶୋରଙ୍କୁୁ ଅଭିନନ୍ଦନ ଜଣାଇବା ସହ କିଶୋରଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏହି ପୁରସ୍କାର ତାଙ୍କର ଶାନଦାର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ଦୃଢ଼ ସଂକଳ୍ପକୁ ମାନ୍ୟତା ଦେଉଛି।

ଏସିଆନ୍ ଗେମସରେ ସେ ବିଜୟୀ ହେବା ଓ ପ୍ୟାରିସ୍ ଅଲମ୍ପିକ ନିମନ୍ତେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି। କିଶୋରଙ୍କ ବିଜୟ ନା କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉଛି ବରଂ ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ୍ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

କିଶୋର ଅଜି ସମସ୍ତଙ୍କୁ ଜଳକା କରି ପୁରୁଷ ଜାଭେଲିନରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ୱର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ କ୍ୟାରିୟର ବେଷ୍ଟ ଥ୍ରୋ ୮୭.୫୪ ମିଟର ଦୂରତାକୁ ଜାଭେଲିନ ‍ଫିଙ୍ଗିଛନ୍ତି। 

Kishore Jena Asian Games 19th Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe